Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ବର : ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ପଛରେ ରହିଛି ସୁଚିନ୍ତିତ ଷଡ଼ଯନ୍ତ୍ର : ନରସିଂହ ମିଶ୍ର
  • ||
  • ଆଉ ୧୦ ଜିଲ୍ଲାରେ ଭର୍ଚୁଆଲ୍‌ ହାଇକୋର୍ଟ, ଘୋଷଣା କଲେ ହାଇକୋର୍ଟ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର : ୧୩ ଜିଲ୍ଲାରେ ବର୍ଷିବ, ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ରାଉରକେଲାରେ ହାଇଓ୍ୱାକୁ ପିଟିଲା ବସ୍‌ : ୨ ମୃତ, ୨୫ ଆହତ
  • ||

RBIକୁ ଝଟକା, ଫେବ୍ରୁଆରୀରେ ଧାର୍ଯ୍ୟ ସୀମାଠାରୁ ଅଧିକ ରହିଲା ଖୁଚୁରା ମୁଦ୍ରାସ୍ଫୀତି ହାର

13/03/2023 at 7:08 PM

ନୂଆଦିଲ୍ଲୀ: ଫେବ୍ରୁଆରୀରେ ଖୁଚୁରା ମୁଦ୍ରାସ୍ଫୀତି ହାରରେ ସାମାନ୍ୟ ହ୍ରାସ ରେକର୍ଡ କରାଯାଇଛି, କିନ୍ତୁ ଏବେ ବି ଏହା ଆରବିଆଇ ଦ୍ୱାରା ଧାର୍ଯ୍ୟ ଲକ୍ଷ୍ୟ ସୀମା ଉପରେ ରହିଛି । ୨୦୨୩ ଫେବ୍ରୁଆରୀରେ ଖୁଚୁରା ମୁଦ୍ରାସ୍ଫୀତି ହାର ୬.୫୫ ପ୍ରତିଶତ ରହିଛି । ଜାନୁଆରୀରେ ମୁଦ୍ରାସ୍ଫୀତି ହାର ୬.୫୨ ପ୍ରତିଶତ ରହିଥିଲା । ଗୋଟିଏ ବର୍ଷ ତଳେ ସମାନ ମାସରେ ଖୁଚୁରା ମୁଦ୍ରାସ୍ଫୀତି ହାର ୬.୦୭ ପ୍ରତିଶତ ରହିଥିଲା । ଉଲ୍ଲେଖଯୋଗ୍ୟ ଯେ ରିଜର୍ଭ ବ୍ୟାଙ୍କକୁ ମୁଦ୍ରାସ୍ଫୀତି ହାର ୪ରୁ ୬ ପ୍ରତିଶତ ମଧ୍ୟରେ ରଖିବାକୁ ପଡିଥାଏ ।

ଫେବ୍ରୁଆରୀରେ ଖାଦ୍ୟ ଦରବୃଦ୍ଧି ହାର ୫.୯୫ ପ୍ରତିଶତ ରହିବା ଏହି ସାମାନ୍ୟ ହ୍ରାସ ପଛର କାରଣ ବୋଲି କୁହାଯାଉଛି । ଜାନୁଆରୀରେ ଖାଦ୍ୟ ଦରବୃଦ୍ଧି ହାର ୬ ପ୍ରତିଶତ ରହିଥିଲା । ଫେବ୍ରୁଆରୀରେ ଖାଦ୍ୟଶସ୍ୟ ଏବଂ ଏହା ସହ ଜଡିତ ଉତ୍ପାଦର ଦରବୃଦ୍ଧି ହାର ୧୬.୭୩ ପ୍ରତିଶତ ରହିଛି । ସେହିପରି ଦୁଗ୍ଧ ଏବଂ ଏହା ଜଡିତ ଉତ୍ପାଦ ଗୁଡିକ ଦରବୃଦ୍ଧି ହାର ୯.୬୫ ପ୍ରତିଶତ ଏବଂ ମସଲା ଗୁଡିକର ଦରବୃଦ୍ଧି ହାର ୨୦ ପ୍ରତିଶତରୁ ଅଧିକ ହୋଇ ୨୦.୨୦ ପ୍ରତିଶତ ହୋଇଛି ।

ଖୁଚୁରା ମୁଦ୍ରାସ୍ଫୀତି ହାରରୁ ଅନୁମାନ କରାଯାଉଛି ଯେ ଏପ୍ରିଲ ମାସରେ ଆରବିଆଇର ମୁଦ୍ରୀ ନୀତି ସମୀକ୍ଷା ବୈଠକରେ ପୁଣି ଥରେ ରେପୋ ରେଟ୍ ବଢା ଯାଇପାରେ । ଗତ ବର୍ଷ ମଇ ମାସରୁ ଆଜି ଯାଏ ରିଜର୍ଭ ବ୍ୟାଙ୍କ ରେପୋ ରେଟ୍‌ରେ ୨୫୦ ବେସିସ୍ ପଏଣ୍ଟ ବଢାଇ ସାରିଛି । ବର୍ତ୍ତମାନ ସମୟରେ ରେପୋ ରେଟ୍ ୬.୭୫ ପ୍ରତିଶତ ରହିଛି । ଯଦି ଆରବିଆଇ ରେପୋ ରେଟ୍ ବଢାଏ ତେବେ ହୋମ୍ ଲୋନ୍ ସହ ଅନ୍ୟ ଋଣ ଉପରେ ସୁଧ ହାର ବଢିବ ।

   Related Posts