ଫେରାଇ ଦିଅ ଆମର କୋହିନୂର ହୀରା, ମହାରାଣୀଙ୍କ ମୃତ୍ୟୁ ପରେ ଟୁଇଟ୍ରରେ ଉଠିଲା ଦାବି
9/09/2022 at 9:52 PM

ନୂଆଦିଲ୍ଲୀ: ବ୍ରିଟେନର ମହାରାଣୀ ଏଲିଜାବେଥ ଦ୍ଵିତୀୟଙ୍କ ପରଲୋକ ଘଟିଛି। ଏଥିସହ ଟୁଇଟରରେ ଭାରତୀୟମାନେ ଏକ ଦାବି ଆରମ୍ଭ କରି ଦେଲେଣି। ବ୍ରିଟେନରୁ କୋହିନୂର ହୀରା ଫେରାଇ ଆଣିବା ପାଇଁ ଭାରତୀୟ ଦାବି କରିଛନ୍ତି। ୧୦୫.୬ କ୍ୟାରେଟ୍ର ଏହି ହୀରା ବ୍ରିଟିଶ ସମ୍ରାଟଙ୍କ କ୍ରାଉନରେ ୧୯୩୭ରୁ ଲାଗିଛି। ମୃତ୍ୟୁ ପର୍ଯ୍ୟନ୍ତ ରାଣୀ ଏଲିଜାବେଥ ଏହି କ୍ରାଉନକୁ ପିନ୍ଧି ଚାଲିଥିଲେ। ଆଉ ଏବେ କୋହିନୂର ସଜ୍ଜିତ ଏହି କ୍ରାଉନଙ୍କୁ କୁଇନ କାମିଲାଙ୍କୁ ହସ୍ତାନ୍ତର କରାଯିବ।
ଅପରପକ୍ଷେ ଟୁଇଟର ୟୁଜର୍ସ କୋହିନୂରକୁ ନେଇ ଦାବି ଆରମ୍ଭ କରି ଦେଇଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି ରାଣୀ ଔପନିବେଶବାଦରେ ସକ୍ରିୟ ଭାଗିଦାରୀ ଥିଲେ। ଏବେ ରାଣୀ ଏଲିଜାବେଥଙ୍କ ନିଧନ ଘଟି ସାରିଛି। ତେଣୁ ଏବେ କୋହିନୂରକୁ ଭାରତ ଫେରାଇ ଆଣିବା ଉଚିତ୍। ଏମିତି ଆହୁରି ଅନେକ ୟୁଜର୍ସ ସେହି ସମାନ ଦାବିକୁ ଦୋହରାଇଛନ୍ତି।
ଉଲ୍ଲେଖନୀୟ, କୋହିନୂର ହୀରାର ସନ୍ଧାନ୧୪ମ ଶତାବ୍ଦୀରେ ଭାରତର ଗୋଲକୁଣ୍ଡାର ଖଣିରୁ ମିଳିଥିଲା। ଭିନ୍ନ ଭିନ୍ନ ଶତାବ୍ଦୀରେ ଏହା ବିଭିନ୍ନ ରାଜାଙ୍କ ହାତରେ ରହିଥିଲା। ଭାରତ ସରକାର ମଧ୍ୟ ଅନେକ ସମୟରେ କୋହିନୂର ହୀରା ଫେରାଇବାକୁ ଦାବି ରଖି ଆସିଛି। ୧୯୪୭ରେ ମଧ୍ୟ ଏହି ଦାବି ଉଠିଥିଲା।କିନ୍ତୁ ବ୍ରିଟିଶ ସରକାର ଲଗାତାର ଭାରତର ଦାବିକୁ ଅଗ୍ରାହ୍ୟ କରି ଆସିଛି। ଇତିହାସରେ ଏହା ଉଲ୍ଲେଖ ରହିଛି ଯେ, ଏହି ମୂଲ୍ୟବାନ ହୀରା ୧୮୪୯ରେ ଭାରତରୁ ବ୍ରିଟେନରେ ପହଞ୍ଚିଥିଲା। ସେହି ସମୟରେ ଆଙ୍ଗ୍ଲୋ ଏବଂ ଶିଖ ଯୁଦ୍ଧ ପରେ ଲାହୋରର ମହାରାଜ ଚୁକ୍ତି ଆଧାରରେ କୋହିନୂରଙ୍କୁ ବ୍ରିଟିଶ ରାଜକୁ ପ୍ରଦାନ କରିଥିଲେ।