ପାର୍ବଣରେ ଦରବୃଦ୍ଧିରୁ ଆଶ୍ୱସ୍ତି, ଅକ୍ଟୋବରରେ ମୁଦ୍ରାସ୍ଫୀତି ୪.୮୭ ପ୍ରତିଶତ

Published By : Prameya-News7 Bureau | November 13, 2023 IST

ନୂଆଦିଲ୍ଲୀ: ଅକ୍ଟୋବରରେ ତଳମୁହାଁ ରହିଲା ଖୁଚୁରା ମୁଦ୍ରାସ୍ଫୀତି। ୨୦୨୩ ଜୁଲାଇ ପରେ ଲଗାତାର ତୃତୀୟ ମାସରେ ଖୁଚୁରା ମୁଦ୍ରାସ୍ଫୀତି ହାରରେ ହ୍ରାସ ଦେଖିବାକୁ ମିଳିଛି। ଖାଦ୍ୟ ସାମଗ୍ରୀ ଦାମ୍‌ରେ ହ୍ରାସ ଯୋଗୁଁ ଅକ୍ଟୋବରରେ ଖୁଚୁରା ମୁଦ୍ରାସ୍ଫୀତି ୪.୮୭ ପ୍ରତିଶତକୁ ଖସିଛି। ଯାହା ସେପ୍ଟେମ୍ବରରେ ୫.୦୩ ପ୍ରତିଶତ ଥିଲା। ଏହା ପୂର୍ବରୁ ଅଗଷ୍ଟରେ ୬.୮୩  ପ୍ରତିଶତ ଏବଂ ଜୁଲାଇରେ ଖୁଚୁରା ମୁଦ୍ରାସ୍ଫୀତି ହାର ୧୫ ମାସର ସର୍ବୋଚ୍ଚ ୭.୪୪ ପ୍ରତିଶତ ରହିଥିଲା।

ମୁଦ୍ରାସ୍ଫୀତିରେ ବି ମାମୁଲି ହ୍ରାସ:

ପରିସଂଖ୍ୟାନ ମନ୍ତ୍ରାଳୟ ସୋମବାର ଖୁଚୁରା ମୁଦ୍ରାସ୍ଫୀତି ହାରର ତଥ୍ୟ ଜାରି କରିଛି। ଏହି ତଥ୍ୟ ଅନୁଯାୟୀ, ମୁଦ୍ରାସ୍ଫୀତି ହାରରେ ମାମୁଲି ହ୍ରାସ ଦେଖିବାକୁ ମିଳିଛି। ଅକ୍ଟୋବରରେ ମୁଦ୍ରାସ୍ଫୀତି ୬.୬୧ ପ୍ରତିଶତ ରହିଛି। ଯାହାକି ସେପ୍ଟେମ୍ବରରେ ୬.୬୨ ପ୍ରତିଶତ ରହିଥିଲା। ଗ୍ରାମୀଣ ଅଞ୍ଚଳରେ ଖୁଚୁରା ମୁଦ୍ରାସ୍ଫୀତି ହାର ୫.୧୨ ପ୍ରତିଶତ ରହିଥିବାବେଳେ ମୁଦ୍ରାସ୍ଫୀତି ୬.୭୧ ପ୍ରତିଶତ ରହିଛି।

ଆହୁରି ପଢ଼ନ୍ତୁ: ଅଗଷ୍ଟରେ ଖସିଲା ଖୁଚୁରା ମୁଦ୍ରାସ୍ଫୀତି, ପନିପରିବା ମୂଲ୍ୟରେ ହ୍ରାସର ପ୍ରଭାବ

ଡାଲିରେ ହୋଇଛି ଦରବୃଦ୍ଧି:

ତେବେ ଅକ୍ଟୋବରରେ ଡାଲି ଦରରେ ବୃଦ୍ଧି ଦେଖିବାକୁ ମିଳିଛି। ଡାଲିର ଦରବୃଦ୍ଧି ହାର ୧୮.୭୯ ପ୍ରତିଶତ ରହିଛି।  ସେହିଭଳି ଖାଦ୍ୟାନ୍ନ ସହ ଜଡ଼ିତ ଉତ୍ପାଦର ମଧ୍ୟ ମୁଦ୍ରାସ୍ଫୀତି ୧୦.୬୫ ପ୍ରତିଶତ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.