ଦିଗ୍ଗଜ ରିଟେଲର ୱାଲମାର୍ଟ କରୁଛନ୍ତି କର୍ମଚାରୀ ଛଟେଇ ଯୋଜନା, ଜାଣନ୍ତୁ କ’ଣ ପାଇଁ?
25/03/2023 at 2:46 PM

ନୂଆଦିଲ୍ଲୀ ୨୫।୩: ରିଟେଲ ସେକ୍ଟରର ଦିଗ୍ଗଜ କମ୍ପାନୀ ୱାଲମାର୍ଟ ଭବିଷ୍ୟତରେ ଗ୍ରାହକଙ୍କ ଆବଶ୍ୟକତାକୁ ନଜରରେ ରଖି ଉନ୍ନତ ପ୍ରସ୍ତୁତି ନିମନ୍ତେ ସାରା ଆମେରିକାରେ ଥିବା ନିଜର ଇ-କମର୍ସ ଫ୍ୟାସେଲିଟିରୁ ଏବେ ଶହଶହ କର୍ମଚାରୀ ଛଟେଇ କରୁଛନ୍ତି। ରିପୋର୍ଟ ଅନୁସାରେ ୱାଲମାର୍ଟ ତାଙ୍କ କର୍ମଚାରୀ ସଂଖ୍ୟା ହ୍ରାସ କରୁଛନ୍ତି। ତେବେ ଏହି ନିଷ୍ପତ୍ତି ଏମିତିରେ ନିଆ ଯାଇ ନଥିବା କମ୍ପାନୀର ମୁଖପାତ୍ର କହିଛନ୍ତି। ଏଥିରେ ଦକ୍ଷିଣ ନ୍ୟୁଜର୍ସିସ୍ଥିତ ଫ୍ୟାସେଲିଟିରୁ ଅନୁନ୍ୟ ୨୦୦ କର୍ମଚାରୀ ଛଟେଇ ହେବେ ବୋଲି ସେ କହିଛନ୍ତି।

ତେବେ ଆମେ ପ୍ରଭାବିତ ସହଯୋଗୀଙ୍କ ସହ ମିଳିମିଶି କାମ କରୁଥିବା ୱାଲମାର୍ଟ ମୁଖପାତ୍ର କହିଛନ୍ତି। ଯାହା ଦ୍ୱାରା ୱାଲମାର୍ଟର ଅନ୍ୟ ସ୍ଥାନମାନଙ୍କରେ କ୍ୟାରିୟରର କଣ ବିକଳ୍ପ ଉପଲବ୍ଧ ଅଛି ତାହା କର୍ମଚାରୀଙ୍କୁ ସୂଚିତ କରାଯାଉଛି। ଆମେରିକାରେ ୱାଲମାର୍ଟର ପ୍ରତିଦ୍ୱନ୍ଦ୍ୱୀ ଆମାଜନ ୨ଟି ପର୍ଯ୍ୟାୟରେ ୨୭ ହଜାର ନିଯୁକ୍ତି ହ୍ରାସ କରିଛନ୍ତି। ତେବେ ଆଗାମୀ ଆର୍ଥିକ ବର୍ଷମାନଙ୍କରେ ୱାଲମାର୍ଟର ଧିମା ବିକ୍ରି ଓ ଲାଭ ହ୍ରାସର ଆକଳନ କରାଯାଉଛି। ତେବେ ମହାମାରୀ ପରବର୍ତ୍ତି ସମୟରୁ ଅନଲାଇନ ବିକ୍ରି ଧିମା ଗତିରେ ହେଲେବି ବଢିଛି।

ୱାଲମାର୍ଟ ଚତୃର୍ଥ ତ୍ରୈମାସିକରେ ୱାଲମାର୍ଟ ଷ୍ଟୋର ଓ ଇ-କମର୍ସ ପ୍ଲାଟଫର୍ମରେ ବୈଶ୍ୱିକ ସ୍ତରରେ ମଜଭୁତ ରାଜସ୍ୱ ଅଭିବୃଦ୍ଧି ହାସଲ କରିଛି। କମ୍ପାନୀର ମୋଟ ରାଜସ୍ୱ ଆୟ ୧୬୪ ବିଲିୟନ ଡଲାରକୁ ପହଞ୍ଚିଥିବା ବେଳେ ଯାହା ଗତବର୍ଷ ତୁଳନାରେ୭.୩ ପ୍ରତିଶତ ଅଧିକ ବୋଲି କୁହାଯାଇଛି। ତେବେ ରିଟେଲ ବିକ୍ରେତା ମୋଟାମୋଟି ଅଭାବୀ ବିକ୍ରି ଯୋଜନା କରୁଥିବାରୁ କର୍ମଚାରୀ ହ୍ରାସ ପାଇଁ ବିଚାର କରୁଛନ୍ତି।