ନୂଆଦିଲ୍ଲୀ,୩୦/୮: କ୍ଷମା ପ୍ରାର୍ଥନା କଲେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ । ବିଆରଏସ ନେତ୍ରୀ କେ. କବିତାଙ୍କ ଜାମିନ୍ ଉପରେ ଦେଇଥିବା ଟିପ୍ପଣୀକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି । ରେବନ୍ତ ରେଡ୍ଡୀ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, ଭାରତୀୟ ନ୍ୟାୟପାଳିକା ଉପରେ ମୋର ପୂର୍ଣ୍ଣ ବିଶ୍ବାସ ଏବଂ ସର୍ବୋଚ୍ଚ ସମ୍ମାନ ରହିଛି । ମୁଁ ଅଗଷ୍ଟ ୨୯ ତାରିଖରେ ଦେଇଥିବା ମନ୍ତବ୍ୟକୁ ଫେରାଇ ନେଉଛି ।
I have the highest regard and full faith in the Indian Judiciary. I understand that certain press reports dated 29th August, 2024 containing comments attributed to me have given the impression that I am questioning the judicial wisdom of the Hon’ble Court.
— Revanth Reddy (@revanth_anumula) August 30, 2024
I reiterate that I am…
ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ବିଆର୍ଏସ୍ ନେତ୍ରୀ କେ. କବିତାଙ୍କୁ ସୁପ୍ରିମକୋର୍ଟ ଜାମିନ ଦେବାକୁ ନେଇ ତେଲଙ୍ଗନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ପ୍ରଶ୍ନ ଉଠାଥିଲେ । ଏହାକୁ ନେଇ ଗୁରୁବାର ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ୱାଇ ଚନ୍ଦ୍ରଚୂଡ଼ ଗୁରୁବାର ରେବନ୍ତ ରେଡ୍ଡୀଙ୍କୁ ଭର୍ତ୍ସନା କରିଥିଲେ । ସିଜେଆଇ କହିଛନ୍ତି, ରାଜନୈତିକ ଲଢ଼େଇ ଭିତରକୁ କୋର୍ଟକୁ କାହିଁକି ଟଣାଯାଉଛି । କ’ଣ ଅଦାଲତ ରାଜନୈତିକ ପାର୍ଟି କିମ୍ବା ନେତାଙ୍କୁ ପଚାରି କୌଣସି ନିଷ୍ପତ୍ତି ଶୁଣାନ୍ତି କି ? ଏପରି ବୟାନ ଲୋକଙ୍କ ମନରେ ଆଶଙ୍କା ସୃଷ୍ଟି କରିପାରିବ । ସୁପ୍ରିମକୋର୍ଟ ୨୦୧୫ର ‘ଭୋଟ ପାଇଁ ଟଙ୍କା’ ଦୁର୍ନୀତି ସହ ଜଡ଼ିତ ଏକ ମାମଲାକୁ ଭୋପାଳ ସ୍ଥାନାନ୍ତର କରିବା ଲାଗି ଆଗତ ଏକ ପିଟିସନ ଉପରେ ଶୁଣାଣି କରୁଥିଲେ । ଏହି ମାମଲାରେ ରେବନ୍ତ ରେଡ୍ଡୀ ଜଣେ ଅଭିଯୁକ୍ତ । ଏହି ସମୟରେ ସୁପ୍ରିମକୋର୍ଟ ରେବନ୍ତଙ୍କ ଓକିଲ ମୁକୁଲ ରୋହତଗୀଙ୍କୁ ପ୍ରଶ୍ନ କରିଥିଲେ ଯେ, ରେବନ୍ତ ଯାହା କହିଛନ୍ତି ଆପଣ ପଢ଼ିଛନ୍ତି କି ?
କେ. କବିତାଙ୍କୁ ସୁପ୍ରିମକୋର୍ଟରୁ ଜାମିନ ମିଳିବା ପରେ ବୁଧବାର ରେବନ୍ତ କହିଥିଲେ ଯେ, କବିତାଙ୍କୁ ଜାମିନ ମିଳିବା ବିଜେପି ଏବଂ ବିଆର୍ଏସ୍ର ଏକ ଡିଲ୍ ଆଡ଼କୁ ଇଙ୍ଗିତ କରୁଛି । ଦିଲ୍ଲୀ ମଦ ନୀତି ମାମଲାରେ ଦିଲ୍ଲୀର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କୁ ୧୫ ମାସ ପରେ ଜାମିନ ମିଳିବା ଏବଂ ମୁଖ୍ୟମନ୍ତ୍ରୀ କେଜରିୱାଲ ଏବେ ବି ଜେଲରେ ଥିବା କହି ରେବନ୍ତ କବିତାଙ୍କୁ ଜାମିନ ମିଳିବା ଉପରେ ସନ୍ଦେହ ପ୍ରକାଶ କରିଥିଲେ । ଏହା ବିଜେପି ଏବଂ ବିଆର୍ଏସ୍ ମଧ୍ୟରେ ହୋଇଥିବା ଡିଲ୍ର କାମ ବୋଲି ସେ କହିଥିଲେ ।