କିଲର୍ ଓ ଅଧିକ ସୁନ୍ଦର ଲୁକ୍‌ ପାଇବା ପାଇଁ ଲୋକେ କରୁଛନ୍ତି ଏହି ଖାସ ସର୍ଜରୀ, ନାଁ ହେଉଛି ରାଇନୋପ୍ଲାଷ୍ଟି

Published By : Prameya-News7 Bureau | November 21, 2019 IST

ଇରାନରେ ଲୁକ୍‌କୁ ନେଇ ଲୋକଙ୍କ ଚିନ୍ତାଧାରା ବହୁତ ଅଲଗା। ଇରାନରେ କେବଳ ମହିଳା ନୁହେଁ ବରଂ ପୁରୁଷମାନେ ମଧ୍ୟ ସୌନ୍ଦର୍ଯ୍ୟ ପାଇଁ ଖୁବ ସଚେତନ ରୁହନ୍ତି। ସେଥିପାଇଁ ଇରାନର ଲୋକ ରାଇନୋପ୍ଲାଷ୍ଟି ନାମକ ଏକ ସର୍ଜରୀ ସବୁଠୁ ଅଧିକ କରାଇଥାଆନ୍ତି ।

ରିପୋର୍ଟ ଅନୁସାରେ ପାଖାପାଖି ୨ ଲକ୍ଷରୁ ଅଧିକ ଲୋକ ଏଠାରେ ରାଇନୋପ୍ଲାଷ୍ଟି ସର୍ଜରୀ କରାଇଥାଆନ୍ତି। ଏଥିରେ ପୁରୁଷଙ୍କଠାରୁ ମହିଳାଙ୍କ ସଂଖ୍ୟା ଅଧିକ ଥାଏ। ଏହି ସର୍ଜରୀ ପରେ ମଣିଷଙ୍କ ଚେହେରା ଅଧିକ ଆକର୍ଷଣୀୟ ଲାଗେ। ଏହାକୁ ନାକର ସର୍ଜରୀ ବୋଲି କୁହନ୍ତି।

ଇରାନରେ ଏହି ସର୍ଜରୀ ବହୁତ ଅଧିକ ଦେଖିବାକୁ ମିଳେ। ରାଇନୋପ୍ଲାଷ୍ଟି କରିବା ପାଇଁ ଏଠାରେ ଲୋକେ ୩୫,୦୦୦ରୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପ୍ରସ୍ତୁତ ଥାନ୍ତି। ସାଧାରଣତଃ ବିବାହ ପୂର୍ବରୁ ଏଠାରେ ଅଧିକାଂଶ ଲୋକେ ଏହି ସର୍ଜରୀ କରନ୍ତି।

ଏଠାରେ କିଛି ଟ୍ରାଭେଲ ଏଜେନ୍ସି ଏଥିପାଇଁ ବିଶେଷ ପ୍ୟାକେଜ ମଧ୍ୟ ତିଆରି କରିଛନ୍ତି। ଯେମିତି କି ଇରାନ ପ୍ଲାଷ୍ଟିକ ସର୍ଜରୀ ଟୁର ପ୍ୟାକେଜ୍‌ ଓ ଇରାନ କସମେଟିକ୍‌ ଟୁର ପ୍ୟାକେଜ ଭଳି ଅଫର ଜାରି କରାଯାଉଛି।  

ଏବେ ରାଇନୋପ୍ଲାଷ୍ଟିର ଚାହିଦା ଇରାନ୍‌ରେ ବୃଦ୍ଧି ପାଇବାକୁ ଲାଗିଛି ।  ବିଦେଶୀମାନଙ୍କୁ ଏଥିପ୍ରତି ଆକୃଷ୍ଟ କରିବା ପାଇଁ ଏବେ  ପ୍ଲାଷ୍ଟିକ ସର୍ଜନମାନେ ଉଦ୍ୟମ କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.