ବେସିକ୍‌ ସାଇନ୍ସ କଲେଜ ଛାତ୍ରଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ, ୫୦ ବର୍ଷ ପରେ ଏକାଠି ହେଲେ ୪୦ରୁ ଅଧିକ ପୂର୍ବତନ ଛାତ୍ର

Published By : Prameya-News7 Bureau | April 23, 2024 IST

ଭୁବନେଶ୍ବର: ଓୟୁଏଟି ଅଧୀନରେ ଥିବା ବେସିକ୍‌ ସାଇନ୍ସ ମହାବିଦ୍ୟାଳୟର ଛାତ୍ରଙ୍କ ଏକ ଅନନ୍ୟ ବନ୍ଧୁ ମିଳନ କାର୍ଯ୍ୟକ୍ରମ। ଅନନ୍ୟ ଏଥିପାଇଁ କାରଣ ମହାବିଦ୍ୟାଳୟର ୧୯୭୪ ବ୍ୟାଚ୍‌ର ୪୦ରୁ ଅଧିକ ଛାତ୍ର ଦୀର୍ଘ ୫୦ ବର୍ଷ ପରେ ଏକାଠି ହୋଇଥିଲେ। ସ୍ଥାନୀୟ ଗଙ୍ଗନଗରସ୍ଥିତ ବିଶ୍ବେଶ୍ବର ଭବନରେ ଆୟୋଜିତ ଏହି ବିରଳ ବନ୍ଧୁ ମିଳନ କାର୍ଯ୍ୟକ୍ରମ। 

ଆଉ ଏହାକୁ ଏହାକୁ ବିଷୁବ ମିଳନ ନାମରେ ନାମିତ କରିଛନ୍ତି ଭାଗ ନେଇଥିବା ଛାତ୍ର । ଏହି ବ୍ୟକ୍ତିଙ୍କ ମଧ୍ୟରେ ବହୁ ଜଣ ଡାକ୍ତର, ଇଞ୍ଜିନିୟର, ପ୍ରଫେସର, ବୈଜ୍ଞାନିକ ଏବଂ ରାଜ୍ୟ, କେନ୍ଦ୍ରୀୟ ଏବଂ ଶିଳ୍ପ କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ପଦବୀରେ ରହିଆସିଛନ୍ତି।

ଏହି ଅବସରରେ ପୁରାତନ ଛାତ୍ରମାନେ ୭୦ ସଦସ୍ୟ ବିଶିଷ୍ଟ ଏକ ହ୍ବାଟ୍ସଆପ୍‌ ଗ୍ରୁପ୍‌ କରିବା ସହ ଏଥିରେ ଅନ୍ୟମାନଙ୍କୁ ଯୋଗଦେବାକୁ କହିଛନ୍ତି।ଖାଲି ସେତକି ନୁହେଁ ଓଡ଼ିଶା ପାଇଁ କିଛି ସାମାଜିକ କାର୍ଯ୍ୟ କରିବାକୁ ଶପଥ ମଧ୍ୟ କରିଥିଲେ। ଆଗ୍ରହୀ ବ୍ୟାଚ୍‌ ସାଥୀମାନଙ୍କୁ ୯୪୩୭୧୯୦୧୮/ ୮୮୯୫୧୯୭୮୮୩/ ୯୪୩୭୨୨୭୬୮୪ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.