ସୁଶାନ୍ତଙ୍କ ମୃତ୍ୟୁ ପରେ ରିୟାଙ୍କ ଜୀବନରେ ନୂଆ ମିଷ୍ଟ୍ରି ମ୍ୟାନ୍! ଏହି ବ୍ୟକ୍ତିଙ୍କୁ କରୁଛନ୍ତି ଡେଟ୍
8/12/2022 at 11:05 AM

ମୁମ୍ଵାଇ ୦୮।୧୨: ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ। ଦୀର୍ଘ ସମୟ ଧରି ବଡ ପରଦାରୁ ଦୂରେଇ ରହିଛନ୍ତି ଅଭିନେତ୍ରୀ। କିନ୍ତୁ, ଅଭିନେତ୍ରୀ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଆଲୋଚନା କରୁଛନ୍ତି। ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ରିୟାଙ୍କୁ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ, ସେଣ୍ଟ୍ରାଲ୍ ଇନଭେଷ୍ଟିଗେସନ୍ ବ୍ୟୁରୋ ଏବଂ ନାର୍କୋଟିକ୍ସ ବ୍ୟୁରୋ ଦ୍ଵାରା ଟାର୍ଗେଟ କରାଯାଇଥିଲା। କ୍ରମାଗତ ଅଡୁଆରେ ପଡିଥିବା ଥିବା ଅଭିନେତ୍ରୀ ବର୍ତ୍ତମାନ ତାଙ୍କ ବ୍ୟକ୍ତିଗତ ଜୀବନରେ ଆଗକୁ ବଢିଛନ୍ତି। ଅଭିନେତାଙ୍କ ମୃତ୍ୟୁର ଦେଢ ବର୍ଷ ପରେ ରିୟା ପୁଣି ଥରେ ପ୍ରେମରେ ପଡିଛନ୍ତି। ତାଙ୍କ ଜୀବନରେ ନୂଆ ମିଷ୍ଟ୍ରିମ୍ୟାନ୍ଙ୍କର ଏଣ୍ଟ୍ରି ହୋଇଛି। ରିପୋର୍ଟ ଦାବି କରୁଛି ଯେ ରିୟା ଚକ୍ରବର୍ତ୍ତୀ ସେମାନଙ୍କ ସମ୍ପର୍କକୁ ବ୍ୟକ୍ତିଗତ ରଖିବାକୁ ଚାହୁଁଛନ୍ତି ।
ଜୁନ୍ ୨୦୨୦ରେ ସୁଶାନ୍ତ ସିଂ ରାଜପୁତଙ୍କର ଦେହାନ୍ତ ହୋଇଛି। ଯାହା ପରେ ରିୟା ସର୍ବସାଧାରଣ ଏବଂ ମିଡିଆକୁ ସାମ୍ନା କରିବାରେ ବହୁତ ସମ୍ମୁଖୀନ ହୋଇଥିଲେ । ବର୍ତ୍ତମାନ ଏହି ଅଭିନେତ୍ରୀ ସୀମା ସଜଦେହଙ୍କ ଭାଇ ବଣ୍ଟି ସଜଦେହଙ୍କୁ ଡେଟ୍ କରୁଥିବା ନେଇ ଜଣାପଡିଛି। ବଣ୍ଟି ସ୍ପୋର୍ଟସ୍ ଏବଂ ମନୋରଞ୍ଜନ ଇଣ୍ଡଷ୍ଟ୍ରିର ଏକ ଟ୍ୟାଲେଣ୍ଟେଡ୍ ସଂସ୍ଥାର ମାଲିକ । ମିଡିଆ ସହ କଥାବର୍ତ୍ତା ସମୟରେ ଏକ ସୁତ୍ରରୁ ଜଣାପଡିଛି- ‘ବଣ୍ଟି ଏବଂ ରିୟା ଏକାଠି ଅଛନ୍ତି ଏବଂ ଖୁସି ଅଛନ୍ତି । ଉଭୟଙ୍କୁ ଏକାଠି ଦେଖିବା ବହୁତ ଭଲ। ଗତ କିଛି ବର୍ଷ ମଧ୍ୟରେ ରିୟା ଯାହା ସାମ୍ନା କରିଛନ୍ତି, ବଣ୍ଟି ଏଭଳି ପରିସ୍ଥିତିରେ ତାଙ୍କର ସୋପର୍ଟ ସିଷ୍ଟମ ହୋଇ ରହିଛନ୍ତି। ଯେତେବେଳେ ଜିନିଷଗୁଡ଼ିକ ଅଡୁଆ ହେଉଥିଲା, ବଣ୍ଟି ଲଗାତାର ତାଙ୍କ ସହିତ ଥିଲେ।
ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଇଛି ଯେ ରିୟା ମଧ୍ୟ ବଣ୍ଟିଙ୍କ କ୍ଲାଇଣ୍ଟ ଥିଲେ। ଯେତେବେଳେ ସୁଶାନ୍ତଙ୍କ ମୃତ୍ୟୁ ପରେ ରିୟାଙ୍କୁ ପଚରାଉଚରା କରାଯାଉଥିଲା, ସେତେବେଳେ ବଣ୍ଟିଙ୍କୁ ମଧ୍ୟ ଡକାଯାଇଥିଲା। କହିବାକୁ ଗଲେ ବଣ୍ଟି ସଜଦେହ ସୋହେଲ ଖାନଙ୍କ ପୂର୍ବତନ ପତ୍ନୀ ସୀମା ସାଜଦେହଙ୍କ ଭାଇ। ସେବଣ୍ଟି ସାଜଦେହ କର୍ଣ୍ଣରଷ୍ଟୋନ ସ୍ପୋର୍ଟର ଏମଡି ତଥା ସିଇଓ ଅଟନ୍ତି।