ମୁମ୍ବାଇ ୧୭/୮: ସୁଶାନ୍ତ ସିଂହ ରାଜପୁତ ମାମଲାରେ ଇଡି ତଦନ୍ତ ଜାରି ରହିଛି। ସୋମବାର ଇଡି ପଚରାଉଚୁରା ପାଇଁ ରିୟା ଚକ୍ରବର୍ତ୍ତୀଙ୍କ ସିଏ ରିତେଶ ମୋଦିଙ୍କୁ ଡକାଇଛି।
ରିୟାଙ୍କ ସିଏ ରିତେଶ ମୋଦିଙ୍କୁ ଇଡି ଆଜି ପଚରାଉଚୁରା କରିବ। ରିତେଶ ମୋଦିଙ୍କୁ ରିୟା ଚକ୍ରବର୍ତ୍ତୀଙ୍କ ଫାଇନାନ୍ସ,ଇନକମ୍ ଏବଂ ଖର୍ଚ୍ଚ ବିଷୟରେ ପଚରାଯିବ। ଇଡି ଏବେ ସୁଦ୍ଧା ସୁଶାନ୍ତ ସିଂହ ରାଜପୁତ ମାମଲାରେ ଅନେକ ଲୋକଙ୍କୁ ପଚରାଉଚୁରା କରି ସାରିଛି। ଏଥିରେ ରିୟା ଏବଂ ପରିବାର ସମେତ ସୁଶାନ୍ତଙ୍କ ଭଉଣୀ ମିତୁ ସିଂହ,ସୁଶାନ୍ତଙ୍କ ବିଜନେସ୍ ମ୍ୟାନେଜର ଶ୍ରୃତି ମୋଦି,ଫ୍ଲାଟମେଟ୍ ସିଦ୍ଧାର୍ତ ପିଠାନିଙ୍କ ନାଁ ସାମିଲ ରହିଛି।
ସୁଶାନ୍ତ ସିଂହ ରାଜପୁତଙ୍କ ବାପା ରିୟାଙ୍କ ବିରୋଧରେ ତାଙ୍କ ପୁଅଙ୍କ ଆକାଉଣ୍ଟରୁ ୧୫କୋଟି ହଡ଼ପ କରିବାର ଅଭିଯୋଗ ଲଗାଇଛନ୍ତି। ଏବେ ଇଡି ଏବିଷୟରେ ପତ୍ତା ଲଗାଉଛି। ଏହା ବ୍ୟତୀତ ସିବିଆଇ ମଧ୍ୟ ସୁଶାନ୍ତ ମାମଲାର ଯାଞ୍ଚରେ ଜୁଟିଛି। କିନ୍ତୁ ଏବେ ସୁଦ୍ଧା ସିବିଆଇ ତରଫରୁ କୌଣସି ବୟାନ ସାମନାକୁ ଆସିନାହିଁ।
ସୁଶାନ୍ତ ମାମଲାର ଯାଞ୍ଚ ଉପରେ ଏବେ ସୁପ୍ରିମ କୋର୍ଟର ନିଷ୍ପତ୍ତି ଆସିବା ବାକି ରହିଛି। ସୁପ୍ରିମ କୋର୍ଟ ଏହା ନିଷ୍ପତ୍ତି ନେବ ଯେ ଏହି ମାମଲାର ଯାଞ୍ଚ ମୁମ୍ବାଇ ପୋଲିସ କରିବ ନା ସିବିଆଇ।