DRDO ଗେଷ୍ଟ ହାଉସ୍ ପହଞ୍ଚିଲେ ରିୟା ଚକ୍ରବର୍ତ୍ତୀ : ସିବିଆଇ କରିବ ଜୋରଦାର ପଚରାଉଚୁରା
28/08/2020 at 10:31 AM

ମୁମ୍ବାଇ ୨୮/୮: ସୁଶାନ୍ତ ସିଂହଙ୍କ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତର ଆଜି ଅଷ୍ଟମ ଦିନ। ଏହି ମାମଲାରେ ପ୍ରତିଦିନ ନୂଆ ଖୁଲାସା ହୋଇଛି। ସେହିପରି ଗୁରୁବାର ମାମଲାର ମୁଖ୍ୟ ଅଭିଯୁକ୍ତ ରିୟା ଚକ୍ରବର୍ତ୍ତୀ ସମସ୍ତ ଅଭିଯୋଗ ଉପରେ ଖୁଲାସା କରିଛନ୍ତି। ସିବିଆଇ ଟିମ୍ ପଚରାଉଚୁରା ପାଇଁ ରିୟାଙ୍କୁ ଡକାଇଛି। ରିୟା ଏବେ ଡିଆରଡିଓ ଗେଷ୍ଟ ହାଉସ୍ ପହଞ୍ଚିଛନ୍ତି।

୨୮ବର୍ଷ ବୟସ୍କା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ସୁଶାନ୍ତ ସିଂହ ରାଜପୁତଙ୍କ ପରିବାର ପାଟନାରେ ରୁଜୁ ହୋଇଥିବା ମାମଲାରେ ସେ ମୁଖ୍ୟ ଅଭିଯୁକ୍ତ। ସୁଶାନ୍ତଙ୍କ ବାପା କେକେ ସିଂହ ରୁଜୁ ହୋଇଥିବା ମାମଲାରେ ସୁଶାନ୍ତଙ୍କୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା,ମାନସିକ ଭାବେ ପ୍ରତାରିତ କରିବା ଏବଂ ଟଙ୍କା ନେବାର ଅଭିଯୋଗ କରିଛନ୍ତି।

ଗତ ସପ୍ତାହ ଅଗଷ୍ଟ ୧୯ତାରିଖରେ ସୁପ୍ରିମ କୋର୍ଟଙ୍କ ଅନୁମତି ମିଳିବା ପରେ ସିବିଆଇ ଏହି ମାମଲାର ଯାଞ୍ଚ ଆରମ୍ଭ କରିଛି। ସିବିଆଇ ଏବେ ସୁଦ୍ଧା ରିୟାଙ୍କ ଭାଇ ସୌଭିକ,ବାପାଙ୍କୁ ପଚରାଉଚୁରା କରି ସାରିଛି।
