ସାଂସ୍କୃତିକ କାର୍ଯ୍ୟକ୍ରମ ସାରି ଘରକୁ ଫେରୁଥିଲେ: ଓଲଟିଲା ଟ୍ରାକ୍ଟର, ୪ ମୃତ, ୧୫ ଆହତ

Published By : Prameya-News7 Bureau | February 17, 2021 IST

ବାରିପଦା ୧୭।୦୨: ସାଂସ୍କୃତିକ କାର୍ଯ୍ୟକ୍ରମ ସାରି ଘରକୁ ଆସୁଥିଲେ। ହେଲେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା ଚାରି ଜଣଙ୍କ ଜୀବନ। ଏହି ଘଟଣା ମୟୁରଭଞ୍ଜ ଜିଲ୍ଲାର ଝାରପୋଖରି ଥାନା ଅନ୍ତର୍ଗତ ମୁରୁଣିଆ ଛକରେ ଘଟିଛି। ପନ୍ଦର ଫୁଟ ତଳକୁ ଟ୍ରାକ୍ଟର ଓଲଟି ଯିବାରୁ ଘଟଣାସ୍ଥଳରେ ଚାରି ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ, ଓଡ଼ିଶା ଝାଡ଼ଖଣ୍ଡ ସୀମାନ୍ତର ଡମଣିସାହି ଗାଁରୁ ଏକ ନାଚ ଗୀତ ଦଳ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ସାରି ନିଜ ଗାଁ ବାଗବୁଡା ଫେରୁଥିବା ବେଳେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡିଥିଲା। ଦୁର୍ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୩ ପୁରୁଷ ଏବଂ ଜଣେ ନାବାଳକ ସାମିଲ। ଟ୍ରାକ୍ଟରରେ ଥିବା ୧୫ ଜଣ  ମହିଳା ଓ ପୁରୁଷ ଆହତ ହୋଇଛନ୍ତି ।

ଖରର ପାଇ ଘଟଣାସ୍ଥଳରେ ଦମକଳ ଗାଡ଼ି , ପୋଲିସ ଏବଂ ଆମ୍ବୁଲାନ୍ସ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତ ମାନଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ହେଲେ ଆହତଙ୍କ ସ୍ଵାସ୍ଥ୍ୟବସ୍ଥା ଗୁରୁତର ହେବାରୁ ବାରିପଦା ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.