ନୂଆଦିଲ୍ଲୀ: ବହୁଦିନର ଅପେକ୍ଷା ପରେ ଭାରତୀୟ ଅର୍ଥନୀତି ପାଇଁ ଶୁଭ ସଂକେତ ଆସିଛି। ଖୁଚୁରା ମୁଦ୍ରାସ୍ଫୀତି ହ୍ରାସ ୫.୮୮ ପ୍ରତିଶତକୁ ଖସିଆସିଛି। ଗତ ୧୧ ମାସରେ ଏହା ସବୁଠାରୁ ତଳକୁ ଖସିଛି। ଡିସେମ୍ବର ୨୦୨୧ରେ ମହଙ୍ଗା ସ୍ଥିତି ୫.୫୯ ପ୍ରତିଶତ ଥିଲା। ଏହାପର ଠାରୁ ଲଗାତର ୬ ପ୍ରତିଶତରୁ ଅଧିକ ଖୁଚୁରା ମୁଦ୍ରାସ୍ଫୀତି ରହୁଥିଲା। ସେପ୍ଟେମ୍ବର ମାସରେ ଏହା ୭.୪୧ ପ୍ରତିଶତକୁ ଛୁଇଁଥିଲା। ତେବେ ନଭେମ୍ବର ୨୦୨୧ରେ ମୁଦ୍ରାସ୍ଫୀତି ୪.୯୧ ହୋଇଥିଲା। ଲଗାତର ଦ୍ୱିତୀୟ ମାସ ହେଲା ସିପିଆଇ(ଉପଭୋକ୍ତା ମୂଲ୍ୟ ସୂଚକାଂକ) ହ୍ରାସ ପାଇଛି।
ପନିପରିବା ମୂଲ୍ୟ ହ୍ରାସ ଯୋଗୁ ମୁଦ୍ରାସ୍ଫୀତି ହ୍ରାସ ହୋଇଛି। ନଭେମ୍ବର ମାସରେ ଖାଦ୍ୟସାମଗ୍ରୀର ମହଙ୍ଗା ସ୍ଥିତି ଅକ୍ଟୋବର ୭.୧ ପ୍ରତିଶତ ଠାରୁ ହ୍ରାସ ହୋଇ ୪.୬୭ ପ୍ରତିଶତ ହୋଇଯାଇଥିବା ବେଳେ ପନିପରିବାର ମହଙ୍ଗା ସ୍ଥିତି ଅକ୍ଟୋବରର ୭.୭୭ରୁ ହ୍ରାସ ହୋଇ -୮.୦୮ ପ୍ରତିଶତ ହୋଇଯାଇଛି।
ମହଙ୍ଗା ସ୍ଥିତିର ପ୍ରଭାବ କେମିତି ପଡ଼ିଥାଏ ?
ଦେଶର ମହଙ୍ଗା ସ୍ଥିତି ଜନତାଙ୍କ ପର୍ଚେଜିଂ ପାୱାର ବା କିଣାକିଣି କ୍ଷମତା ଉପରେ ନିର୍ଭର କରିଥାଏ। ଉଦାହରଣ ସ୍ୱରୁପ ଯଦି ମହଙ୍ଗା ସ୍ଥିତି ୭ ପ୍ରତିଶଥ ରହିଛି ତେବେ ପାଖରେ ଥିବା ୧୦୦ ଟଙ୍କାର ମୂଲ୍ୟ କେବଳ ୯୩ ଟଙ୍କା ରହିବ। ଏଥିରୁ ୭ଟଙ୍କାର ମୂଲ୍ୟ ମହଙ୍ଗା ସ୍ଥିତିରେ ଚାଲିଯିବ। ତେଣୁ ମହଙ୍ଗା ସ୍ଥିତିକୁ ଦେଖି ନିବେଶ କରିବା ଉଚିତ୍। ନହେଲେ ଆପଣଙ୍କ ଟଙ୍କାର ମୂଲ୍ୟ କମିଯିବ।
ଦେଶର ମହଙ୍ଗା ସ୍ଥିତି ଜନତାଙ୍କ ପର୍ଚେଜିଂ ପାୱାର ବା କିଣାକିଣି କ୍ଷମତା ଉପରେ ନିର୍ଭର କରିଥାଏ। ଉଦାହରଣ ସ୍ୱରୁପ ଯଦି ମହଙ୍ଗା ସ୍ଥିତି ୭ ପ୍ରତିଶଥ ରହିଛି ତେବେ ପାଖରେ ଥିବା ୧୦୦ ଟଙ୍କାର ମୂଲ୍ୟ କେବଳ ୯୩ ଟଙ୍କା ରହିବ। ଏଥିରୁ ୭ଟଙ୍କାର ମୂଲ୍ୟ ମହଙ୍ଗା ସ୍ଥିତିରେ ଚାଲିଯିବ। ତେଣୁ ମହଙ୍ଗା ସ୍ଥିତିକୁ ଦେଖି ନିବେଶ କରିବା ଉଚିତ୍। ନହେଲେ ଆପଣଙ୍କ ଟଙ୍କାର ମୂଲ୍ୟ କମିଯିବ।
ମହଙ୍ଗା ଦର କେମିତି ବଢ଼େ ଓ କମେ ?
ମହଙ୍ଗା ଦର ବଢ଼ିବା ଓ କମିବା ସାମଗ୍ରୀର ଚାହିଦା ଓ ସେହି ଅନୁସାରେ ରପ୍ତାନୀ ହେଉଛି କି ନାହିଁ ତା ଉପରେ ନିର୍ଭରେ କରେ। ଯଦି ଲୋକଙ୍କ ପାଖରେ ଅଧିକ ଟଙ୍କା ହେବ, ତେବେ ସେମାନେ ଅଧିକ କିଣାକିଣି କରିବେ। ଅଧିକ ସମାଗ୍ରୀ କିଣିବା ଦ୍ୱାରା ସାମଗ୍ରୀର ଚାହିଦା ବୃଦ୍ଧି ହେବ। ଆଉ ଯଦି ଚାହିଦା ଅନୁସାରେ ରପ୍ତାନୀ ଠିକ୍ ଭାବେ ହେଲାନି ତେବେ ଯାଇ ସାମଗ୍ରୀର ମୂଲ୍ୟ ବୃଦ୍ଧି ଘଟେ।
ଫଳରେ ବଜାରରେ ମହଙ୍ଗା ସ୍ଥିତି ଉପୁଜିଥାଏ। ସରଳ ଭାଷାରେ କହିବାକୁ ଗଲେ ବଜାରରେ ଅତ୍ୟଧିକ ଖର୍ଚ୍ଚ କିମ୍ବା ସାମଗ୍ରୀର ଅଭାବ ହଁ ଦରବୃଦ୍ଧିର କାରଣ ହୋଇଥାଏ। ସେହିପରି ଦର ହ୍ରାସ ହେବାର କୌଶଳ ଏହାର ଓଲଟା। ଅର୍ଥାତ ରପ୍ତାନୀ ଅନୁସାରେ ଚାହିଦା ନ ରହିଲେ ସାମଗ୍ରୀର ମୂଲ୍ୟ କମିଯିବ। ଫଳରେ ସାମଗ୍ରୀକ ମହଙ୍ଗା ଦର ବି ହ୍ରାସପାଇବ।
ଦରବୃଦ୍ଧିକୁ ନିୟନ୍ତ୍ରଣ କରିଥାଏ RBI
ଦର ବୃଦ୍ଧିକୁ ରୋକିବାକୁ ହେଲେ ବଜାରରେ ଅତ୍ୟଧିକ ଖର୍ଚ୍ଚକୁ କମାଇବାକୁ ପଡ଼ିଥାଏ। ଏଥିପାଇଁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ବା RBI ରେପୋ ରେଟ୍ ବଢ଼ାଏ। ନିକଟରେ ମହଙ୍ଗା ସ୍ଥିତିକୁ ଦେଖି ଚିନ୍ତା ପ୍ରକଟ କରି RBI ରେପୋରେଟକୁ ୦.୫୦% ବଢ଼ାଇଥିଲା। ଏଥିରେ ରେପୋରେଟ୍ ୪.୪୦%ରୁ ବଢ଼ି ୪.୯୦% ହୋଇଥିଲା। ଫଳରେ ବ୍ୟାଙ୍କଗୁଡ଼ିକ ହୋମଲୋନ ଠାରୁ ଆରମ୍ଭ କରି ଅଟୋ ଓ ବ୍ୟକ୍ତିଗତ ଋଣକୁ ମହଙ୍ଗା କରିଦେଲେ। ସୁଧ ବଢ଼ିବା କାରଣରୁ ଉପଭୋକ୍ତାମାନେ ବ୍ୟାଙ୍କରୁ କମ ଋଣ ନିଅନ୍ତି। ଟଙ୍କା କମ ହେବାରୁ ଚାହିଦା କମ୍ ଓ ରପ୍ତାନୀ ବଢ଼ିଯାଏ। ତେଣୁ ଗଚ୍ଛିତ ବସ୍ତୁର ବ୍ୟବହାର ପାଇଁ ଏହାର ମୂଲ୍ୟ କମାଇ ଦିଆଯାଇଥାଏ। ଫଳରେ ଉପଭୋକ୍ତା ସହଜରେ କିଣିପାରିଥାଏ।
ଏବେ ବୁଝନ୍ତୁ ସିପିଆଇ(ଗ୍ରାହକ ମୂଲ୍ୟ ସୂଚକାଙ୍କ) କଣ ?
ବିଶ୍ୱରେ ମହଙ୍ଗା ଦରକୁ ମାପିବା ପାଇଁ WPI(ହୋଲ୍ସେଲ୍ ପ୍ରାଇସ୍ ଇଣ୍ଡେକ୍ସ)ର ଆବଶ୍ୟକତା ପଡ଼ିଥାଏ। କିନ୍ତୁ ଭାରତରେ ଏମିତି ହୁଏ ନାହିଁ। ଆମ ଦେଶରେ WPI ସହ CPIକୁ ବି ମହଙ୍ଗାଦର ଆକଳନ ପାଇଁ ବ୍ୟବହାର କରାଯାଇଥାଏ। ଭାରତୀୟ ରିଜର୍ଭ ବ୍ୟାଙ୍କ ମୁଦ୍ରା ଓ କ୍ରେଡିଟ୍ ସହ ଜଡ଼ିତ ଆର୍ଥିକ ନୀତିକୁ ନିର୍ଦ୍ଧାରିତ କରିବା ପାଇଁ ହୋଲ୍ସେଲ୍ ମୂଲ୍ୟ ନୁହେଁ ବରଂ ଖୁଚୁରା ମହଙ୍ଗା ଦରକୁ ମୁଖ୍ୟ ମାନକ(ମ୍ୟାନ୍ ଷ୍ଟାଣ୍ଡାର୍ଡ) ବୋଲି ବିବେଚନା କରିଥାଏ। ଅର୍ଥ ବ୍ୟବସ୍ଥାରେ WPI ଓ CPI ପରସ୍ପରକୁ ପ୍ରଭାବିତ କରିଥାଏ।। ତେଣୁ ଯଦି WPI ବଢ଼େ ତେବେ CPI ବି ବଢିବ।
ଖୁଚୁରା ମହଙ୍ଗା ଦର କେମିତି ନିର୍ଦ୍ଧାରିତ କରାଯାଇଥାଏ ?
ଅଶୌଧିତ ତୈଳ, ସାମଗ୍ରୀର ମୂଲ୍ୟ, ନିର୍ମାଣ ମୂଲ୍ୟ ବ୍ୟତୀତ ଅନ୍ୟ କେତେକ ସାମ୍ରୀକୁ ନେଇ ଖୁଚୁରା ମହଙ୍ଗା ଦର ନିର୍ଦ୍ଧାରିତ କରାଯାଇଥାଏ। ଏପରି ପ୍ରାୟ ୨୯୯ ସାମଗ୍ରୀ ରହିଛି ଯେଉଁଗୁଡ଼ିକର ମୂଲ୍ୟ ବୃଦ୍ଧିକୁ ନେଇ ରିଟେଲ୍ ମହଙ୍ଗା ଦର ନିର୍ଦ୍ଧାରିତ କରାଯାଇଥାଏ।