ପଶ୍ଚିମବଙ୍ଗ ୦୪/୦୯: କୋଲକାତା ଆର୍ଜି. କର ମେଡିକାଲ କଲେଜ ଓ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କୁ ଶକ୍ତ ଚାପୁଡ଼ା । ଭିଡ଼ ଭିତରେ ବି ମାଡ଼ ମାରିଲେ ଲୋକେ । କୋର୍ଟରୁ ବାହାରକୁ ଆସିବା ବେଳେ ତାଙ୍କୁ ଜଣେ ବ୍ୟକ୍ତି ଶକ୍ତ ଚାପୁଡ଼ା ମାରିଛନ୍ତି । ପୋଲିସ ସୁରକ୍ଷା ମଧ୍ୟରେ ଥିଲେ ମଧ୍ୟ ତାଙ୍କ ଉପରେ ହୋଇଛି ଆକ୍ରମଣ । କୋଲକାତା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତ ଥିବା ସନ୍ଦୀପ ଘୋଷଙ୍କୁ ମଙ୍ଗଳବାର ସିବିଆଇ ଟିମ୍ ଗିରଫ କରିବା ପରେ ଆଲିପୁର କୋର୍ଟରେ ହାଜର କରିଥିଲା ।
ଏହି ସମୟରେ କୋର୍ଟ ବାହାରେ ଲୋକଙ୍କ ପ୍ରବଳ ଭିଡ଼ ଜମିଥିଲା । ତେବେ କୋର୍ଟରୁ ବାହାରକୁ ବାହାରିବା ପରେ ତାଙ୍କୁ ବିରୋଧ କରି ଉତ୍ୟକ୍ତ ଲୋକେ ଘେରି ଯାଇଥିଲେ। ତାଙ୍କୁ ଫାଶୀ ଦିଆଯାଉ ବୋଲି ନାରା ଲଗାଇଥିଲେ । ଏହାରି ଭିତରେ ପୁଲିସ ସୁରକ୍ଷା ମଧ୍ୟରେ ଥିଲେ ମଧ୍ୟ ତାଙ୍କ ଉପରକୁ ଜଣେ ବ୍ୟକ୍ତି ଆକ୍ରମଣ କରି ତାଙ୍କୁ ଚାପୁଡା ମାରିଥିଲେ। ଫଳରେ ତାଙ୍କ ମୁଣ୍ଡରେ ବାଜିଥିଲା। ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି। ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
Former principal of RG Kar Hospital, Sandip Ghosh, was slapped by a person today while CBI was evacuating him from the court. Hundreds of people had gathered to beat him. Something terrible has been avoided today. 😭#KolkataDoctorDeathCase #RGKarProtestpic.twitter.com/T8VFegpqwT
— Ayush (@abasu0819) September 3, 2024
ସୂଚନା ଥାଉକି, ଆର୍.ଜି. କର ମେଡିକାଲ କଲେଜ ଆର୍ଥିକ ଅନିୟମିତତା ମାମଲାରେ ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କୁ ସିବିଆଇ ଗିରଫ କରିବାର ଦିନକ ପରେ ପଶ୍ଚିମବଙ୍ଗ ସ୍ୱାସ୍ଥ୍ୟ ବିଭାଗ ତାଙ୍କୁ ନିଲମ୍ବନ କରିଛି। ତାଙ୍କ ବିରୋଧରେ ଆପରାଧିକ ତଦନ୍ତ ଚାଲିଥିବାରୁ ପଶ୍ଚିମବଙ୍ଗ ସର୍ଭିସେସ (କ୍ଲାସିଫିକେଶନ, କଣ୍ଟ୍ରୋଲ ଆଣ୍ଡ ଅପିଲ) ରୁଲ୍ସ, ୧୯୭୧ର ରୁଲ ୯(୧ସି) ଅନୁଯାୟୀ ତାଙ୍କୁ ନିଲମ୍ବନ କରାଯାଇଛି ।