ଏଗାର ଦିନରେ ପହଞ୍ଚିଛି ରେଭେନ୍ସା ଛାତ୍ରାବାସ କର୍ମଚାରୀ ସଂଘର ଧାରଣା, ବେଧଡକ କର୍ତ୍ତୃପକ୍ଷ

Published By : Prameya-News7 Bureau | January 20, 2019 IST

କଟକ ୨୦|୧: ସରକାରଙ୍କୁ ଚିଠି ଲେଖି ଚୁପ୍ ହୋଇ ବସିରହିଛି ରେଭେନ୍ସା ପ୍ରଶାସନ । ସେପଟେ ଏଗାର ଦିନରେ ପହଞ୍ଚିଛି ରେଭେନ୍ସା ଛାତ୍ରାବାସ କର୍ମଚାରୀ ସଂଘର ଧାରଣା । ବିଶ୍ବବିଦ୍ୟାଳୟ ପରିସରରେ ରାଲି କରିବା ସହ ଏକାଡେମିକ୍ ବ୍ଲକ୍ ଆଗରେ ଧାରଣାରେ ବସି ଥିବା କର୍ମଚାରୀଙ୍କ ମୌଳିକ ସମସ୍ୟା ସମାଧାନ ନ ହେବା ଯାଏଁ ଏମାନେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି…କର୍ମଚାରୀମାନେ ସର୍ବନିମ୍ନ ଦିନକୁ ୩ ଶହ ଟଙ୍କା ଦାବି କରୁଥିବା ବେଳେ ଆବଶ୍ୟକ ପୁଞ୍ଜି ନଥିବା କାରଣରୁ ରେଭେନ୍ସା କର୍ତ୍ତୃପକ୍ଷ ନିଜ ହାତରୁ ଏହାର ଭରଣା କରିପାରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି…..

ସମୂହ ଧାରଣାରେରେଭେନ୍ସା ବିଶ୍ବବିଦ୍ୟାଳୟ ଛାତ୍ରାବାସ କର୍ମଚାରୀ ସଂଘ । ସାତ ଦଫା ଦାବିରେ ଗତ ୧୦ ତାରିଖରୁ ଧାରଣାରେ ବସିଛି କର୍ମଚାରୀ ସଂଘ । ସରକାରଙ୍କ ଦ୍ବାରା ସ୍ଥିରିକୃତ ସର୍ବନିମ୍ନ ମଜୁରୀ ପ୍ରଦାନ କରିବା, ଇପିଏଫ୍ ସୁବିଧା, ବାସଗୃହ ଯୋଗାଣ ପରି ବିଭିନ୍ନ ଦାବିରେ ବିଶ୍ବବିଦ୍ୟାଳୟର ଏକାଡେମିକ୍ ବ୍ଲକ୍‌ ଆଗରେ ବିକ୍ଷୋଭ କରିବା ସହ ରାଲି ମଧ୍ୟ କରିଛି ସଂଘ । ଦଶ/ ଏଗାର ଦିନ ପରେ ରେଭେନ୍ସା କର୍ତ୍ତୃପକ୍ଷ ଲିଖିତ ଆକାରରେ ଉଚ୍ଚଶିକ୍ଷା ବିଭାଗକୁ ଏନେଇ ଅବଗତ କରାଇଥିବା ସତ୍ତ୍ବେ ଧାରଣାରୁ ଓହ୍ଲାଇ ନାହିଁ କର୍ମଚାରୀ ସଂଘ । ଯେପର୍ଯ୍ୟନ୍ତ ଦାବି ପୂରଣ ନ ହୋଇଛି ସେତେ ଦିନ ଯାଏଁ ଜୋର୍‌ଦାର ଆନ୍ଦୋଳନ କରାଯିବ ବୋଲି ଛାତ୍ରାବାସ କର୍ମଚାରୀ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

{"id":76214}

ରେଭେନ୍ସାର ୧୩ଟି ହଷ୍ଟେଲରେ ଯାହା ଅନ୍ତେବାସୀମାନେ ଫିସ୍‌ ଦିଅନ୍ତି ସେଥିରୁ ଏହି କର୍ମଚାରୀମାନଙ୍କୁ ଦରମା ମିଳିଥାଏ । ତେବେ ଦିନକୁ ସର୍ବନିମ୍ନ ୩୦୦ ଟଙ୍କା ଦାବି କରୁଥିବା ଏହି କର୍ମଚାରୀମାନଙ୍କୁ ଫଣ୍ଡ ନ ଥିବା କାରଣରୁ ଦାବି ମୁତାବକ ଦରମା ଦିଆଯାଇ ପାରିବ ନାହିଁ ବୋଲି ରେଭେନ୍ସା କର୍ତ୍ତୃପକ୍ଷ ସ୍ବୀକାର କରିଛନ୍ତି । ଅନ୍ୟପଟେ ହଷ୍ଟେଲଗୁଡିକରୁ ବାର୍ଷିକ ୯୯ ଲକ୍ଷ ଟଙ୍କା ଆଦାୟ ହେଉଥିବା ବେଳେ ୯୬ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ସୂଚନା ମିଳିଛି । ଅବଶିଷ୍ଟ ପାଖାପାଖି ୪ ଲକ୍ଷ ଟଙ୍କା କର୍ମଚାରୀମାନଙ୍କ ଭିତରେ ବାଣ୍ଟି ଦିଆଯାଇଥାଏ ବୋଲି ଚିଫ୍ ଓ୍ବାର୍ଡେନ୍ କହିଛନ୍ତି । ତେବେ ସରକାର ଫଣ୍ଡ ମଞ୍ଜୁର କଲେ କର୍ମଚାରୀମାନଙ୍କ ଦରମା ବଢିବ ବୋଲି ରେଭେନ୍ସା ପ୍ରଶାସନ କହିଛି…..

{"id":76215}

ବର୍ତ୍ତମାନ ୧୩୨ ଜଣ କର୍ମଚାରୀଙ୍କୁ ମାସିକ ୪ ହଜାର ଟଙ୍କା ଦିଆଯାଉଛି। ୮ ଜଣ ମାଟର୍ନ୍‌ଙ୍କୁ ମାସକୁ ୪ ହଜାର ୫ ଶହ ଟଙ୍କା ଦିଆଯାଉଥିବା ବେଳେ ୧୪ ଜଣ ଅଫିସ୍ ପିଅନ୍‌ଙ୍କୁ ୪ ହଜାର ୨ ଶହ ଟଙ୍କା ଦିଆଯାଉଥିବା ଜଣାପଡିଛି….

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.