ଛାତ୍ରଛାତ୍ରୀ ଆନ୍ଦୋଳନରୁ ହଟିଲେ ରେଭେନ୍ସା ବିଶ୍ବବିଦ୍ୟାଳୟରୁ ହଟିବ ସାଇନ୍-ଏ-ଡାଏ
10/05/2018 at 10:38 AM

ରେଭେନ୍ସା ଷ୍ଟାଫ୍ କାଉନସିଲ ବୈଠକ ପରେ ସୂଚନା ଦେଇଛନ୍ତି କୁଳପତି ଈଶାନ କୁମାର ପାତ୍ର | ବିଶ୍ବବିଦ୍ୟାଳୟରେ ଲାଗିରହିଥିବା ଅଚଳାବସ୍ଥା ଦୂର ପାଇଁ ଆଜି ବସିଥିଲା ଷ୍ଟାଫ୍ କାଉନସିଲ ବୈଠକ | ତେବେ ବାକି ଥିବା ପରୀକ୍ଷା ଠିକ୍ ସମୟରେ ହେବ, ଫଳାଫଳ ଠିକ୍ ସମୟରେ ବାହାରିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି |
ସେପଟେ ୨୮ ତାରିଖ ସୁଦ୍ଧା ହଷ୍ଟେଲ ଖାଲି କରିବା ନିଷ୍ପତ୍ତିକୁ ବିରୋଧ କରିଛନ୍ତି ଛାତ୍ରଛାତ୍ରୀ | ଏହାକୁ ନେଇ ଛାତ୍ର ଅଶାନ୍ତି ଦେଖାଦେଇଥିଲା | ପରିସ୍ଥିତି ନିୟନ୍ତ୍ରଣ ପାଇଁ ବିଶ୍ବବିଦ୍ୟାଳୟକୁ ସାଇନ୍-ଏ-ଡାଏ ଘୋଷଣା କରାଯାଇଥିଲା | କିଛି ଛାତ୍ରଛାତ୍ରୀ ହଷ୍ଟେଲ ଖାଲି କରିଦେଇଥିଲେ ମଧ୍ୟ କିଛି ଛାତ୍ରଛାତ୍ରୀ ଗେଟ ସମ୍ମୁଖରେ ଧାରଣା ଦେଇଥିଲେ | ଛାତ୍ରଛାତ୍ରୀ ଆନ୍ଦୋଳନରୁ ସାଇନ୍-ଏ-ଡାଏ ହଟିବ ବୋଲି କୁଳପତି ସୂଚନା ଦେଇଛନ୍ତି |