ବେପରୁଆ ଗାଡି ଚାଳନା ପାଇଁ ଟ୍ରକ୍ ଧକ୍କାରେ ଚାଲିଗଲା ଛାତ୍ରୀଙ୍କ ଜୀବନ, ରେଭେନ୍ସା ଛାତ୍ରଛାତ୍ରୀଙ୍କ ରାସ୍ତା ଅବରୋଧ

Published By : Prameya-News7 Bureau | September 06, 2019 IST

କଟକ ୬।୯: ନୂଆ ଟ୍ରାଫିକ୍ ନିୟମକୁ ସବୁଆଡେ ହଲଚଲ । ଚାରିଆରେ ବ୍ଲକିଂ, ଚେକିଂ । କିଏ କେତେବେଳେ ଫାଇନର ଶିକାର ହେବ ସେଥିପାଇଁ ଲୋକଙ୍କ ଟେନସନ ବଢିଯାଉଛି । କିନ୍ତୁ ଦିନ ଦ୍ବିପହରରେ କଟକ ଭଳି ଜନଗହଳିପୂର୍ଣ୍ଣ ସହରରେ ଭାରି ଯାନ ଅବାଧରେ ପ୍ରବେଶ କରୁଛି । ଆଉ କ୍ଷିପ୍ର ଗତିରେ ଆସି ଦୁର୍ଘଟଣା ଘଟାଇ ଖସି ପଳାଇବାରେ ସକ୍ଷମ ହେଉଛି । ଏଥିରେ ଜଣେ ନିରୀହ ଛାତ୍ରୀଙ୍କ ଜୀବନ ଚାଲିଗଲା ।

ଛାତ୍ରୀଙ୍କ ମୃତ୍ୟୁର ପ୍ରତିବାଦ କରି ରେଭେନ୍ସା ଛାତ୍ରଛାତ୍ରୀମାନେ ରାସ୍ତାରୋକ କରିଛନ୍ତି । ଫଳରେ ଯାହବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି ।

ସୂଚନାଯୋଗ୍ୟ ଯେ, ଗତକାଲି ଦିନ ସାଢେ ଗୋଟାଏରେ କଟକ ରେଭେନ୍ସା କଲେଜ ଛକରେ ଟ୍ରକ୍ ଚାପାରେ ଜଣେ ଛାତ୍ରୀଙ୍କର ମୃତ୍ୟୁ ହୋଇଛି । ଛାତ୍ରୀ ଜଣକ ସ୍କୁଟି ନେଇ ରାସ୍ତାର ବାମ ପଟେ ଯାଉଥିବା ବେଳେ ପଛପଟୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍ ତାଙ୍କୁ ଧକା ଦେଇଥିଲା । ଆଉ ସେ ପଡ଼ିଯିବା ପରେ ତାଙ୍କୁ ଚାପି ପଳାଇଥିଲା । ପାଖ ଦୋକାନରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି ଦୁର୍ଘଟଣା ସମୟର ଚିତ୍ର ।

ଛାତ୍ରୀ ଜଣକ ରାସ୍ତାର ବାମ ପଟେ ଯାଉଥିବା ବେଳେ କେମିତି ପଛପଟୁ କ୍ଷିପ୍ର ଗତିରେ ଛତ୍ରବଜାରରୁ ଆସୁଥିବା ଟ୍ରକଟି ତାଙ୍କ ଉପରେ ଚଢ଼ି ପଳାଇଥିଲା । ଏତେ ଗହଳି ଭିତରେ କେମିତି ବେପରୁଆ ଭାବେ ଟ୍ରକ୍ ଚଳାଉଥିଲେ ଡ୍ରାଇଭର ? ଦୁର୍ଘଟଣା ସ୍ଥଳରୁ ମାତ୍ର ୨୦-୩୦ମିଟର ଦୂରରେ ଟ୍ରାଫିକ୍ ଚେକ୍ ପୋଷ୍ଟ ଥିଲେ ମଧ୍ୟ ଦୁର୍ଘଟଣା ଘଟାଇ ଟ୍ରକଟି ଆରାମରେ ଖସିଯିବାରେ ସକ୍ଷମ ହେଲା କେମିତି ?  ଦିନ ବେଳା ଜନଗହଳିପୂର୍ଣ୍ଣ ସହର ଭିତରେ କିଭଳି ଟ୍ରକ୍ ଚଳାଇବାକୁ କେମିତି ଅନୁମତି ମିଳିଲା ?

ସେପଟେ ଆଉ ସ୍କୁଟିଟି ଯେଉଁ ଗାଡ଼ି ତଳେ ପଶିଯାଇଥିଲା ସେଇ ଗାଡ଼ିର ଚାଳକ କେମିତି ସ୍କୁଟିଟିକୁ ଆଡ଼େଇ ଦେଇ ସେଠାରୁ ଚାଲିଯିବାକୁ ଉଦ୍ୟମ କରୁଛନ୍ତି । ଦୁର୍ଘଟଣାର ଶିକାର ହୋଇଥିବା ଛାତ୍ରୀ ଜଣକ ଯଦି ତାଙ୍କ ପରିବାରର କେହି ହୋଇଥାନ୍ତେ ତାହେଲେ କ’ଣ ସେ ଏମିତି କରିଥାନ୍ତେ କି ? ଅନ୍ୟପଟେ ରାସ୍ତାରେ ଶହ ଶହ ଗାଡ଼ି ମୋଟର ଯାଉଥିଲେ ମଧ୍ୟ କେହି ଟିକେ ଅଟକି ଛାତ୍ରୀଜଣଙ୍କର ଜୀବନ ବଞ୍ଚାଇବାକୁ ଚେଷ୍ଟା ବି କରିନଥିଲେ । ଇଏ କି ପ୍ରକାର ମାନବିକତା ।

wp:core-embed/youtube {"url":"https://www.youtube.com/watch?reload=9\u0026v=0DE9w06Dwsc","type":"video","providerNameSlug":"youtube","className":"wp-embed-aspect-16-9 wp-has-aspect-ratio"}
https://www.youtube.com/watch?reload=9&v=0DE9w06Dwsc
/wp:core-embed/youtube

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.