ବନ୍ୟା ସ୍ଥିତିର ସମୀକ୍ଷା ବୈଠକ, ବିଭାଗର ସମସ୍ତ ଅଧିକାରୀଙ୍କ ସହ ଆଲୋଚନା କରିବେ ଜଳସଂପଦ ମନ୍ତ୍ରୀ
22/08/2022 at 10:57 AM

ଭୁବନେଶ୍ୱର ୨୨।୦୮: ବନ୍ୟା ସ୍ଥିତିର ସମୀକ୍ଷା କରିବେ ଜଳସଂପଦ ମନ୍ତ୍ରୀ । ରାଜ୍ୟର ବନ୍ୟା ସ୍ଥିତିର ସମୀକ୍ଷା କରିବେ ଜଳସଂପଦ ମନ୍ତ୍ରୀ ଟୁକୁନି ସାହୁ । ସୋମବାର ଦିନ ୧୧ଟାରେ ଏହି ସମୀକ୍ଷା ବୈଠକ ବସିବ ।
ଖବର ଅନୁଯାୟୀ, ରାଜ୍ୟରେ ଦେଖାଦେଇଥିବା ବନ୍ୟା ସ୍ଥିତିକୁ ନେଇ ଆକ୍ସନକୁ ଆସିଛି ରାଜ୍ୟ ସରକାର । ରବିବାର ଏନେଇ ସମୀକ୍ଷା ବୈଠକ କରିଥିଲେ ଜଳସଂପଦ ମନ୍ତ୍ରୀ । ଏହାପରେ ସୋମବାର ପୁଣି ଥରେ ସମୀକ୍ଷା ବୈଠକ ବସିବାକୁ ଯାଉଛି । ଦିନ ୧୧ଟାରେ ବସିବାକୁ ଥିବା ଏହି ବୈଠକରେ ଜଳସଂପଦ ବିଭାଗର ସମସ୍ତ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ । ଖାସ୍ କରି ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ ଓ ବୈତରଣୀ ଓ ବ୍ରାହ୍ମଣୀ ନଦୀ ର ସ୍ଥିତି ଓ ବିଭାଗର ପଦକ୍ଷେପ ନେଇ ବୈଠକରେ ହେବ ଆଲୋଚନା ।
Related Posts
ଗଛରେ ଝୁଲୁଛି ମୃତଦେହ, ମୃତକଙ୍କ ପରିଚୟ ଓ ମୃତ୍ୟୁର କାରଣ ଅସ୍ପଷ୍ଟ
29 January 2023
ଯୁବକଙ୍କ ଗଳିତ ମୃତଦେହ ଠାବ, ପୋଲିସ କରୁଛି ତଦନ୍ତ
29 January 2023