ପ୍ରୟାଗରାଜ ୬।୩: ପୁଅଟିଏ ଲାଗି ପିତାମାତାଙ୍କର ଅନେକ ସ୍ୱପ୍ନ ଥାଏ। ହେଲେ ପୁଅ ପିତାମାତାଙ୍କ ଜୀବନ ପ୍ରତି ବିପଦର କାରଣ ହେବା ଘଟଣା ଏବେ କୋର୍ଟରେ ପହଞ୍ଚିଛି। ପୁଅ ଆଡୁ ନିଜ ଜୀବନ ପ୍ରତି ବିପଦ ଆଶଙ୍କା କରି ଆଲହାବାଦ ହାଇକୋର୍ଟଙ୍କ ପୂର୍ବତନ ବିଚାରପତି ଓ ତାଙ୍କ ପତ୍ନୀ କୋର୍ଟଙ୍କ ଶରଣାପନ୍ନ ହୋଇଛନ୍ତି। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
{"id":233761,"width":580,"height":392,"sizeSlug":"large"}ଆଲହାବାଦ ହାଇକୋର୍ଟଙ୍କ ଅବସରପ୍ରାପ୍ତ ବିଚାରପତି ଅଞ୍ଜନୀ କୁମାର ଓ ତାଙ୍କ ପତ୍ନୀ ଉଷା କୁମାର ତାଙ୍କ ଜ୍ୟେଷ୍ଠପୁତ୍ର ଚନ୍ଦନ କୁମାର ଦ୍ୱାରା ନିର୍ଯାତିତ ଓ ପୀଡିତ ଥିବାର ଅଭିଯୋଗ କରିଛନ୍ତି। ପ୍ରୟାଗରାଜରେ ଥିବା ସେମାନଙ୍କର ଘରକୁ ଚନ୍ଦନ ମାଡିବସିଥିବାର ଅଭିଯୋଗ କରିଥିବାବେଳେ ଘରୁ ତାକୁ ବେଦଖଲ କରିବାକୁ ବିଚାରପତି ଦମ୍ପତ୍ତି କୋର୍ଟଙ୍କୁ ଗୁହାରି କରିଛନ୍ତି। ସେହିପରି ସେମାନଙ୍କ ସମ୍ପତ୍ତି ଓ ଜୀବନ ପ୍ରତି ବିପଦର ଆଶଙ୍କା କରି ସୁରକ୍ଷା ନିମନ୍ତେ ମଧ୍ୟ ନିବେଦନ କରିଛନ୍ତି।
{"id":233762,"width":580,"height":386,"sizeSlug":"large"}ସିନିୟର ସିଟିଜେନ ଆଇନରେ ସେମାନଙ୍କୁ ସୁରକ୍ଷା ଯୋଗାଇଦେବାକୁ ଅଞ୍ଜନୀ କୁମାର ଓ ଉଷା କୁମାର କରିଥିବା ନିବେଦନର ବିଚାରପତି ସୁଧୀର ଅଗ୍ରୱାଲ ଓ ବିଚାରପତି ରାଜୀବ ମିଶ୍ରଙ୍କ ଖଣ୍ଡପୀଠ ଶୁଣାଣି କରିଛନ୍ତି। ମାମଲାରେ କୋର୍ଟ ଚନ୍ଦନ କୁମାରଙ୍କୁ ନୋଟିସ ଜାରି କରିଥିବା ବେଳେ ରାଜ୍ୟ ସରକାରଙ୍କ ସମେତ ସମସ୍ତ ପକ୍ଷଙ୍କୁ ୧୦ ଦିନ ମଧ୍ୟରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ଆଗାମୀ ଶୁଣାଣି ମାର୍ଚ୍ଚ ୨୫ ତାରିଖରେ ହେବ।
{"id":233763,"width":576,"height":323,"sizeSlug":"large"}ଅଞ୍ଜନୀ କୁମାର ତାଙ୍କ ଅଭିଯୋଗରେ ଉଲ୍ଲେଖ କରିଛନ୍ତି ଯେ ସେ ଆଲହାବାଦ ହାଇକୋର୍ଟରେ ଓକିଲ ଥିଲେ। ୨୪ ଏପ୍ରିଲ ୨୦୦୧ରେ ହାଇକୋର୍ଟରେ ଜଜ୍ ନିଯୁକ୍ତ ହୋଇଥିଲେ। ଗତ ୧୩ ସେପ୍ଟେମ୍ବର ୨୦୦୮ରେ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି। ସେ ୧୯୮୪ ମସିହାରେ ଏକ ଘର କିଣିଥିଲେ। ହେଲେ ଏବେ ତାଙ୍କ ପୁଅ ତାଙ୍କୁ ଘରୁ ବାହାର କରିଦେଇଛି। ତାଙ୍କର ବୟସ ଏବେ ୭୩ ବର୍ଷ ହୋଇଥିବା ବେଳେ ତାଙ୍କ ପତ୍ନୀଙ୍କ ବୟସ ୬୫ ବର୍ଷ। ଏଣୁ ସିନିୟର ସିଟିଜେନ ଆଇନରେ ସେମାନଙ୍କୁ ସଂରକ୍ଷଣ ପ୍ରଦାନ କରାଯାଉ ବୋଲି ନିବେଦନ କରିଛନ୍ତି।
{"id":233764,"sizeSlug":"large"}ଅଭିଯୋଗକାରୀ ଅଞ୍ଜନୀ କୁମାରଙ୍କ କହିବାର କଥା ହେଲା ୧୯୮୪ ମସିହାରେ ସେ ନିଜେ ଘର କିଣିଥିଲେ। ଏହା ବ୍ୟତୀତ ନୋୟଡା ଅଥରିଟି ଓ ହାଇକୋର୍ଟଙ୍କ ଆବାସ ସମିତି ଦ୍ୱାରା ସେକ୍ଟର ୧୦୫ରେ ୨୫୦ ନମ୍ବର ପ୍ଲଟ ମଧ୍ୟ ତାଙ୍କୁ ଆବଣ୍ଟିତ ଥିଲା। ଯେଉଁଥିରେ ସେ ନିଜର ଘର ନିର୍ମାଣ କରିଛନ୍ତି। ତାଙ୍କର ଏହି ଘରଟିକୁ ସାନ ପୁଅ ଅକ୍ଷତ କୁମାର ୨୦୧୪ରେ ମାଡିବସିଛି। ଏହା ବାଦେ ସେ ପ୍ରୟାଗରାଜ ଜାବାହାରଲାଲ ନେହେରୁ ରୋଡରେ ଏକ ଦ୍ୱିତଳ ଫ୍ଲାଟ ବି କିଣିଥିଲେ। ତଳ ଘରକୁ ସେ ଝିଅକୁ ଦାନ କରିଦେଇଥିବା ବେଳେ ଉପର ଘରେ ରହୁଥିଲେ। ହେଲେ ବଡପୁଅ ଚନ୍ଦନ କୁମାର ଏବେ ତାଙ୍କୁ ସେଠାରୁ ବାହାର କରି ତାଙ୍କ ଘର ମାଡି ବସିଥିବାର ଅବସରପ୍ରାପ୍ତ ବିଚାରପତି ଅଭିଯୋଗ କରିଛନ୍ତି।