ଭୁବନେଶ୍ୱର ୦୩।୧୧- ୧୦ରେ ସୋନିଆ ଗାନ୍ଧିଙ୍କୁ ଭେଟିବ ନିରଞ୍ଜନ ହଟାଅ ଗୋଷ୍ଠୀ | ପିସିସି ସଭାପତି ପଦରେ ମହମ୍ମଦ ମୋକିମଙ୍କୁ ବସାଇବାକୁ ଦାବି କରାଯିବ | ଆଜି ପୁଣି ବୈଠକ କରି ଏମିତି କିଛି ରଣନୀତି ତିଆରି କରିଛନ୍ତି କଂଗ୍ରେସର କିଛି ନେତା |
କେବେ ନିପ, କେବେ ମମୋ। ନିପ ମାନେ ନିରଞ୍ଜନ ପଟ୍ଟନାୟକ ଓ ମମୋ ମାନେ ମହମ୍ମଦ ମୋକିମଙ୍କ ମଧ୍ୟରେ ପେଣ୍ଡୁଲମ ଗତିରେ ଦୋହଲୁଛି ରାଜ୍ୟ କଂଗ୍ରେସ ନେତାଙ୍କ ନେତା ଫର୍ମୁଲା। ବୁଧବାର ଋଷିଲେ | ଶୁକ୍ରବାର ମିଶିଲେ | ପୁଣି ଗୋଟେ ଦିନ ଛାଡ଼ି ପୁଣି ମେଳି କଲେ | ରାଜ୍ୟ କଂଗ୍ରେସରେ ନିରଂଜନ ପଟ୍ଟନାୟକ ହଟାଓ ମହମ୍ମଦ ମୋକିମ ଆଣ ଅଭିଯାନ ରବିବାର ପୁଣି ତେଜ୍ ହୋଇଛି | ପାନ୍ଥନିବାସରେ ବୁଧବାର ବସିଥିବା ନେତାଏ ପୁଣି ଏକାଠି ହୋଇ ନିରଂଜନ ହଟାଓ ସଂକଳ୍ପ ପାରିତ କରିଛନ୍ତି | ଆଉ ୧୦ରେ ମିଶିବେ ୧୦ ଜନପଥରେ। କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧିଙ୍କୁ ଭେଟିବେ।
ସେପଟେ ଶୁକ୍ରବାର ଯେଉଁ ନେତାଙ୍କୁ ମନେଇ ଥିଲେ, ସେମାନେ ପୁଣି ବିଦ୍ରୋହର ବିଗୁଲ୍ ଫୁଙ୍କିବା ଦେଖି ଚିହିଁକି ଉଠିଛନ୍ତି ପିସିସି ସଭାପତି | ଏ କଥା, ପଚାରୁ ପଚାରୁ କହୁଛନ୍ତି, ଏହା ପାର୍ଟିର ଇଣ୍ଟରନାଲ୍ ମ୍ୟାଟର୍ | ସେ କିଛି ବି ରିପ୍ଲାଏ ଦେବେ ନାହିଁ | ତେବେ ଏତିକି କହିଛନ୍ତି, ସବୁଠି ଶୃଙ୍ଖଳା ନିହାତି ଦରକାର |
୧୦ରେ ବିଦ୍ରୋହୀ ଗୋଷ୍ଠୀ ସୋନିଆଙ୍କୁ ଭେଟିବା ପାଇଁ ଦିଲ୍ଲୀ ଚଲୋ ନାରା ତ ଦେଇଛନ୍ତି | ବଡ଼ କଥା ହେଉଛି, ସୋନିଆ ଏମାନଙ୍କୁ ଭେଟୁଛନ୍ତି ନା, ସେଠାରେ ବି ପ୍ରଭାରୀଙ୍କୁ ଭେଟି ଫେରୁଛନ୍ତି ତାହା ଉପରେ ନିର୍ଭର କରିବ କଂଗ୍ରେସର ପରବର୍ତ୍ତୀ ମିଶନ।