ସୁବର୍ଣ୍ଣପୁରରେ ଚାଷୀଙ୍କୁ ଚିନ୍ତ।ରେ ପକାଇଛି ଧାନ ଗଛରେ ପତ୍ରପୋଡ଼ା ରୋଗ

Published By : Prameya-News7 Bureau | September 21, 2018 IST

  ସୋନପୁର ୨୧/୯:କେବେ ମରୁଡି ତ କେବେ ଅଦିନିଆ ବର୍ଷ। ପାଇଁ ଚାଷୀ କ୍ଷତି ସହି ଆସୁଛି । ଆଉ ଏବେ ପୁଣି ଧାନ ଗଛରେ ପତ୍ର ପୋଡା ରୋଗ ସୁବର୍ଣ୍ଣପୁର ଜିଲ୍ଲାର ଚାଷୀଙ୍କୁ ଚିନ୍ତ।ରେ ପକାଇଛି । ବିଶେଷ କରି ଉଳୁଣ୍ଡା ବ୍ଲକରେ ଶହଶହ ହେକ୍ଟର ଧାନ କ୍ଷେତରେ ପତ୍ରପୋଡା ରୋଗ ଲାଗି ଧାନ ଗଛ ସବୁ ଶୁଖିଗଲାଣି । ଚଳିତ ବର୍ଷ ଭଲ ବର୍ଷ। ଯୋଗୁଁ ଚାଷ ଭଲ ହେବାର ଆଶା ରଖିଥିଲା ଚାଷୀ । ହେଲେ ଏହି ପତ୍ରପୋଡା ରୋଗ ପାଇଁ ଏଥର ଅମଳ ହେବ କି ନାହିଁ ସେନେଇ ଚାଷୀ ମନରେ ଭାଲେଣି ପଡିଛି । କିଆରିରେ ଥିବା ଧାନ ଗଛ ହଳଦିଆ ହୋଇ ଶୁଖିଯାଇଛି । ଆଉ ଦିନ କେଇଟା ପରେ ଫଳ ଧରି ଧାନ କିଆରିରେ ଲହଡି ମାରୁଥାନ୍ତି। । ହେଲେ ଠିକ୍ ଧାନ ଗଛ ଫଳିବା ସମୟରେ ପତ୍ରପୋଡା ରୋଗ ଚାଷୀର ସମସ୍ତ ଆଶାକୁ ଧୂଳିସାତ କରିବାରେ ଲାଗିଛି । ସୁବର୍ଣ୍ଣପୁର ଜିଲ୍ଲାର 6ଟି ବ୍ଲକ ମଧ୍ୟରୁ ବିଶେଷ କରି ଉଲୁଣ୍ଡା ବ୍ଲକର ଚାଷୀ ଏହି ପତ୍ରପୋଡା ରୋଗରେ ବେଶ୍ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି । ଚଳିତ ବର୍ଷ ଭଲ ବର୍ଷ। ହୋଇଥିବାରୁ ଭଳ ଅମଳର ଆଶା ରଖି ଧାରକରଜ କରି ଶୁଦ୍ଧା ଧାନ ଚାଷ କରିଥିଲା ଚାଷୀ । ହେଲେ ପତ୍ର ପୋଡା ଏବେ ଚାଷୀଙ୍କ ଉପରେ ଦାଉ ସାଧୁଥିବା ବେଳେ ଆସନ୍ନ ଭବିଷ୍ୟତକୁ ନେଇ ଚାଷୀ ମୁଣ୍ଡରେ ଚଡକ ପଡିଛି । ଜିଲ୍ଲାର ଉଲୁଣ୍ଡା  ବ୍ଲକରେ ଥିବା ପଚଂମହାଲା, କୋଟସମଲାଏ , ବିଶିପଡା ଜାଲୋଏ ଆଜି ପଟାୟତରେ ପତ୍ରପୋଡା ରୋଗ ବଢିବାରେ ଲାଗିଛି । ହେଲେ ଆଜି ପର୍ଯନ୍ତ ଧାନ ଚାଷରେ ଦେଖାଦେଇଥିବା ଏହି ରୋଗର ନିରାକରଣ ପାଇଁ ଚାଷୀଙ୍କ ପାଖରେ କୌଣସି କୃଷି ଅଧିକାରୀ ପହଂଚି ନଥିବା ଅଭିଯୋଗ ହୋଇଛି । ଫଳରେ ଚାଷୀମାନେ ଧାନ ଚାଷରେ ଦେଖାଦେଉଥିବା ବିଭିନ୍ନ ରୋଗ ସଂପର୍କରେ ସଚେତନ ହେବାରୁ ବଂଚିତ ହେଉଥିବା ବେଳେ ସଠିକ କୀଟନାଷକର ବ୍ୟବହାର କରିପାରୁ ନାହାନ୍ତି । ଯାହାର ପରିଣାମ କେବଳ ଚାଷୀଙ୍କୁ ହିଁ ଭୋଗିବାକୁ ପଡୁଛି । ଅପର ପକ୍ଷରେ ଧାନ ଚାଷରେ ଦେଖାଦେଇଥିବା ରୋଗପୋକର ନିରାକରଣ ଦିଗରେ ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ ସୁରଭି ମାଧ୍ୟମରେ ଚାଷୀଙ୍କୁ ସୁଲଭ ଓ ସଠିକ କୀଟନାଷକ ଯୋଗାଇ ଦିଆଯିବ ବୋଲି କହିଛନ୍ତି ଜିଲ୍ଲା ଅତିରିକ୍ତ କୃଷି ଅଧିକାରୀ । ପତ୍ରପୋଡା ରୋଗ ଦାଉରୁ ଚାଷୀଙ୍କୁ ରକ୍ଷା କରିବାକୁ ହେଲେ କୃଷିକ୍ଷେତ୍ର କର୍ମଚାରୀମାନେ ପ୍ରତି ଗଁ।କୁ ଯାଇ ସଚେତନତା କାର୍ଯ୍ୟକ୍ରମମାନ ଆୟୋଜନ କରିବା ସହ ଧାନ ଗଛର ରୋଗ ନିରୂପଣ, ପ୍ରତିଷେଧକ ଔଷଧ ତଥା ପରାମର୍ଶ ଦେବା ଜରୁରୀ ହୋଇପଡିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.