ପୂର୍ବ ଲଦାଖର ୬୨ ପାଟ୍ରୋଲିଂ ପଏଣ୍ଟରୁ ୨୬ଟି ହରାଇଲା ଭାରତ; ରିପୋର୍ଟରେ ଉପରେ କ’ଣ କହିଲା ପ୍ରତିରକ୍ଷା ମନ୍ତ୍ରାଳୟ ?
25/01/2023 at 10:23 PM

ନୂଆଦିଲ୍ଲୀ: ଭାରତ ଚୀନ ସୀମାରେ ଥିବା ପୂର୍ବ ଲଦାଖର ୨୬ଟି ପାଟ୍ରେଲିଂ ପଏଣ୍ଟ ହରାଇଥିବା ରିପୋର୍ଟ ଉପରେ ପ୍ରତିରକ୍ଷାମନ୍ତ୍ରାଳୟ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି। ଭାରତ ଲଦାଖରେ ଇଞ୍ଚେ ବି ଜମି ହରାଇ ନାହିଁ ବୋଲି ପ୍ରତିରକ୍ଷାମନ୍ତ୍ରାଳୟ କହିଛି।
ଜାନୁଆରୀ ୨୦-୨୨ ତାରିରେ ଗୁଇନ୍ଦା ବିଭାଗ ଦ୍ୱାରା ଆୟୋଜିତ ଡିଜିପି କନଫରେନ୍ସରେ ଏକ ରିପୋର୍ଟ ପୈଠ କରାଯାଇଥିଲା। କାରାକୋରମରୁ ଚୁମୁର ଯାଏ ଭାରତ ୬୫ ପାଟ୍ରୋଲି ପଏଣ୍ଟରୁ ଭାରତ ୨୬ଟି ପାଟ୍ରୋଲିଂ ପଏଣ୍ଟ ହରାଇଛି ବୋଲି ରିପୋର୍ଟରେ କୁହାଯାଇଥିଲା।
ପ୍ରତିରକ୍ଷା ମନ୍ତ୍ରାଳୟ ଏହାକୁ ଖଣ୍ଡନ କରିଛି। କିଛି ଅଞ୍ଚଳରୁ ଉଭୟ ଚୀନ-ଭାରତ ପକ୍ଷରୁ ଗସ୍ତ ରୋକିଦିଆଯାଇଛି। ତେବେ ଚୀନ ଯେମିତି ସେହିସବୁ ସ୍ଥାନଗୁଡ଼ିକରେ ଟେକ୍ନିକାଲି ନିଜର ଉପସ୍ଥିତି ଜାହିର କରୁଛି ଭାରତ ମଧ୍ୟ ଟେକ୍ନିକ୍ରେ ନିଜର ଉପସ୍ଥିତି କାଏମ ରଖିଛି ବୋଲି ପ୍ରତିରକ୍ଷାମନ୍ତ୍ରାଳୟ କହିଛି।
ସୂଚନା ଥାଉକି ଲଦ୍ଦାଖର ବରିଷ୍ଠ ପୁଲିସ ଅଧିକାରୀ ପିଡି ନିତ୍ୟା ଏକ ରିପୋର୍ଟ ଦାଖଲ କରିଥିଲେ। “ ବର୍ତ୍ତମାନ କାରାକୋରମ ପାସରୁ ଚୁମୁର ପର୍ଯ୍ୟନ୍ତ ୬୫ ପିପି(ପାଟ୍ରେଲିଂ ପଏଣ୍ଟ)” ଯେଉଁଠାରେ ନିୟମିତ ଭାବେ ସିଆଇଏସ୍ଏପ୍ ଦ୍ୱାରା ପାଟ୍ରୋଲିଂ କରିବାର ଥିଲା, ସେଥିରୁ ୨୬ ପିପିରେ ଆମର ଉପସ୍ଥିତି ସମାପ୍ତ ହୋଇଯାଇଛି। ୫-୧୭, ୨୪-୩୨ ଓ ୩୬ରେ ଭାରତୀୟ ସୁରକ୍ଷା ବଳ ପାଟ୍ରୋଲିଂ ନ କରିବାର ଏଭଳି ସ୍ଥିତି ଦେଖାଦେଇଛି ବୋଲି ରିପୋର୍ଟରେ କୁହାଯାଇଥିଲା।
ଡିଜିପି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଉପସ୍ଥିତ ଥିଲେ। ଏହି ବୈଠକରେ ଦିଆଯାଇଥିବା ରିପୋର୍ଟରେ କୁହାଯାଇଥିଲା “ପରେ ଚୀନ ଆମକୁ ଏହା ସ୍ୱୀକାର କରିବାକୁ ବାଧ୍ୟ କରିବ ଯେ ଏହିସବୁ ସ୍ଥାନଗୁଡ଼ିକରେ ଭାରତର ନାଗରିକଙ୍କ ଉପସ୍ଥିତି ଦେଖାଯାଇ ନାହିଁ। ହେଲେ ଚୀନ ଲୋକ ଏ କ୍ଷେତ୍ରରେ ଉପସ୍ଥିତ ଥିଲେ। ଏଥିରେ ଆଇଏଶ୍ଏଫ୍ ନିୟନ୍ତ୍ରାଣାଧି ସୀମାରେ ବି ପରିବର୍ତ୍ତନ ହୋଇଯିବ। ଭାରତ ପକ୍ଷରୁ ଏମିତି ସମସ୍ତ ପ୍ୟାକେଟ୍ସ ପାଖରେ ବଫର ଜୋନ ତିଆରି କରାଯାଇଥାଏ। ହେଲେ ଗସ୍ତ ନ ହେବା କରଣରୁ ଶେଷରେ ଏହିସବୁ କ୍ଷେତ୍ରରେ ଭାରତର ନିୟନ୍ତ୍ରଣ ଶେଷ ହୋଇଯିବ।”
ପିଡି ନିତ୍ୟା ଆହୁରି କହିଥିଲେ ଯେ “ ପିଏଲ୍ ଡି-ଏସ୍କଲେସନ ବାର୍ତ୍ତାରେ ନିଜର ସର୍ବଶ୍ରେଷ୍ଠ କ୍ୟାମେରାକୁ ପାହାଡ଼ର ଉଚ୍ଚତମ ଚୂଡ଼ାରେ ରଖି ଆମ ସେନା ଉପରେ ନଜର ରଖି ବଫର ଜୋନ୍ର ଲାଭ ଉଠାଇଛି। ସେ ବଫର ଜୋନ୍ରେ ବି ଆମର ଗସ୍ତ ଉପରେ ଆପତ୍ତି ଉଠାଉଛି। ଅଧିକ ବଫର ଜୋନ ନିର୍ମାଣ କରିବା ପାଇଁ ଭାରତୀୟ ସେନାକୁ ଫେରିଯିବାକୁ କହୁଛି। ୨୦୨୦ ହିଂସା ଘଟଣା ପରେ ଚୀନ ଗଲୱାନ ଘାଟିରେ ଏଭଲି ରଣନୀତି କରୁଛି। ଏହିଂ ହିଂସାରେ ଭାରତର ୨୦ ଓ ଚୀନର ଯବାନ ସହିଦ ହୋଇଥିଲେ।” ତେବେ ପଏଣ୍ଟଗୁଡ଼ିକୁ ସୀମାର ବାହାର ବୋଲି ଚିହ୍ନଟ କରିବା ଏହାକୁ ଖାଲି ରଖିବା ସେନାର ମନବଳ ଦୁର୍ବଳ କରୁଛି ବୋଲି ପିଡି ନିତ୍ୟା କହିଛନ୍ତି।