ରେଭେନ୍ସା ବିଶ୍ବବିଦ୍ୟାଳୟ ସାଇନ-ଏ-ଡାଏ ପ୍ରସଙ୍ଗରେ ରାଜ୍ୟପାଳଙ୍କ ନିକଟରେ ଫେରାଦ ହେଲା AIDSO

Published By : Prameya-News7 Bureau | May 09, 2018 IST

। ସାଇନ-ଏ-ଡାଏ ପ୍ରତ୍ୟାହାର କରିବାକୁ ଦାବି କରିଛି ସଂଘ । ଏଥି ସହ ରାଜ୍ୟପାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ସେପଟେ ରେଭେନ୍ସା କୁଳ ସଚିବ କହିଛନ୍ତି କ୍ୟାମ୍ପସରେ ଶାନ୍ତି ଫେରାଇ ଆଣିବାକୁ ଚେଷ୍ଟା କରାଯାଉଛି । ଛାତ୍ରଛାତ୍ରୀଙ୍କ ପରୀକ୍ଷା କେବେ ହେବ ସେ ନେଇ ଏକାଡେମିକ କାଉନସିଲ୍ ବୈଠକ ଡକାଯିବ । ବୈଠକରେ ପରୀକ୍ଷା ସମ୍ପର୍କରେ ଆଲୋଚନା ହେବ । ଗତକାଲି ରାତିରେ ସାଇନ୍-ଏ-ଡାଏ ଘୋଷଣା ପରେ ଆଜି ସକାଳୁ ପିଲାମାନେ ହଷ୍ଟେଲ ଛାଡି ନିଜ ନିଜ ଘରକୁ ପଳାଇଛନ୍ତି । ସକାଳ ୧୦ ଟା ସୁଦ୍ଧା ହଷ୍ଟେଲ ଖାଲି କରିବାକୁ ରେଭେନ୍ସା କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଥିଲେ । କ୍ୟାମ୍ପସରେ ଉତ୍ତେଜନା ଲାଗି ରହିଥିବାରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । କୋର୍ସ ଫି ୩୦ ରୁ ୪୦ ହଜାରକୁ ବୃଦ୍ଧି ଓ ହଷ୍ଟେଲ ମରାମତି ପାଇଁ ହଷ୍ଟେଲ ଖାଲି କରିବାକୁ ରେଭେନ୍ସା କୁଳପତିଙ୍କ ନିର୍ଦ୍ଦେଶ ପରେ କ୍ୟାମ୍ପସରେ ଛାତ୍ର ଅଶାନ୍ତି ଦେଖାଦେଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.