ଭୁବନେଶ୍ବର ୧୯।୭: ନିବନ୍ଧନ ଅଧିକାରୀଙ୍କ ସମ୍ମିଳନୀରେ ଅଧିକାରୀଙ୍କୁ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ କଡା ଚେତାବନୀ । ବେଆଇନ କାମ କଲେ ଏ ସରକାରରେ ବର୍ତ୍ତି ପାରିବେନି । ଏ ସରକାରରେ ପଛ ଭୁଲ୍ ପାଇଁ ଅବସର ପରେ ବି ପ୍ରୋସିଡିଂ ଆରମ୍ଭ ହୋଇଛି । ଆମେ ମାଲିକ ଲୋକ ସେବା ପାଇଁ ଆସୁଛନ୍ତି ସେ ଭ୍ରାନ୍ତିରେ ରୁହନ୍ତୁ ନାହିଁ ଅଧିକାରୀ । ବଡ଼ ନୁହେଁ ଭଲ ଅଧିକାରୀ ହୁଅନ୍ତୁ । ଗୋଟେ ବର୍ଷରେ ୩୦୦ରୁ ଅଧିକ ଘର ରେଜିଷ୍ଟ୍ରେସନ ହୋଇଛି । ନିଜ ଅଞ୍ଚଳ ଏବଂ ଜିଲ୍ଲା ବାହାରକୁ ଯାଇକି ବି ଅଧିକାରୀ ରେଜିଷ୍ଟ୍ରେସନ କରିଛନ୍ତି । ଯଦି ବିଭାଗ ପାଖରେ ଠିକ୍ ସମୟରେ ତଥ୍ୟ ପହଞ୍ଚି ନଥାନ୍ତା ତାହେଲେ ଅଧିକାରୀ ପାକିସ୍ତାନ ବାହାରକୁ ଯାଇକି ଲାହୋରରେ ମଧ୍ୟ ରେଜିଷ୍ଟ୍ରେସନ କରି ଦେଇଥାନ୍ତେ । ମୃତକୁ ଜୀବିତ କେବଳ ଭଗବାନ କରିପାରନ୍ତି । କିନ୍ତୁ ନିବନ୍ଧନ ଅଧିକାରୀ ମୃତକୁ ଜୀବିତ ଏବଂ ଜୀବିତକୁ ମୃତ କରୁଛନ୍ତି । ଆଧାର କାର୍ଡ ବଦଳାଇ, ଫଟୋ ବଦଳାଇ ପାରୁଛନ୍ତି । ୨୦୧୪ ରୁ ୨୪ ପାର୍ଟ ପ୍ଲଟ୍ ବନ୍ଦ ଥିଲା । ଅନେକ ଅଧିକାରୀ ପାର୍ଟ ପ୍ଲଟ ରେଜିଷ୍ଟ୍ରେସନ କଲେ କିନ୍ତୁ ଯଦି କରିବାର ଥିଲା ୧୦୦ରୁ ୪୦ କଲେ ୬୦ ରିଜେକ୍ଟ କରିଦେଲେ । ଏହା ଉଦ୍ଦେଶ୍ୟମୂଳକ ଭାବେ ଅନିୟମିତତା ହୋଇଛି । ସେ ଅଧିକାରୀଙ୍କ ବିରୋଧରେ ପ୍ରୋସିଡିଂ ଆରମ୍ଭ ହୋଇଛି । ଅବସର ପରେ ମଧ୍ୟ ପ୍ରୋସିଡିଂ ଆରମ୍ଭ ହୋଇଛି । ଯଦି ଅଧିକାରୀ ବେଆଇନ କାମ କରିବେ ଭାବିବେ କେହି ଦେଖୁ ନାହାନ୍ତି । ଚକା ଆଖି ସବୁ ଦେଖୁଛି । ରାଜସ୍ବ ବିଭାଗ ସବୁ କିଛି ନିରୀକ୍ଷଣ କରୁଛି । ଏ ସମ୍ମିଳନୀର ଗୋଟିଏ ସନ୍ଦେଶ ଭଲ କାମ କର ଲୋକଙ୍କ ପାଇଁ କାମ କର । ପିପୁଲ ଫ୍ରେଣ୍ଡଲି ଦପ୍ତର କରିବା । ଆମେ ମାଲିକ ଲୋକ ମାନେ ସେବା ପାଇଁ ଆସୁଛନ୍ତି, ଏ ଭ୍ରାନ୍ତିରେ ରୁହନ୍ତୁ ନାହିଁ । ଲୋକ ହେଉଛନ୍ତି ଭିଆଇପି ଏବଂ ମାଲିକ ଆମେ ହେଲେ ସେବକ । ସେ ଯୁଗ ଆଉ ନାହିଁ ଯେ ବଡ଼ ଅଧିକାରୀ ଦେଖେଇ ହେବା । ବଡ ଅଧିକାରୀ ହୁଅନ୍ତୁ ନାହିଁ ଭଲ ଅଧିକାରୀ ହୁଅନ୍ତୁ । ବାରମ୍ବାର ଜଣେ ଲୋକ ଅଫିସକୁ ଆସିବାକୁ ନପଡୁ । ଦପ୍ତରରେ ସେବା କେମିତି ମିଳୁଛି ଜଣେ ଲୋକ ଯାଇ ଅନ୍ୟ ଲୋକଙ୍କ କହୁ ବୋଲି ସୁରେଶ ପୂଜାରୀ କହିଛନ୍ତି ।
You Can Read:
ରାଜସ୍ବ ବିଭାଗ ଅଫିସରଙ୍କୁ କଡ଼ା ଚେତାବନୀ, ପ୍ରମୋସନ ପାଇଁ ରାତି ଅଧିଆ କାମ କି ଧରାଧରି ଚଳିବ ନାହିଁ