ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ରାଜଧାନୀକୁ ଫେରିଲା କରୋନା କଟକଣା, ରାଜେନ୍ଦ୍ର ବିହାର ଆପାର୍ଟମେଣ୍ଟ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା

6/10/2021 at 2:00 PM

ଭୁବନେଶ୍ବର ୦୬/୧୦: ରାଜଧାନୀ ଭୁବନେଶ୍ୱରକୁ ପୁଣି ଫେରିଛି କରୋନା ସଂକ୍ରମଣ ବିପଦ । କିଛିଦିନର ନୀରବତା ପରେ ପୁଣି ଥରେ ଫେରିଛି ଭୟ, ଲାଗିଛି କଟକଣା। ପାର୍ବଣରେ ସଂକ୍ରମଣ ରୋକିବାକୁ କଟକଣାକୁ ଟାଇଟ୍‌ କରିଥିବା ବିଏମ୍‌ସି କିଛି ସଂକ୍ରମିତଙ୍କ ସୂଚନା ପାଇ ପୁଣି କଠୋର ପଦକ୍ଷେପ ନେଇଛି । ରାଜଧାନୀର ଫରେଷ୍ଟ ପାର୍କ ଅଞ୍ଚଳରେ ଥିବା ରାଜେନ୍ଦ୍ର ବିହାର ଆପାର୍ଟମେଣ୍ଟକୁ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରିଛି । ଏଠାରେ ପ୍ରବେଶ ଓ ପ୍ରସ୍ଥାନ ଉପରେ ଲାଗିଛି କଟକଣା ।

ବିଏମ୍‌ସିର ୫୨ ନମ୍ବର ଅନ୍ତର୍ଗତ ଫରେଷ୍ଟ ପାର୍କ ଅଞ୍ଚଳର ଥିବା ଆପାର୍ଟମେଣ୍ଟରେ ଏକାଧିକ କରୋନା ସଂକ୍ରମିତଙ୍କୁ ଠାବ କରାଯାଇଛି । ଏହା ନିଶ୍ଚିତ ହେବା ପରେ ବିଏମ୍‌ସି ଝୁଲାଇ ଦେଇଛି କଣ୍ଟେନମେଣ୍ଟ ଜୋନ୍‌ର ନୋଟିସ୍‌ । ତେବେ ସଂପୃକ୍ତ ଅଞ୍ଚଳରୁ କେହି ବାହାରକୁ ଆସିପାରିବେନି ବା ସେଠାକୁ ଯାଇପାରିବେନି ବୋଲି ସ୍ପଷ୍ଟ କରାଯାଇଛି । ଆଗକୁ ପାର୍ବଣ ଥିବାରୁ ନିୟମ କଡ଼ାକଡି କରିବାକୁ ବିଏମସି ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଛି । ବିବାହ ଉତ୍ସବ ଏବଂ ଶ୍ରାଦ୍ଧ ଆଦି କାର୍ଯ୍ୟକ୍ରମେ ପୁଣି ଅତିଥି ବା ଅଂଶଗ୍ରହଣ କାରୀ ସଂଖ୍ୟାକୁ ୫୦କୁ କମାଇ ଦିଆଯାଇଛି । କରୋନା କଟକଣା ନିୟମକୁ ପୁଣି ଥରେ କଡ଼ାକଡ଼ି କରାଯାଇଥିବା ବେଳେ ରାଜେନ୍ଦ୍ର ବିହାର ଆପାର୍ଟମେଣ୍ଟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଚିନ୍ତା ବଢାଇଛି । ସଂକ୍ରମିତଙ୍କ କଣ୍ଟାକ୍ଟ ଟ୍ରେସିଂ ସହ ଚିକିତ୍ସା ଏବଂ ସେମାନଙ୍କ ଚଳପ୍ରଚଳ ଆଦି ଉପରେ କଡ଼ା ନଜର ରଖାଯାଇଛି । ଯାହାବି ହେଉ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା ପୁଣି ଥରେ ରାଜଧାନୀରେ କରୋନା ଡ଼ରକୁ ବଢାଇଦେଇଛି ।

   Related Posts