Hari omm 2
hari om films
AKK 2023
AKK2023
HARI-OMM_728X90_B
Showcase2022
hari om films
WEB_F-8
WEB_F-9
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡାରେ କ୍ରାଇମବ୍ରାଞ୍ଚ ତନାଘନା, ଗୁଳିମାଡ଼ ସ୍ଥାନରେ ମେଟାଲ ଡିଟେକ୍ଟର ଯାଞ୍ଚ
  • ||
  • କଟକ: ସବ ରେଜିଷ୍ଟ୍ରାର ଅଫିସରେ ଅଗ୍ନିକାଣ୍ଡ, ରେକର୍ଡ ରୁମ୍‌ରେ ଲାଗିଲା ନିଆଁ
  • ||
  • ଭୁବନେଶ୍ୱର: ଜେଲ୍‌ରେ ପରୀକ୍ଷା ଦେବେ ଅର୍ଚ୍ଚନା, ଅନୁମତି ଦେଇଥିଲେ କୋର୍ଟ
  • ||

ଲାଞ୍ଚ ନେବା ପଡ଼ିଲା ମହଙ୍ଗା; ରେଡ୍‌ ହ୍ୟାଣ୍ଡରେ ଆର୍‌ଆଇଙ୍କୁ ଧରିଲା ଭିଜିଲାନ୍ସ

26/11/2022 at 6:38 PM

କୋରାପୁଟ ୨୬/୧୧: ଭିଜିଲାନ୍ସ ହାତରେ ଧରାପଡିଲେ ଲାଞ୍ଚୁଆ ଅଧିକାରୀ। କୋରାପୁଟ ତହସିଲର ଶୁକୁ ଅଞ୍ଚଳର ରେଭିନ୍ୟୁ ଇନ୍ସପେକ୍ଟର (ଆର୍‌ଆଇ) ଅମିୟ କୁମାର ବେହେରାଙ୍କୁ ଜୟପୁର ଭିଜିଲାନ୍ସ କର୍ମଚାଚାରୀ କାବୁ କରିଛନ୍ତି। ପୈତୃକ ସମ୍ପତିକୁ ୨ ଭାଇଙ୍କ ମଧ୍ୟରେ ଭାଗବଣ୍ଟା କରି ଜମି ପଟା କରାଇବାକୁ ସମ୍ପୃକ୍ତ ଆରଆଇ ୬ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଏହି ସମୟରେ ଭିଜିଲାନ୍ସ କର୍ମଚାରୀମାନେ ତାଙ୍କୁ ଧରିଛନ୍ତି।

ଖବର ଅନୁସାରେ ସେ ୨ ଭାଇଙ୍କୁ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ୧୦ ହଜାର ଟଙ୍କା ଆଗରୁ ନେଇ ଥିବାବେଳେ ଆଜି ପୁଣି ୬ ହଜାର ଟଙ୍କା ନେବାବେଳେ ସେ ଧରାପଡ଼ିଛନ୍ତି। ଲାଞ୍ଚ ନଦେଲେ ଜମି ପଟ୍ଟା କରାଇବେ ନାହିଁ ବୋଲି ସେ କହିବା ପରେ ୨ ଭାଇ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ। ଏବେ ଜୟପୁର ଭିଜିଲାନ୍ସ  ଟିମ୍ କୋରାପୁଟରେ ଥିବା ତାଙ୍କ ଘରେ ଚଢ଼ଉ ଜାରି ରଖିଛନ୍ତି।

   Related Posts