୮ ବର୍ଷର ସର୍ବୋଚ୍ଚସ୍ତରରେ ମୁଦ୍ରାସ୍ପିତି, ଏପ୍ରିଲରେ ପହଞ୍ଚିଲା ୭.୭୯%ରେ

Published By : Prameya-News7 Bureau | May 12, 2022 IST

ନୂଆଦିଲ୍ଲୀ ୧୨।୫: ମୁଦ୍ରାସ୍ପିତି ୮ ବର୍ଷର ଶୀର୍ଷତମ ସ୍ତରକୁ ପହଞ୍ଚିଛି। ଗୁରୁବାର ସରକାର ଜାରି କରିଥିବା ତଥ୍ୟାନୁସାରେ ଖୁଚୁରା ମୁଦ୍ରାସ୍ପିତି (ରିଟେଲ ଇନଫ୍ଲେସନ) ଏପ୍ରିଲରେ ବାର୍ଷିକ ଆଧାରରେ ବଢି ୭.୭୯ ପ୍ରତିଶତରେ ପହଞ୍ଚିଯାଇଛି। ଯାହା ଗତ ୮ ବର୍ଷର ସର୍ବୋଚ୍ଚ ସ୍ତର ବୋଲି ଏବେ କୁହାଯାଉଛି। ଖାଦ୍ୟପଦାର୍ଥ ମୂଲ୍ୟ ବୃଦ୍ଧି ଯୋଗୁ ଖୁଚୁରା ମୁଦ୍ରାସ୍ପିତି ବଢ଼ିଛି। ଲଗାତାର ୪ ମାସ ଧରି ମୁଦ୍ରାସ୍ପିତି ରିଜର୍ଭ ବ୍ୟାଙ୍କ (ଆରବିଆଇ)ଙ୍କ ଧାର୍ଯ୍ୟ ଲକ୍ଷର ଉପର ସୀମାରେ ରହୁଛି।

{"id":627487,"width":841,"height":826,"sizeSlug":"full","linkDestination":"none"}

ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (ସିପିଆଇ) ଆଧାରିତ ମୁଦ୍ରାସ୍ପିତି ଗତ ମାର୍ଚ୍ଚ ମାସରେ ୬.୯୫ ପ୍ରତିଶତକୁ ପହଞ୍ଚିଥିଲା। ଯାହା ଗତ ଏପ୍ରିଲ ୨୦୨୧ରେ ଏହି ହାର  ୪.୨୩ ପ୍ରତିଶତରେ ଥିବା ଦେଖାଯାଇଛି। ତେବେ ଗତ ଏପ୍ରିଲ ମାସରେ ଖାଦ୍ୟ ମୁଦ୍ରାସ୍ପିତି ଗତବର୍ଷ ତୁଳନାରେ ୨ ଗୁଣା ହୋଇଯାଇଛି। ଏପ୍ରିଲ ୨୦୨୨ରେ ଖାଦ୍ୟ ମୁଦ୍ରାସ୍ପିତି ୮.୩୮ ପ୍ରତିଶତକୁ ପହଞ୍ଚିଛି। ଯାହା ଗତ ମାର୍ଚ୍ଚ ମାସରେ ୭.୬୮ ପ୍ରତିଶତ ଥିଲା।

{"id":627488,"sizeSlug":"full","linkDestination":"none"}

ତେବେ ଆରବିଆଇଙ୍କୁ ମୁଦ୍ରାସ୍ପିତି ୪ ପ୍ରତିଶତରେ ସୁନିଶ୍ଚିତ କରିବାକୁ କୁହାଯାଇଛି। ଏଥିରେ ୨ ପ୍ରତିଶତ ଅଧିକ ବା କମ୍‌ ବି ହୋଇପାରେ। ତେବେ ଗତ ଜାନୁୟାରୀ ମାସରୁ ଖାଦ୍ୟ ମୁଦ୍ରାସ୍ପିତି ଲଗାତାର ୬ ପ୍ରତିଶତରୁ ଉପରେ ଚାଲିଛି। ଗତମାସରେ ଆରବିଆଇ ଅଚାନକ ମୁଦ୍ରାନୀତି ସମୀକ୍ଷା କରିଥିଲେ। ବୈଠକ ପରେ ଗଭର୍ଣ୍ଣର ଶକ୍ତି କାନ୍ତ ଦାଶ ସାଂପ୍ରତିକ ଭୂ-ରାଜନୈତିକ ପରିସ୍ଥିତି କାରଣରୁ ଖାଦ୍ୟ ସାମଗ୍ରୀ ମୂଲ୍ୟରେ ହୋଇଥିବା ଅଭିବୃଦ୍ଧି ଘରୋଇ ବଜାରକୁ ମଧ୍ୟ ପ୍ରଭାବିତ କରୁଛି ବୋଲି କହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.