ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍ କଣ ୨୦୦ ଟଙ୍କା ?
8/12/2022 at 9:00 AM

ଭଦ୍ରକ ୦୮/୧୨: ଲାଞ୍ଚ ନେଇ ନିଲମ୍ବିତ ହେଲେ ରାଜସ୍ୱ ନିରୀକ୍ଷକ। ଧାମନଗର ତହସିଲ ଅନ୍ତର୍ଗତ ଦଳାଙ୍ଗ ରାଜସ୍ବ ନିରୀକ୍ଷକ ତାପସ ରଞ୍ଜନ ଜେନାଙ୍କୁ ନିଲମ୍ବିତ କରିଲେ ଜିଲ୍ଲାପାଳ । ଜାତିଗତ ପ୍ରମାଣ ପତ୍ର ପାଇଁ ରାଜସ୍ୱ ନିରୀକ୍ଷକ ୫୦୦ ଟଙ୍କା ଲାଞ୍ଚ ନେଉଥିବାର ଭିଡିଓ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଜିଲ୍ଲାପାଳ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।
ସୂଚନା ଥାଉକି, ଜାତିଗତ ପ୍ରମାଣପତ୍ର ଦେବାକୁ ୫୦୦ ଟଙ୍କା ଲାଞ୍ଚ ମାଗୁଥିଲେ ରାଜସ୍ୱ ନିରୀକ୍ଷକ । ଏନେଇ ଭିଡିଓ ବି ଭାଇରାଲ ହୋଇଥିଲା । ଭଡିଓରେ ସେ କହିଥିଲେ ଜଣେ ସରକାରୀ ଅଧିକାରୀଙ୍କ ମୁଣ୍ଡ କଣ ୨୦୦ ଟଙ୍କା କି ? କାମ ନେବ, ୨୦୦ ଦେବ କେମିତି’’? ଏପରି କହି କାଷ୍ଟ ସାର୍ଟିଫିକେଟ ପାଇଁ ଆସିଥିବା ହିତାଧିକାରୀଙ୍କ ସହ ଡିଲ୍ କରୁଥିଲେ ଆର୍ଆଇ ।
Related Posts
ପୋଲିସକୁ ସଫଳତା, ହକି ତାରକାଙ୍କ ଘରୁ ଲୁଟ୍ ଘଟଣାର ଅଭିଯୁକ୍ତ ଗିରଫ
27 January 2023
କୂଅରୁ ଉଦ୍ଧାର ହେଲା ଗାଢ ଭାଲୁ, ଜଙ୍ଗଲରେ ଛାଡିଲା ବନବିଭାଗ
27 January 2023
ପାଇପ ଚୋରି ମାମଲା, ୫ ଅଭିଯୁକ୍ତକଙ୍କୁ କୋର୍ଟ ଚାଲାଣ କଲା ପୋଲିସ
27 January 2023