ଢେଙ୍କାନାଳ ୨୧/୦୪: ରାଜ୍ୟରେ ଜାଲ୍ ସାର୍ଟିଫିକେଟ୍ ମାମଲା ଥମିନଥିବାବେଳେ ଏବେ ଜାଲ୍ ଦସ୍ତଖତ ମାମଲା ସାମ୍ନାକୁ ଆସିଛି । ଢେଙ୍କାନାଳ ଜିଲ୍ଲାରେ ଜଣେ ରାଜସ୍ୱ ନିରୀକ୍ଷକ ଦସ୍ତଖତ ଜାଲ କରି ଫସିଥିବା ଘଟଣା ବେଶ ଚର୍ଚା ହେଉଛି । ଏହି ସରକାରୀ ବାବୁ ଜଣଙ୍କ ଖୋଦ୍ ଜିଲ୍ଲାପାଳଙ୍କ ଦସ୍ତଖତକୁ ଜାଲ୍ କରିଦେଇ ନିଜର ସିସିଆର ପ୍ରସ୍ତୁତ କରିଥିବା ଜଣାପଡ଼ିଛି ।
ଫଳରେ ଢେଙ୍କାନାଳର ତତ୍କାଳୀନ ଜିଲ୍ଲାପାଳଙ୍କ ପକ୍ଷରୁ ଥାନାରେ ମାମଲା ଦାୟର ଯୋଗୁଁ ଏହି ସରକାରୀ ବାବୁ ଜଣଙ୍କ ଫସିଯାଇଛନ୍ତି । ଏହି ସରକାରୀ ବାବୁ ଜଣଙ୍କ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ରାଜସ୍ୱ ନିରୀକ୍ଷକ ବିଶ୍ୱନାଥ ପ୍ରଧାନ ବୋଲି ଜଣାପଡିଛି । ବିଶ୍ୱନାଥଙ୍କୁ ଢେଙ୍କାନାଳ ଟାଉନ ଥାନା ପୋଲିସ ଥାନାକୁ ଆଣି ଅଟକ ରଖି ତନାଘନା ପଚରା ଉଚରା ଜାରି ରଖିଛି ।
wp:html /wp:htmlସୂଚନା ମୁତାବକ, ବିଶ୍ୱନାଥ ପ୍ରଧାନ ଗତ ୨୦୧୪ରୁ ୨୦୧୭ଯାଏଁ ୩ ବର୍ଷ ଗଁନ୍ଦିଆ ଓ ଭୁବନ ରାଜସ୍ୱ ନିରୀକ୍ଷକ ଭାବେ କାର୍ଯ୍ୟ କରୁଥିବାବେଳେ ନିଜର ୩ବର୍ଷର ସିସିଆର ବା ସରକାରୀ ଚାରିତ୍ରିକ ପଞ୍ଜିକାରେ ଜିଲ୍ଲାପାଳଙ୍କ ଦସ୍ତଖଟକୁ ଜାଲ କରି ନିଜେ ପ୍ରସ୍ତୁତ କରିଥିଲେ । ତେବେ ସେତବେଳେ ଢେଙ୍କାନାଳରେ ଜିଲ୍ଲାପାଳ ଭାବେ ଅବସ୍ଥାପିତ ଥିବା ରୁପା ରୋଶନ ସାହୁଙ୍କ ଦସ୍ତଖତକୁ ଜାଲ କରି ଥିବା ଜାଣି ପାରି ଗତ ୨୦୧୮ ମସିହାରେ ଢେଙ୍କାନାଳର ପ୍ରାକ୍ତନ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ ଟାଉନ ଥାନାରେ ମାମଲା ଦାୟର କରିଥିଲେ ।
ଫଳରେ ରାଜସ୍ୱ ନିରୀକ୍ଷକ ବିଶ୍ୱନାଥ ପ୍ରଧାନଙ୍କ ନାମରେ ମାମଲା ରୁଜୁ ହୋଇ ପୋଲିସ ତଦନ୍ତ କରୁଥିଲା । ତେବେ ତଦନ୍ତ ମୁତାବକ ଜିଲ୍ଲାପାଲଙ୍କ ଦସ୍ତଖତ ଜାଲ କରିଥିବା ଜଣାପଡିବା ପରେ ବର୍ତମାନ କାମାକ୍ଷାନଗର ରାଜସ୍ୱ ନିରୀକ୍ଷକ ଭାବେ ଅବସ୍ଥାପିତ ଥିବା ବିଶ୍ୱନାଥ ପ୍ରଧାନଙ୍କୁ ଟାଉନ ପୋଲିସ ଥାନାରେ ଅଟକ ରଖି ତନାଘନା କରୁଥିବା ଜଣାପଡିଛି।