ଭାରତୀୟ ରେଳବାଇ ଓ ଅନ୍ୟ କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସିଖବର: ୭ ଲକ୍ଷ ଯାଏଁ ହେବ ଲାଭ

Published By : Prameya-News7 Bureau | September 23, 2021 IST

ନୂଆଦିଲ୍ଲୀ ୨୩/୦୯ : ଭାରତୀୟ ରେଳ ଏବଂ ଅନ୍ୟାନ୍ୟ କେନ୍ଦ୍ରୀୟ ଅନୁଷ୍ଠାନରୁ ୨୦୨୦ ଜାନୁଆରୀ ରୁ ୨୦୨୧ ଜୁନ୍ ପର୍ଯ୍ୟନ୍ତ ଅବସର ନେଇଥିବା ଲୋକଙ୍କ ପାଇଁ ଏକ ବଡ଼ ଖବର ରହିଛି। ମୋଦୀ ସରକାର ଏହି ଅବସରପ୍ରାପ୍ତ କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ ୧୧ ପ୍ରତିଶତ ବୃଦ୍ଧି କରିବାକୁ ଯାଉଛନ୍ତି। ଏହି କାରଣରୁ ବରିଷ୍ଠ ସ୍ତରର କର୍ମଚାରୀଙ୍କ ଏହି ଅବସର ପାଣ୍ଠିରେ ପ୍ରାୟ ୧ ଲକ୍ଷରୁ ୭ ଲକ୍ଷ ଉପକୃତ ହୋଇପାରିବେ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଭାରତୀୟ ରେଳବାଇର ପେ କମିଶନ ସପ୍ତମ ତଥା HRMS ର ଉପ ନିର୍ଦ୍ଦେଶକ ଜୟ କୁମାରଙ୍କ ତରଫରୁ ଜଣାପଡିଛି ଯେ ଅବସରପ୍ରାପ୍ତ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା ବୃଦ୍ଧି କରାଯାଇଛି ଏବଂ ବର୍ତ୍ତମାନ ଅନ୍ୟ ବିଭାଗର କର୍ମଚାରୀମାନଙ୍କୁ ମଧ୍ୟ ଏହି ସୁବିଧା ଦିଆଯାଉଛି।

ଜଣେ ପୂର୍ବତନ ଅଧିକାରୀଙ୍କ କହିବାନୁସାରେ, ଅବସର ସମୟରେ ଯଦି ଜଣେ କର୍ମଚାରୀଙ୍କ ଦରମା ୪୦ ହଜାର ଥାଏ, ତେବେ ତାଙ୍କୁ ମହଙ୍ଗା ଭତ୍ତାରେ ୧୧ ପ୍ରତିଶତ ବୃଦ୍ଧି ହେଲେ ଗ୍ରାଚ୍ୟୁଇଟି ଏବଂ ଛୁଟି ବଦଳରେ ପୈଠ କରାଯିବ ଯାହା ପ୍ରାୟ ୧ ଲକ୍ଷ ୧୭ ହଜାର ଟଙ୍କା ହେବ। ଯଦି ଜଣେ କର୍ମଚାରୀଙ୍କ ଦରମା ୨୫୦୦୦୦, ତେବେ ତାଙ୍କର ଅବସର ପାଣ୍ଠି ସାତ ଲକ୍ଷରୁ ଅଧିକ ଲାଭ ହେବ।

ଯେଉଁ କର୍ମଚାରୀମାନେ ୨୦୨୦ ଜାନୁଆରୀ ୧ରୁ ୨୦୨୦ ଜୁନ୍ ୩୦ ମଧ୍ୟରେ ଅବସର ନେଇଛନ୍ତି ସେମାନଙ୍କୁ ୨୧ ପ୍ରତିଶତ DA ସହିତ ଗ୍ରାଚ୍ୟୁଇଟି ଓ ଛୁଟି ବଦଳରେ ଟଙ୍କା ମିଳିବ। ୨୦୨୦ ଜୁଲାଇ ୧ ରୁ ଡିସେମ୍ବର ୩୧ ମଧ୍ୟରେ ଅବସର ନେଇଥିବା ବ୍ୟକ୍ତିମାନଙ୍କୁ ୨୪ ପ୍ରତିଶତ ଓ ୨୦୨୧ ଜାନୁଆରୀ ୧ ତାରିଖରୁ ୨୦୨୧ ଜୁନ ୩୦ ମଧ୍ୟରେ ଅବସର ନେଇଥିବା କର୍ମଚାରୀଙ୍କୁ ୨୮ ପ୍ରତିଶତ ଅବସର ପାଣ୍ଠି ମିଳିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.