ଯବାନଙ୍କୁ ନେଇ ଫେରୁଥିବା ବସ୍‌ ଦୁର୍ଘଟଣାଗ୍ରସ୍ତ, ୧୨ ଯବାନ ଆହତ: ନିର୍ବାଚନ ଡ୍ୟୁଟି ସାରି ଫେରୁଥିବାବେଳେ ଅଘଟଣ

Published By : Prameya-News7 Bureau | April 21, 2024 IST

ରାୟପୁର: ଛତିଶଗଡ଼ ବସ୍ତରରେ ବଡ଼ ଅଘଟଣ। ନିର୍ବାଚନ ଡ୍ୟୁଟି ସାରି ଯବାନଙ୍କୁ ନେଇ ଫେରୁଥିବା ଏକ ବସ୍‌ ଦୁର୍ଘଟଣାର ଶିକାର ହୋଇଛି। କୁହାଯାଉଛି ଯେ, ବସ୍‌ ଦୁର୍ଘଟଣାରେ ୧୨ରୁ ଅଧିକ ଯବାନଙ୍କୁ ଆହତ ହୋଇଛନ୍ତି।ଦୁର୍ଘଟଣାରେ ତିନି ଯବାନଙ୍କୁ ଗୁରୁତର ଆଘାତ ଲାଗିଛି। ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ଢିମରାପାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେହିଭଳି କିଛି ଯବାନଙ୍କୁ ତୋକାପାଳ ଗୋଷ୍ଠୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। 

ସୂଚନା ଅନୁଯାୟୀ, ବସ୍ତର ଲୋକସଭା ନିର୍ବାଚନରେ ମତଦାନ ପରେ ୩୨ ଯବାନଙ୍କୁ ନେଇ ଫେରୁଥିବା ବସ୍‌ ସଡ଼କ ଦୁର୍ଘଟଣାର ଶିକାର ହୋଇଛି। କୁହାଯାଉଛି ଯେ, ଦାନ୍ତେଓ୍ବାଡ଼ା ଜିଲ୍ଲାର ଫରସପାଲରୁ ନିର୍ବାଚନ ଡ୍ୟୁଟି ସାର ଯବାନ ଜଗଦଲପୁର ମୁଖ୍ୟାଳୟ ଫେରୁଥିଲେ। ସେହି ସମୟରେ କାଡେନାର ଥାନା ଅଞ୍ଚଳରେ ଜଗଦଲପୁରରୁ ଦାନ୍ତେଓ୍ବାଡ଼ା ମୁଖ୍ୟ କାର୍ଯ୍ୟାଳୟରେ ରାୟକୋଟ ନିକଟରେ ଏହି ଦୁର୍ଘଟଣା ଘଟିଛି। 

ତେବେ, ଗୋରୁଜନ୍ତୁ ହଠାତ୍‌ ଗାଡ଼ି ସାମ୍‌ନାକୁ ଚାଲିଆସିବାରୁ ସେମାନଙ୍କୁ ବଞ୍ଚାଇବାକୁ ଯାଇ ବସ୍ ଅନିୟନ୍ତ୍ରିତ ହୋଇ ରାସ୍ତାର ଗୋଟିଏ ପାର୍ଶ୍ବକୁ ଓଲଟିପଡ଼ିଥିବା କୁହାଯାଉଛି। ଏହି ଦୁର୍ଘଟଣାରେ ସମସ୍ତ ଆହତ ଯବାନଙ୍କ ଚିକିତ୍ସା ଜାରି ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.