ଶେଷରେ ସାମ୍ନାକୁ ଆସିଲା ବିରାଟ-ଅନୁଷ୍କାଙ୍କ ଝିଅ ଭାମିକାଙ୍କ ଚେହେରା, କ୍ୟୁଟନେସ୍ ଦେଖି ହଟାଇ ପାରିବେନି ନଜର

Published By : Prameya-News7 Bureau | December 18, 2021 IST

ମୁମ୍ବାଇ ୧୮/୧୨: ବିରାଟ କୋହଲି-ଅଭିନେତ୍ରୀ ଅନୁଷ୍କା ଶର୍ମା ତାଙ୍କ ଝିଅର ଫଟୋ ସୋସିଆଲ ପ୍ଲାଟଫର୍ମରେ କିପରି ରିଭିଲ୍ ନହେବ ସେଥିପ୍ରତି ସର୍ବଦା ଧ୍ୟାନ ଦେଇ ଆସିଛନ୍ତି। ନିକଟରେ ତାଙ୍କୁ ସାଉଥ ଆଫ୍ରିକା ଯିବା ସମୟରେ ମୁମ୍ବାଇ ବିମାନବନ୍ଦରରେ ସ୍ପଟ୍ କରାଯାଇଥିଲା। ଏହି ସମୟରେ ବିରାଟ ନିଜେ ପ୍ରଥମେ ପାପାରାଜିଙ୍କୁ ଆସି ଝିଅ ଭାମିକାଙ୍କ ଫଟୋ ନ ନେବାକୁ ଅନୁରୋଧ କରିଥିଲେ।

wp:html /wp:html

ଏହି ସମୟରେ ସେ କହିଥିଲେ - 'ବେବିର ଫଟୋ ନିଅ ନାହିଁ ପ୍ଲିଜ୍', ପାପାରାଜି ମଧ୍ୟ ତାଙ୍କ କଥାର ସମ୍ମାନ ରଖିଥିଲେ ଏବଂ ଭାମିକା ଆସିବା ପୂର୍ବରୁ କ୍ୟାମେରା ହଟାଇଦେଇଥିଲେ। କିନ୍ତୁ ଅନୁଷ୍କା ଆଗକୁ ବଢିବା ପରେ କ୍ୟାମେରାରେ ବେବି ଭାମିକାଙ୍କ ଚେହେରା କଏଦ ହୋଇଥିଲା।  ଭାମିକା ତାଙ୍କ ମା’ଙ୍କ କୋଳରେ ଥିଲେ, କିନ୍ତୁ ବହୁତ କୌତୁହଳର ସହିତ ଏପଟ ସେପଟକୁ ଚାହୁଁଥିଲେ। ଭାମିକା ସବୁଠୁ କ୍ୟୁଟ୍ ସେଲେବ୍ ଚାଇଲ୍ଡମାନଙ୍କ ମଧ୍ୟରୁ ଜଣେ ବୋଲି କହିବା ଭୁଲ୍ ହେବ ନାହିଁ। ଭାମିକାଙ୍କ କେଶରେ ଦୁଇଟି ପୋନିଟେଲ ତିଆରି ହୋଇଥିଲା ଏବଂ କ୍ୟୁଟନେସର ସମସ୍ତ ସୀମା ପାର କରିଯାଇଥିଲେ। ଏହି ଭିଡିଓକୁ ବଲିଉଡ ନାଓ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.