oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍‌, ଓଡିଶା ଗ୍ରାମ୍ୟବ୍ୟାଙ୍କର ମ୍ୟାନେଜର ମୃତ, ଗୁରୁତର ଡାକ୍ତରଖାନାରେ ଭର୍ତ୍ତି
  • ||
  • ଭଦ୍ରକ ଜିଲ୍ଲାପାଳ କାର୍ଯ୍ୟାଳୟରୁ ସୂଚନା, ଧାମନଗର ଉପନିର୍ବାଚନ ପାଇଁ ଲାଗୁ ହେଲା ଆଦର୍ଶ ଆଚରଣ ବିଧି
  • ||
  • ଅଗ୍ନିଶ୍ଵର ମନ୍ଦିର ଉପରେ ଚଢ଼ିଗଲେ ପୂଜକ, ସିଂହଦ୍ୱାର ଥାନାରେ ଅଟକ ରଖିଲା ପୋଲିସ୍‌
  • ||
  • ଅରୁଣାଚଳ ପ୍ରଦେଶ: ତଓ୍ୱାଙ୍ଗରେ ସେନା ହେଲିକପ୍ଟର କ୍ରାସ୍, ପାଇଲଟଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୮ କୋଭିଡ୍ ପଜିଟିଭ୍
  • ||
  • ବୌଦ୍ଧ : ଲୁଗା ଶୁଖାଇବା ହେଲା କାଳ, ବିଦ୍ୟୁତ ଆଘାତରେ ଚାଲିଗଲା ତିନିଜଣଙ୍କ ଜୀବନ
  • ||
  • ଲଘୁଚାପ ପ୍ରଭାବରେ ଭିଜୁଛି ସାରା ରାଜ୍ୟ, ଭଦ୍ରକରେ ରେକର୍ଡ ସଂଖ୍ୟକ ବର୍ଷା
  • ||
  • ବାରାମୁଲ୍ଲାରେ ଶୋପିଆନ୍‌ରେ ଏନକାଉଣ୍ଟର: ୩ ଆତଙ୍କବାଦୀ ନିପାତ, ମୁଲୁରେ କମ୍ୱିଂ ଜାରି
  • ||

ଓଡିଶା ଫେରିଲେ ଅଲିମ୍ପିକ୍ସ ପଦକ ବିଜେତା ହକି ଖେଳାଳି, ବିମାନ ବନ୍ଦରରେ ଭବ୍ୟ ସ୍ଵାଗତ

10/08/2021 at 9:33 PM

ଭୁବନେଶ୍ଵର ୧୦।୦୮: ଜାପାନର ରାଜଧାନୀ ଟୋକିଓରେ ଆୟୋଜିତ ବିଶ୍ଵ କ୍ରୀଡା ମହାକୁମ୍ଭ ଅଲିମ୍ପିକ୍ସ ସମାପ୍ତ ପରେ ଖେଳାଳିଙ୍କ ଘର ବାହୁଡା ଆରମ୍ଭ  ହୋଇ ଯାଇଛି। ଟୋକିଓ ଅଲିମ୍ପିକ୍ସରେ ସର୍ବକାଳୀନ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଭାରତୀୟ ଦଳ ଗତକାଲି ସ୍ଵଦେଶ ଫେରିଥିଲେ। ଏହି କ୍ରମରେ ମଙ୍ଗଳବାର ଓଡିଶା ଫେରିଛନ୍ତି ଟୋକିଓ ଅଲିମ୍ପିକ୍ସ ପଦକ ବିଜେତା ହକି ଖେଳାଳି। କାଂସ୍ୟ ପଦକ ବିଜୟୀ ଅମିତ୍ ରୋହିତ ଦାସ ଓ ବୀରେନ୍ଦ୍ର ଲାକ୍ରାଙ୍କ ସହିତ ମହିଳା ହକି ଦଳର ଦୀପଗ୍ରେସ ଏକ୍କା ଓ ନମିତା ଟପ୍ପୋ ଫେରିଛନ୍ତି। ଖେଳାଳିଙ୍କୁ ଭୁବନେଶ୍ଵର ବିଜୁ ପଟ୍ଟନାୟକ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଛି।

ବିମାନ ବନ୍ଦରରେ ରାଜ୍ୟ କ୍ରୀଡା ମନ୍ତ୍ରୀ ଓ କ୍ରୀଡା ସଚିବ ସ୍ଵାଗତ କରିଛନ୍ତି। ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଦିଲୀପ ତିର୍କୀ ମଧ୍ୟ ଖେଳାଳିଙ୍କୁ ସ୍ଵାଗତ ଜଣାଇଛନ୍ତି। ଏହି ସମୟରେ ବିମାନ ବନ୍ଦର ବାହାରେ ପ୍ରଶଂସକଙ୍କ ଭିଡ ଲାଗି ରହିଥିଲା। ଏହି ସମୟରେ କ୍ରୀଡା ବିଭାଗର ଅନେକ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ। ଖେଳାଳିଙ୍କୁ ଜୋରଦାର ସ୍ଵାଗତ ଦିଆଯାଇଛି।

ଉଲ୍ଲେଖନୀୟ ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳ ଇତିହାସ ରଚିଛନ୍ତି। ଦଳ ୪୧ ବର୍ଷ ପରେ ସେମି ଫାଇନାଲ୍‌ରେ ପ୍ରବେଶ କରିବା ସହ ବ୍ରୋଞ୍ଚ ପଦକ ଜିତିବାରେ ସଫଳ ହୋଇଛନ୍ତି। ଜର୍ମାନୀକୁ ୫-୪ ଗୋଲ୍‌ରେ ପରାସ୍ତ କରି ପୁରୁଷ ହକି ଦଳ କାଂସ୍ୟ ପଦକ ଜିତି ହକିରେ ନିଜର ପୂର୍ବ ଗୌରବ ଫେରାଇ ଆଣିଛନ୍ତି। ଏହି ଦଳରେ ଓଡିଶାର ଦୁଇ ଖେଳାଳି ଅମିତ୍ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରା ସାମିଲ ଥିଲେ।

ସେହି ପରି ଭାରତୀୟ ମହିଳା ହକି ଦଳ ପଦକ ଜିତି ପାରିନଥିଲେ ବି ନିଜର ଅଲିମ୍ପିକ୍ସ ଇତିହାସରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ୧୩୦ କୋଟି ଭାରତୀୟଙ୍କ ହୃଦୟ ଜିତିଛନ୍ତି। ଦଳ ପ୍ରଥମ ଥର ଅଲିମ୍ପିକ୍ସ ସେମି ଫାଇନାଲରେ ପହଞ୍ଚିଥିଲା। ହେଲେ ଆର୍ଜେଣ୍ଟିନାଠୁ ହାରି ଅଳ୍ପକେରୁ କାଂସ୍ୟ ପଦକରୁ ବଞ୍ଚିତ ହୋଇଥିଲା ମହିଳା ହକି ଦଳ। ଏହି ଦଳରେ ଓଡିଶାର ଦୁଇ ଜଣ ମହିଳା ଖେଳାଳି ଦୀପଗ୍ରେସ ଏକ୍କା ଓ ନମିତା ଟପ୍ପୋ ସାମିଲ ଥିଲେ।

ସୂଚନାଯୋଗ୍ୟ, ଟୋକିଓ ଅଲିମ୍ପିକ୍ସରେ ଭାରତ ନିଜର ସର୍ବକାଳୀନ ଶ୍ରେଷ୍ଠ ପ୍ରଦର୍ଶନ କରିଛି। ଭାରତ ୭ ପଦକ ଜିତିଛି। ଏଥିରେ ଗୋଟିଏ ସ୍ଵର୍ଣ୍ଣ, ଦୁଇଟି ରୌପ୍ୟ ଓ ୪ କାଂସ୍ୟ ପଦକ ସାମିଲ୍। ଗତକାଲି ଭାରତୀୟ ଦଳ ନୂଆଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିଥିଲେ। ଏହା ପରେ ହୋଟେଲ୍ ଅଶୋକାରେ ଖେଳାଳିଙ୍କୁ ଗ୍ରାଣ୍ଡ ଓ୍ଵେଲକମ୍ କରାଯାଇଥିଲା।

   Related Posts