ଭୁବନେଶ୍ବର ୨୨।୧୧: ଆଜି ବିଧାନସଭା ପ୍ରଶ୍ନକାଳ ସୁରୁଖୁରୁରେ ଚାଲିଛି । ବିଭିନ୍ନ ପ୍ରଶ୍ନ ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ । ପ୍ରଥମେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଉପରେ ପ୍ରଶ୍ନୋତ୍ତର ଚାଲିଥିଲା । ବର୍ତ୍ତମାନ ଅଧିକ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ପ୍ରସ୍ତାବ ନଥିବା ଗୃହରେ ବିବୃତି ରଖିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି ।
{"id":188031,"sizeSlug":"large"}
ଓଡିଶାର ୬ଟି ଉପକୂଳ ଜିଲ୍ଲା ଯଥା ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଖୋର୍ଦ୍ଧା, ନୟାଗଡ ଓ ଗଞ୍ଜାମରେ ୬୯୪ଟି ବହୁମୁଖୀ ଆଶ୍ରୟସ୍ଥଳୀ ନିର୍ମାଣ କରିଛନ୍ତି ରାଜ୍ୟ ସରକାର । ବହୁମୁଖୀ ଆଶ୍ରୟସ୍ଥଳୀ OSDMA ପକ୍ଷରୁ ନିର୍ମାଣ କରାଯାଇଛି । ସେହିପରି ୬୫ଟି ବାତ୍ୟା ଆଶ୍ରୟସ୍ଥଳୀ ରେଡ୍ କ୍ରସ୍ ନିର୍ମାଣ କରିଛି । ସମୁଦାୟ ୭୫୯ଟି ବହୁମୁଖୀ ଆଶ୍ରୟସ୍ଥଳୀ ଓଡିଶାରେ ଅଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।
{"id":188032,"sizeSlug":"large"}
ପଞ୍ଚାୟତସ୍ତରୀୟ ଭିତ୍ତିରେ ଭାଙ୍ଗିଯାଇଥିବା ଆଶ୍ରୟସ୍ଥଳୀ ଗୁଡିକର ମରାମତି କରାଯାଉଛି। ବାକି ସବୁର ଯାଞ୍ଚ ଚାଲିଛି। ରିପୋର୍ଟ ଆସିଲେ ମରାମତି କରାଯିବ। ପୁରୀ ଜିଲ୍ଲାରେ ୧୧୭ଟି ବାତ୍ୟା ଆଶ୍ରୟସ୍ଥଳୀ ରହିଛି । ସଦରରେ ୧୬ଟି, ମ୍ୟୁନିସିପାଲଟିରେ ଗୋଟିଏ ବାତ୍ୟା ଆଶ୍ରୟସ୍ଥଳୀ ରହିଛି ।
{"id":188033,"sizeSlug":"large"}
ଆଜି ବିଧାନସଭା ପ୍ରଶ୍ନକାଳରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା, ଅନୁସୂଚିତ ଜାତି ଓ ଜନଜାତି, ଶକ୍ତି, କ୍ରୀଡା ଓ ଯୁବ କଲ୍ୟାଣ, ଶିଳ୍ପ, ସୂଚନା ଓ ପ୍ରଯୁକ୍ତିବିଦ୍ୟା ସହ ସ୍ବଳ୍ପ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଥିଲା ।