Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୮୦ କୋଭିଡ୍ ପଜିଟିଭ୍
  • ||
  • ଗୁରୁବାରଠୁ ରାଜ୍ୟରେ ପ୍ରବଳ ବର୍ଷା, ୧୯ ଓ ୨୦ ପାଇଁ ଜାରି ହେଲେ ୟେଲୋ ଓ୍ୱାର୍ଣ୍ଣିଂ
  • ||
  • ଜଳେଶ୍ୱର: ତ୍ରୀର୍ଥଯାତ୍ରୀ ବସ୍‌କୁ ପିଟିଲା ମାଲବାହୀ ଟ୍ରକ୍, ଜଣେ ମୃତ ଓ ୪ ଗୁରୁତର
  • ||
  • ମୟୁରଭଞ୍ଜ: ଆଇଟିଆଇ କଲେଜରେ ଆଦିବାସୀ ଛାତ୍ରଙ୍କୁ ମାଡ ଘଟଣା, ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା
  • ||
  • ବିଜେପିରେ ବଡ ଧରଣର ପରିବର୍ତ୍ତନ, ସଂସଦୀୟ ବୋର୍ଡରୁ ହଟିଲେ ଗଡକରୀ ଓ ଚୌହାନ
  • ||

ରେଓ୍ବାରୀ ଗଣଦୁଷ୍କର୍ମ ଘଟଣା : ଫେରାର ଦୁଇ ଅଭିଯୁକ୍ତ ପଙ୍କଜ ଏବଂ ମନୀଷ ଗିରଫ

23/09/2018 at 3:12 PM

ମହେନ୍ଦ୍ରଗଡ ୨୩|୯: ହରିୟାଣାର ମହେନ୍ଦ୍ରଗଡ ଜିଲ୍ଲା ଅନ୍ତର୍ଗତ ରେଓ୍ବାରୀ ଗଣଦୁଷ୍କର୍ମ ଘଟଣାରେ ଫେରାର ଥିବା ଆଉ ଦୁଇଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ଗିରଫମାନେ ହେଲେ ସାମରିକ କରର୍ମଚାରୀ ପଙ୍କଜ ଏବଂ କଲେଜ ଛାତ୍ର ମନୀଷ । ଏମାନଙ୍କୁ ଗିରଫ କରିବା ପାଇଁ ପୋଲିସ ୩୦ଜଣିଆ ଏକ ସ୍ବତନ୍ତ୍ର ସ୍କ୍ବାର୍ଡ ଗଠନ କରିଥିଲା ବୋଲି ହରିଆଣା ପୋଲିସ ମହାନିର୍ଦ୍ଦେଶକ ବି.ଏସ୍. ସାନ୍ଧୁ କହିଛନ୍ତି । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ନିଶୁକୁ ପୋଲିସ ଗତ ସପ୍ତାହରେ ଗିରଫ କରିସାରିଛି । ଏମାନଙ୍କ ବ୍ୟତୀତ ଦୁଷ୍କର୍ମ କରିଥିବା ସ୍ଥାନର ମାଲିକ ଦୀନ୍ ଦୟାଲ ଏବଂ ଦୁଷ୍କର୍ମ ପରେ ପୀଡିତାଙ୍କ ପ୍ରାଥମିକ ଚିକିତ୍ସା କରିଥିଲେ ମଧ୍ୟ ପୋଲିସକୁ ଖବର ଦେଇନଥିବା ଡାକ୍ତର ସଂଜୀତଙ୍କୁ ମଧ୍ୟ ପୋଲିସ ଗିରଫ କରିଥିଲା । ଆଜି ୨ଜଣଙ୍କୁ ଗିରଫ କରିବାପରେ ଏହି ଘଟଣାରେ ଗିରଫଙ୍କ ସଂଖ୍ୟା ୫ରେ ପହଞ୍ଚିଛି । ମୁଖ୍ୟ ଅଭିଯୁକ୍ତ ନିଶୁ ଏବେ ୧୪ଦିନିଆ ବିଚାରବିଭାଗୀୟ ହେପାଜତରେ ଥିବାବେଳେ ଦୀନ ଦୟାଲ ଓ ସଂଜୀତକୁ ଅଧିକ ପଚରାଉଚରା ପାଇଁ ପୋଲିସ ରିମାଣ୍ଡରେ ନେଇଛି ।
ସୂଚନାଯୋଗ୍ୟ ଯେ, ଗତ ୧୨ତାରିଖରେ ୧୯ବର୍ଷ ବୟସ୍କା କଲେଜ ଛାତ୍ରୀ କୋଚିଂ କ୍ଲାସକୁ ଯିବାପାଇଁ ବସକୁ ଅପେକ୍ଷା କରିଥିଲେ । ପଙ୍କଜ ଏବଂ ମନୀଷ କାର୍ ଯୋଗେ ତାଙ୍କ ପାଖରେ ପହଞ୍ଚିବା ସହ ପିଇବାପାଇଁ ପାଣି ଦେଇଥିଲେ । ପାଣି ପିଇବାମାତ୍ରେ ଛାତ୍ରୀ ଅଚେତ ହୋଇପଡିଥିଲେ । ଉପରୋକ୍ତ ଦୁଇ ଅଭିଯୁକ୍ତ ତାଙ୍କୁ କାର୍ ରେ ଏକ ଘରକୁ ନେଇଯାଇଥିଲେ । ସେଠାରେ ତାଙ୍କ ଚେତା ଫେରିବା ପରେ ଏ ଦୁଇଜଣଙ୍କ ସହ ନିଶୁ ଥିବା ଦେଖିଥିଲା । ସେଠାରେ ମଧ୍ୟ ତାଙ୍କୁ କିଛି ପାନୀୟ ଦିଆ।ଯାଇଥିଲା ପିଇବା ପାଇଁ। ଏହା ପିଇବାପରେ ପିଡୀତା ଅଚେତ୍ ହୋଇଯାଇଥିଲେ । ପରେ ତାଙ୍କ ସହ ଗଣଦୁଷ୍କର୍ମ ହୋଇଥିଲା ବୋଲି ପିଡୀତା କହିଥିଲେ ।

   Related Posts