ଅଳିଆରୁ ଅଙ୍କ ଶିଖାଉଛନ୍ତି ଅବସରପ୍ରାପ୍ତ ଶିକ୍ଷକ, ଦୁଇଟି ସିଫ୍ଟରେ ମାଗଣାରେ ପଢାଉଛନ୍ତି ପାଠ

Published By : Prameya-News7 Bureau | July 04, 2021 IST

ଭଦ୍ରକ ୪/୭: ଗଣିତ ଏମିତି ଏକ ପାଠ ଯାହାକୁ ନେଇ ସବୁ ବେଳେ ଛାତ୍ରଛାତ୍ରୀଙ୍କ ମଧ୍ୟ ରେ ଭୟ ଥାଏ । ଗଣିତ ପାଠ କଥା ପଡିଲେ ପିଲା ଟିକେ ଅନ୍ୟମନସ୍କ ହୁଅନ୍ତି । କିନ୍ତୁ ଅଳିଆରୁ ଗଣିତ ଶିକ୍ଷା କେମିତ ସହଜ ତାହା କରି ଦେଖାଇଛନ୍ତି ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ । ପିଲାମାନଙ୍କୁ ଗଣିତ ମନସ୍କ କରିବାର ନିଆରା ପ୍ରୟାସ କରୁଛନ୍ତି ଅବସର ପ୍ରାପ୍ତ ପ୍ରଧାନ ଶିଷକ । କରୋନା ସମୟରେ ପିଲାମାନଙ୍କର ପାଠ ପଢାରେ ବ୍ୟାପକ ବାଧା ସୃଷ୍ଟି ହେଉଛି ।

wp:gallery {"ids":[475365],"linkTo":"none"} /wp:gallery

ବିଶେଷ କରି ସରକାରୀ ସ୍କୁଲରେ ପାଠ ପଢୁଥିବା ପିଲାମାନଙ୍କ କ୍ଷେତ୍ରରେ ଏହା ବ୍ୟାପକ ମାତ୍ରାରେ ଦେଖା ଦେଇଛି । ନିଜ ଗାଁରେ ଛୋଟ ଛୋଟ ପିଲାମାନଙ୍କୁ ଗଣିତ ମନସ୍କ କରିବା ଲକ୍ଷ୍ୟରେ ବିଭିନ୍ନ ଆବର୍ଜନା କରୁଛନ୍ତି ଗଣିତ କର୍ମଶାଳା । ୫୦ରୁ ଅଧିକ ପ୍ରକଳ୍ପ ତିଆରି କରି ଏହା ଗଣିତ କର୍ମଶାଳାରେ ପିଲାମାନଙ୍କୁ ସହଜରେ ଗଣିତ ଶିଖାଉଛନ୍ତି । ଆଉ ପିଲାମାନେ ଏବେ ଅଳିଆରୁ ଅଙ୍କ ପଢୁଛନ୍ତି ।

wp:gallery {"ids":[475366],"linkTo":"none"} /wp:gallery

ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ମୁକୁନ୍ଦପୁର ପଞ୍ଚାୟତର ଚଉଁର ମୁକୁନ୍ଦପୁର ଗାଁର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନିତ୍ୟାନନ୍ଦ ପଟ୍ଟନାୟକ ଏବେ ଅସହାୟ ପିଲାଙ୍କ ପାଇଁ ପାଲଟିଯାଇଛନ୍ତି ମସିହା । ଦୀର୍ଘ ୨୭ବର୍ଷରେ ଶିକ୍ଷକତା ପରେ ଏବେ ଅବସର ନେଇ ଘରେ ଅଛନ୍ତି । ବୟସ ଛାପ ଓ କଥା ବର୍ତ୍ତା ତାଙ୍କ ଉପରେ ଲଦି ହୋଇ ପଡିଲାଣି । କିନ୍ତୁ ନିଶା ହେଲା ପିଲାଙ୍କୁ ସରଳିକରଣ କରି ଗଣିତ ବୁଝାଇବା । ପୂର୍ବରୁ ସେ ପିଲାଙ୍କୁ ବିଦ୍ୟାଳୟରେ ଗଣିତ, ବିଜ୍ଞାନ ଓ ଇଂରାଜୀ ପଢାନ୍ତି । କିନ୍ତୁ ଅଡୁଆ ଲାଗୁଥିବା ଗଣିତକୁ ପିଲାମାନେ କିପରି ବୁଝି ପାରିବେ ସେ ନେଇ ସେ ସବୁବେଳେ ଚେଷ୍ଟା କରନ୍ତି ।

wp:gallery {"ids":[475368],"linkTo":"none"} /wp:gallery

ଅଳିଆ ଆବର୍ଜ୍ଜନା ଯେପରି ସାଇକେଲ ସ୍ପୋକ , ଧୂପ ଖୋଳ , ଅଣ୍ଡାଖୋଳ , ପୁରୁଣା ସୋଲ , ପୁରୁଣା କାଚ ଚୁଡି, ଅଣ୍ଡା ଖୋଳ, ଝାଡୁର କଞ୍ଚି, ଚିରା ପେଟୀ, କାଗଜ ଚାହା ଗ୍ଲାସ, ପ୍ଲେଟ, ପାଣି ଗ୍ଲାସ ସାହାଯ୍ୟରେ ପିଲାଙ୍କୁ ସହଜରେ ଶିଖାଇ ଦେଉଛନ୍ତି ଗଣିତ । ଏହି ଅଳିଆ ଆବର୍ଜ୍ଜନା ଓ ଅଦରକାରୀ ପଦାର୍ଥ ଦ୍ବାରା ତ୍ରିଭୁଜ, ଚତୁର୍ଭୁଜ, ବୃତ୍ତ ଚିତ୍ର ସାଙ୍ଗକୁ ତାର ସୂତ୍ର ବୁଝାଇବା । ଏପରିକି ସକାଳେ 7ରୁ 9 ଟା ପର୍ଯ୍ୟନ୍ତ ଓ ସଂଧ୍ୟାରେ 4ରୁ 7ଟା ପର୍ଯ୍ୟନ୍ତ ଦିନରେ ଦୁଇ ପିଲାଙ୍କୁ ମାଗଣରେ ଗଣିତ ଶିକ୍ଷା ଦେଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.