ଓଏଏସ ସ୍ଥରରେ ପୁଣି ଅଦଳବଦଳ

Published By : Prameya-News7 Bureau | September 10, 2018 IST

ଭୁବନେଶ୍ୱର ୧୦/୯ : ପୁଣି ସରକାର ଓଏଏସ ସ୍ଥରରେ ଅଦଳବଦଳ କରିଛନ୍ତି | ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର ଅତିରିକ୍ତ ସଚିବ ବିଶ୍ୱ ମୋହନ ରାୟଙ୍କୁ କଟକ କ୍ଷୁଦ୍ର ଶିଳ୍ପ ନିଗମର ପରିଚାଳନା ନିର୍ଦେଶକ ଭାବେ ବଦଳି କରାଯାଇଛି | ଶ୍ରୀ ମନ୍ଦିରର ନୀତି ପ୍ରଶାସକ ପ୍ରଦୀପ କୁମାର ଦାସଙ୍କୁ ଜଳ ସମ୍ପଦ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି | ସିଡ଼ିଆଇରୁ ରବୀନ୍ଦ୍ର ନାଥ ମିଶ୍ରଙ୍କୁ କଟକ ଉନ୍ନୟନ କର୍ତୃପକ୍ଷର ଉପାଧ୍ୟକ୍ଷ ଭାବେ ବଦଳି କରାଯାଇଛି | ବୌଦର ଅତିରିକ୍ତ ଜିଲ୍ଲାପାଳ ତରଣୀ ସେନ ନାୟକଙ୍କୁ ଓଡିଶା ଜଙ୍ଗଲ ଉନ୍ନୟନ ନିଗମର ମହା ପ୍ରବନ୍ଧକ ଭାବେ ବଦଳି କରାଯାଇଛି | କୃଷି ବିଭାଗର ଅତିରିକ୍ତ ସଚିବ ବିଶ୍ୱଜିତ ବିଶ୍ୱାଳଙ୍କୁ ଶ୍ରୀ ମନ୍ଦିରର ନୀତି ପ୍ରଶାସକ ଭାବେ ବଦଳି କରାଯାଇଛି | ନବରଙ୍ଗପୁର ଆଇଟିଡିଏର ପୂର୍ବତନ ପ୍ରକଳ୍ପ ଅଧିକାରୀ ନାରାୟଣ ମୁର୍ମୁଙ୍କୁ କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି | କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ସୁଜାତା ମିଶ୍ରଙ୍କୁ ଅତିରିକ୍ତ ଲ୍ୟାଣ୍ଡ କମିଶନର ଭାବେ ଅବସ୍ଥାପିତ କରାଯାଇଛି | ନିୟୋଜନ ବିଭାଗର ଉପନିର୍ଦେଶକ ଶୁଭଦର୍ଶିନୀ ସ୍ୱାଇଁଙ୍କୁ ଓଡିଶା ପାନୀୟ ନିଗମର ମହାପ୍ରବନ୍ଧକ ଭାବେ ବଦଳି କରାଯାଇଛି | ଘଟଗାଁର ପୂର୍ବତନ ତହସିଲଦାର ଡ.ପ୍ରମୋଦ ପୃଷ୍ଟିଙ୍କୁ ଭୁବନେଶ୍ୱର ମହାନଗର ନିଗମର ଡେପୁଟି କମିଶନର ଭାବେ ବଦଳି କରାଯାଇଛି | ଭୁବନେଶ୍ୱର ମହାନଗର ନିଗମର ଡେପୁଟି କମିଶନର ଦରିଦ୍ର ଭଂଜନ ପାତ୍ରଙ୍କୁ ଜଳ ସମ୍ପଦ ବିଭାଗକୁ ବଦଳି କରାଯାଇଛି | ଓଡିଶା ପାନୀୟ ନିଗମର ମହା ପ୍ରବନ୍ଧକ ଜ୍ୟୋତି ଶଙ୍କର ମହାପାତ୍ରଙ୍କୁ ନିୟୋଜନ ଉପ ନିର୍ଦେଶକ ଭାବେ ବଦଳି କରାଯାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.