ଆହାର କେନ୍ଦ୍ରରେ ମିଳିଲାନି ଭାତ ଡାଲମା; ଖାଦ୍ୟ ନପାଇ ଗୀତ ଗାଇ ଯୋଜନାକୁ କଟାକ୍ଷ କଲେ ଦିବ୍ୟାଙ୍କ

Published By : Prameya-News7 Bureau | September 08, 2022 IST

ଯାଜପୁର ରୋଡ୍‌ ୦୭/୦୯: ଆହାର କେନ୍ଦ୍ରରୁ ଖାଦ୍ୟ ନପାଇ ଗୀତ ମାଧ୍ୟମରେ ଆହାର ଯୋଜନାକୁ କଟାକ୍ଷ କଲେ କିଛି ଦିବ୍ୟାଙ୍ଗ। ଏଭଳି ଏକ ଦୃଶ୍ୟ ଯାଜପୁର ଜିଲ୍ଲା ବ୍ୟାସନଗର ସହରରେ ଦେଖିବାକୁ ମିଳିଛି। ସହରର ଗୋପବନ୍ଧୁ ଛକରେ ଥିବା ଆହାର କେନ୍ଦ୍ର ଆଗରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଖବର ଅନୁସାରେ କୋରାଇ ଥାନା ରଗଡ଼ି ଅଞ୍ଚଳର ୨ ଜଣ ଦୃଷ୍ଟିବାଧିତ ବ୍ୟକ୍ତି ଓ ଅନ୍ୟ ଜଣେ ଦିବ୍ୟାଙ୍ଗ ବ୍ୟାସନଗର ସହର ଓ ଏହାର ଆଖପାଖ ଅଞ୍ଚଳରେ ଦୈନିକ ଭିକ୍ଷାବୃତ୍ତି କରନ୍ତି।

ହେଲେ ଗତ ସୋମବାର ଦିନ ତଳେ ମଧ୍ୟାହ୍ନ ଗୋଟାଏ ବେଳେ ସମୟରେ ଖାଦ୍ୟ ଖାଇବାକୁ ଗୋପବନ୍ଧୁ ଛକରେ ଥିବା ଆହାର କେନ୍ଦ୍ରରେ ପହଞ୍ଚିଥିଲେ। ହେଲେ ଖାଦ୍ୟ ସରିଯାଇଥିବା କହି ସେଠାରୁ ତାଙ୍କୁ ଫେରାଇ ଦିଆଯାଇଥିଲା। ପରେ ସେମାନେ ଆହାର କେନ୍ଦ୍ର ଆଗରେ ଗୀତ ଗାଇ ଆହାର ଯୋଜନାକୁ କଟାକ୍ଷ କରିଥିଲେ। ତେବେ ଏହି ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି। ସେପଟେ ଆହାର କେନ୍ଦ୍ର କର୍ମଚାରୀଙ୍କ ପ୍ରତିକ୍ରିୟା ନେବାରୁ, ସେଦିନ ସମୟ ପୂର୍ବରୁ ଖାଦ୍ୟ ସରିଯାଇଥିବା ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.