ସ୍ବାଧୀନତା ଦିବସରେ ନ୍ୟାୟ ପାଇବାକୁ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଆମରଣ ଅନଶନ

Published By : Prameya-News7 Bureau | August 15, 2022 IST

ଫୁଲବାଣୀ ୧୫।୮: ଦେଶ ୭୫ତମ ସ୍ବାଧୀନତାର ଅମୃତ ମହୋତ୍ସବ ବେଶ୍ ଧୁମଧାମରେ ପାଳନ କରୁଥିବା ବେଳେ ପ୍ରଦୀପ ପଟ୍ଟନାୟକ ନାମକ ଜଣେ ସେନା କର୍ମଚାରୀ ନ୍ୟାୟ ଦାବି କରି ଫୁଲବାଣୀ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି । ତାଙ୍କୁ ନ୍ୟାୟ ନ ମିଳିବା ଯାଏଁ ସେ ଏପରି ବସିଥିବେ ବୋଲି କହିଛନ୍ତି । ତାଙ୍କର ଜଣେ ଭାଇ ସବୁ ସମ୍ପତ୍ତିକୁ ଚଞ୍ଚକତା କରି ନିଜ ନାମରେ କରିଥିବା ପ୍ରଦୀପ ବ୍ୟାନରରେ ଉଲ୍ଲେଖ କରିଛନ୍ତି । ସମସ୍ୟାର ଆପୋଷ ସମାଧାନ ପାଇଁ ଚେଷ୍ଟା କରି ଶେଷରେ ପ୍ରତାରଣା ଓ ହିଂସାର ଶିକାର ହୋଇଥିବା କହିଛନ୍ତି ।

ଗତ ୫ ବର୍ଷ ହେଲା ପ୍ରଶାସନର ଦ୍ବାରସ୍ଥ ହୋଇଥିଲେ ବି ତାଙ୍କୁ କୁଆଡେ ନ୍ୟାୟ ମିଳିନଥିଲା ଫଳରେ ସେ ବାଧ୍ୟ ହୋଇ ଅନ୍ୟ ଉପାୟ ନ ପାଇ ଆଜିଠୁ ଆମରଣ ଅନଶନ ଆରମ୍ଭ କରିବା ସହ ନ୍ୟାୟ ପାଇବେ ବୋଲି ଆଶା ରଖିଛନ୍ତି । ତେବେ ଜୀବନକୁ ବାଜି ଲଗାଇ ଦେଶ ପାଇଁ ଲଢ଼ି ଅବସର ଗ୍ରହଣ କରିଥିବା ସେନା କର୍ମଚାରୀଙ୍କୁ ପ୍ରଶାସନ ଓ ପୋଲିସ କିଭଳି ନ୍ୟାୟ ପ୍ରଦାନ କରୁଛନ୍ତି ତାହା ଦେଖିବାର କଥା ।

ଏ ନେଇ ପ୍ରଦୀପଙ୍କ ପରିବାର ଲୋକଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.