ଟ୍ରୋଲର ଶିକାର ହୋଇ ମଧ୍ୟ ପୁଣିଥରେ ମହେଶ ଭଟ୍ଟଙ୍କ ସହ ଫଟୋ ପୋଷ୍ଟ କଲେ ରିଆ ଚକ୍ରବର୍ତ୍ତୀ

Published By : Prameya-News7 Bureau | September 27, 2018 IST

ମୁମ୍ବାଇ ୨୭/୦୯: ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ ତାଙ୍କ ଜନ୍ମଦିନରେ ମହେଶ ଭଟ୍ଟଙ୍କ ସହ ଅନେକ ଅନ୍ତରଙ୍ଗ ଫଟୋ ପୋଷ୍ଟ କରିଥିଲେ। ଏଥିପାଇଁ ତାଙ୍କୁ ଟ୍ରୋଲ୍ ଏବଂ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ସୋଶିଆଲ ମିଡିଆରେ ବହୁତ ଖରାପ କମେଣ୍ଟ ମିଳିଥିଲା। ତଥାପି ରିଆ ମହେଶ ଭଟ୍ଟଙ୍କ ସହ ଆଉ ଏକ ଫଟୋ ସେୟାର କରିଛନ୍ତି। ସେ କହିଛନ୍ତି ତାଙ୍କ ବ୍ୟକ୍ତିଗତ ଜୀବନରେ କେହି କୈାଣସି ପ୍ରକାର ବକ୍ତବ୍ୟ ଦେବା ଉଚିତ୍ ନୁହେଁ। ସେ ଯାହା ଚାହିଁବେ ତାହା କରିପାରିବେ। ୨୬ବର୍ଷ ବୟସ୍କା ଅଭିନେତ୍ରୀ ରିଆ ଏବଂ ୭୦ବର୍ଷ ବୟସ୍କ ନିର୍ଦ୍ଦେଶକ ମହେଶ ଭଟ୍ଟଙ୍କୁ ବିଗ୍ ବସ୍ ଯୋଡ଼ି ଅନୁପ୍ ଜଲୋଟା ଏବଂ ଜସଲିନ୍ ମାଥାରୁଙ୍କ ସହ ତୁଳନା କରାଯାଉଛି ଯିଏକି ଅନୁପଙ୍କ ଠାରୁ ୩୭ବର୍ଷ ସାନ। ମହେଶ ଭଟ୍ଟଙ୍କ ଫିଲ୍ମ ‘ଜଲେବି’ ରେ ରିଆ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.