ରିୟା ଚକ୍ରବର୍ତ୍ତୀଙ୍କ ମନେ ପଡିଲେ ସୁଶାନ୍ତ ସିଂହ ରାଜପୁତ, ଦୁଇ ବର୍ଷ ପରେ ପୋଷ୍ଟ କଲେ ରୋମାନ୍ସଭରା ସ୍ମୃତି

Published By : Prameya-News7 Bureau | June 14, 2022 IST

ମୁମ୍ବାଇ ୧୪।୦୬ : ବଲିଉଡ଼ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁର ବିତିଗଲାଣି ୨ ବର୍ଷ । ସୋସିଆଲ୍‌ ମିଡିଆରେ ଫ୍ୟାନ୍ସମାନେ  ମନେ ପକାଇ ଶ୍ରଦ୍ଧାଞ୍ଜଳୀ ଦେଉଛନ୍ତି । ଏସବୁ ମଧ୍ୟରେ ଅଭିନେତ୍ରୀ ତଥା ସୁଶାନ୍ତ ସିଂହଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀ ମଧ୍ୟ ମନେ ପକାଇଛନ୍ତି ।

ଇଷ୍ଟ୍ରାଗ୍ରାମରେ ସୁଶାନ୍ତ ସିଂହ ରାଜପୁତଙ୍କ ଚାରୋଟି ଅନ୍‌ସିନ୍‌ ଫଟୋ ସେୟାର କରିଛନ୍ତି ରିୟା । ସୁଶାନ୍ତଙ୍କ ଏକ ପୁରୁଣା ଫଟୋ ଛାଡି ରିୟା ଲେଖିଛନ୍ତି ଯେ, ‘ସବୁ ଦିନ ତୁମେ ମୋର ମନେ ପଡୁଛ’ . ଏହାସହିତ ରିୟା ଚକ୍ରବର୍ତ୍ତୀ ଏକ ଦିଲ୍‌ ଚିତ୍ର ଥିବା ଇମୋଜି ମଧ୍ୟ ରଖିଛନ୍ତି ।

wp:html
/wp:html

ରିୟା ଚକ୍ରବର୍ତ୍ତୀଙ୍କ ଏହି ପୋଷ୍ଟ ଖୁବ୍‌ କମ୍‌ ସମୟରେ ଖୁବ୍‌ ଭାଇରାଲ ହେବାର ଲାଗିଥିଲା । ଯାହାକୁ ନେଇ ପ୍ୟାନ୍ସମାନେ ଅନେକ କମେଣ୍ଟ ମଧ୍ୟ ଦେଇଛନ୍ତି । ଆମେ ସବୁ ସମୟରେ ତୁମକୁ ମିସ୍‌ କରୁଛି ବୋଲି ଅନେକ କମେଣ୍ଟ ଦେଇଥିବା ବେଳେ କେହି କେହି ଇମୋଜି ଦେଇ ନିଜ ନିଜର ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ।

ସୂଚନାଯୋଗ୍ୟ ଯେ, ସୁଶାନ୍ତଙ୍କ ମୃତ୍ୟୁ ପରେ ବିବାଦକୁ ଆସିଥିଲେ ,ରିୟା ଚକ୍ରବର୍ତ୍ତୀ । ଏପିରିକି ତାଙ୍କୁ କିଛି ଦିନ ପୋଲିସ ହେପାଜତରେ ମଧ୍ୟ ରହିବାକୁ ପଡିଥିଲେ । ପରେ ପ୍ରମାଣ ଅଭାବରୁ ରିୟା ଚକ୍ରବର୍ତ୍ତୀଙ୍କୁ ଛାଡିଥିଲା ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.