ପୂର୍ବତନ ବିଏସଏଫ ଡିଜି ପଙ୍କଜ କୁମାର ସିଂ ଉପ-ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା, ସରକାର ଜାରି କଲେ ନିର୍ଦ୍ଦେଶ

Published By : Prameya-News7 Bureau | January 17, 2023 IST

ନୂଆଦିଲ୍ଲୀ: ସେବାନିବୃତ୍ତ ବିଏସଏଫ ମହାନିର୍ଦ୍ଦେଶକ ପଙ୍କଜ କୁମାର ସିଂଙ୍କୁ ଉପ-ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ନିଯୁକ୍ତ କରାଯାଇଛି । ଏନେଇ ସରକାରଙ୍କ ପକ୍ଷରୁ ଏକ ଆଦେଶ ଜାରି କରାଯାଇଛି । ଏକ ସରକାରୀ ଆଦେଶ ଅନୁସାରେ, ରାଜସ୍ଥାନ କ୍ୟାଡରର ୧୯୮୮ ବ୍ୟାଚର ଆଇପିଏସ୍ ଅଧିକାରୀ ସିଂଙ୍କୁ ଦୁଇ ବର୍ଷ ପାଇଁ ଏହି ନିଯୁକ୍ତି ଦିଆଯାଇଛି ।

ପଙ୍କଜଙ୍କ ବାପା ପୋଲିସ ସୁଧାରର ସୂତ୍ରଧର

୨୦୨୨ ଡିସେମ୍ୱର ୩୧ରେ ପଙ୍କଜ କୁମାର ସିଂ ବିଏସଏଫ ମୁଖ୍ୟ ପଦରୁ ଅବସର ନେଇଥିଲେ । ୨୦୨୧ ଅଗଷ୍ଟ ୩୧ରେ ପଙ୍କଜଙ୍କୁ ବିଏସଏଫର ମହାନିର୍ଦ୍ଦେଶକ ଭାବେ କେନ୍ଦ୍ର ସରକାର ନିଯୁକ୍ତି ଦେଇଥିଲେ । ପଙ୍କଜ ସିଂଙ୍କ ବାପା ୧୯୫୯ ବ୍ୟାଚର ସେବାନିବୃତ୍ତ ଆଇପିଏସ ଅଧିକାରୀ ପ୍ରକାଶ ସିଂ ୧୯୯୩ ଜୁନରୁ ୧୯୯୪ ଜାନୁଆରୀ ଯାଏଁ ବିଏସଏଫର ନେତୃତ୍ୱ ନେଇଥିଲେ । ପ୍ରକାଶ ସିଂଙ୍କୁ ଦେଶର ପୋଲିସ ସୁଧାରର ସୂତ୍ରଧାର ବୋଲି କୁହାଯାଉଛି । ୧୯୯୬ ମସିହାରେ ପୋଲିସ ପ୍ରତିଷ୍ଠାନରେ ସୁଧାର ପାଇଁ ସୁପ୍ରିମକୋର୍ଟରେ ଯାଚିକା ଦାଖଲ କରିଥିଲେ । ଏହାପରେ ସରକାର ଇଣ୍ଟେଲିଜେନ୍ସି ବ୍ୟୁରୋର ପ୍ରମୁଖ, ସିବିଆଇ, ବିଦେଶ ସଚିବ, ର' ମୁଖ୍ୟ ଏବଂ କେନ୍ଦ୍ରୀୟ ଗୃହ ସଚିବଙ୍କୁ ଅତି କମରେ ଦୁଇ ବର୍ଷର ନିଶ୍ଚିତ କାର୍ଯ୍ୟକାଳ ଦେବା ଆରମ୍ଭ କରିଥିଲେ ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.