ଦରବୃଦ୍ଧିରୁ ଆଶ୍ବସ୍ତି, ମାର୍ଚ୍ଚରେ ୪.୮୫ ପ୍ରତିଶତକୁ ଖସିଲା ଖୁଚୁରା ମୁଦ୍ରାସ୍ଫୀତି ହାର

Published By : Prameya-News7 Bureau | April 12, 2024 IST

ନୂଆଦିଲ୍ଲୀ: ଦରବୃଦ୍ଧିରୁ ସାଧାରଣ ଜନତାଙ୍କୁ ଆଶ୍ବସ୍ତି। ସିପିଆଇ ଆଧାରିତ ଖୁଚୁରା ମୁଦ୍ରାସ୍ଫୀତି ୨୦୨୪ ମାର୍ଚ୍ଚରେ ହ୍ରାସ ପାଇ ୪.୮୫ ପ୍ରତିଶତକୁ ଖସିଛି। ଯାହାକି ଗତ ୫ ମାସରେ ଖୁଚୁରା ମୁଦ୍ରାସ୍ଫୀତି ହାରର ସର୍ବନିମ୍ନ ସ୍ତର। ଯେତେବେଳେକି ପୂର୍ବରୁ ଫ୍ରେବୁଆରୀରେ ମୁଦ୍ରାସ୍ଫୀତି ୫.୦୯% ରହିଥିଲା। 

ଶୁକ୍ରବାର, ଏନଏସଓ ତରଫରୁ ଜାରି ତଥ୍ୟ, ଖୁଚୁରା ମୁଦ୍ରାସ୍ଫୀତି ମାର୍ଚ୍ଚରେ ବାର୍ଷିକ ଆଧାରରେ ୦.୨୪ ପ୍ରିଶତ ହ୍ରାସ ହୋଇଛି। ଏହା ପୂର୍ବରୁ ୨୦୨୩ ଅକ୍ଟୋବରରେ ଖୁଚୁରା ମୁଦ୍ରାସ୍ଫୀତି ହାର ସର୍ବନିମ୍ନ ୪.୮୭ ପ୍ରତିଶତ ରହିଥିଲା।   

ଆହୁରି ପଢ଼ନ୍ତୁ:

ଭାରତର ଜିଡିପି ୨୦୨୪ରେ ୬.୧ ପ୍ରତିଶତ ବଢିବ: ମୁଡିଜ୍ ଆନାଲିଟିକ୍ସ

ସେହିଭଳି ଖାଦ୍ୟ ମୁଦ୍ରାସ୍ଫୀତି ହାର ୮.୬୬%ରୁ କମି ୮.୫୨ ପ୍ରତିଶତ ହୋଇଛି। ଆହୁରି ମଧ୍ୟ ଗ୍ରାମୀଣ ମୁଦ୍ରାସ୍ଫୀତି ହାର ୫.୩୪ ପ୍ରତିଶତରୁ ବଢ଼ି ୫.୪୫%କୁ ଖସିଛି। ସହରୀ ମୁଦ୍ରାସ୍ଫୀତି ୪.୭୮%ରୁ ଖସି ୪.୧୪%କୁ ଆସିଛି। ଉଲ୍ଲେଖଯୋଗ୍ୟ, ରିଜର୍ଭ ବ୍ୟାଙ୍କ ଚଳିତ ଆର୍ଥିକ ବର୍ଷ ପାଇଁ ଖୁଚୁରା ମୁଦ୍ରାସ୍ଫୀତି ୪.୫ ପ୍ରତିଶତ ରହିବା ନେଇ ଅନୁମାନ କରିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.