oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୪୬ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ଭିଜିବ ପାର୍ବଣ, ନବମୀ ଓ ଦଶମୀରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ସାନଖେମୁଣ୍ଡି: ପାଟପୁର ଥାନାରେ ୧୩୨୫ କିଲୋର ଜବତ ଗଞ୍ଜେଇ ପୋଡିଲା ପୋଲିସ
  • ||
  • UNSCରେ ରୁଷ୍‌ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିଥିଲା ଆମେରିକା, ଭୋଟିଂରୁ ବିରତ ରହିଲା ଭାରତ
  • ||
  • ସାରା ଦେଶରେ ଆରମ୍ଭ ହେଲା 5G ଯୁଗ, ୧୩ ସହରରେ ମିଳିବ ସେବା
  • ||

ଅଫିସରେ ଫୋନରେ ବ୍ୟକ୍ତିଗତ କଥା ହେବା ପଡିବ ମହଙ୍ଗା, କାର୍ଯ୍ୟାନୁଷ୍ଠାନ ନେବାକୁ କହିଲେ ହାଇକୋର୍ଟ

15/03/2022 at 9:00 PM

ଚେନ୍ନାଇ ୧୫।୦୩: କାର୍ଯ୍ୟାଳୟରେ ବ୍ୟକ୍ତିଗତ କଥା ହେଉଛନ୍ତି କି? ନିଜ ପରିବାର ସଂପର୍କୀୟ ସାଙ୍ଗସାଥୀଙ୍କ ସହିତ ଫୋନରେ କଥା ହେଉଛନ୍ତି କି?  ଅଳପ ଅଳପ ବାର୍ତ୍ତାଳପରେ କାର୍ଯ୍ୟାଳୟର ସମୟ ଅପଚୟ କରୁଛନ୍ତି କି ?  ଏହା ସହକର୍ମୀଙ୍କ କାର୍ଯ୍ୟ ଓ ଏକାଗ୍ରତାକୁ ନଷ୍ଟ କରୁଛି କି  ? ଅଫିସରେ ଅନ୍ୟମାନଙ୍କ କାର୍ଯ୍ୟର ମୋବାଇଲ ଭିଡିଓ କରୁଛନ୍ତି କି, ଏମିତି ଭାବେ ଅଫିସ ସମୟରେ ଆପଣ ମୋବାଇଲ ମାଧ୍ୟମରେ ଯଦି କିଛି ହରକତ କରୁଛନ୍ତି ତେବେ ଆପଣ ହୋଇ ଯାଆନ୍ତୁ ସାବଧାନ । କାର୍ଯ୍ୟାଳୟରେ ଏମିତି କଲେ କାର୍ଯ୍ୟାନୁଷ୍ଠାନ ।

ଆଜି ମାଡ୍ରାସ ହାଇକୋର୍ଟ ଏମିତି କିଛି  ରାୟ ଦେଇଛନ୍ତି। ମାମଲାଟି ଥିଲା ଏମିତି ତାମିଲନାଡୁ ତ୍ରିଚି ଜିଲ୍ଲାର ଆଞ୍ଚଳିକ ସ୍ଵାସ୍ଥ୍ୟ ୱାର୍କସପ୍ ଅଧ୍ୟକ୍ଷ ଡି.ଏସ ରାଧିକାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। କାରଣ ସେ ଅନ୍ୟ କର୍ମଚାରୀଙ୍କର ମୋବାଇରେ ସୁଟିଂ କରୁଥିଲେ। କର୍ତ୍ତୃପକ୍ଷ ତାଙ୍କୁ ବାରଣ କରିବାରୁ ସେ ତାଙ୍କୁ ଅସଭ୍ୟ ଭାବେ ଗାଳି କରିଥିଲେ। ତେଣୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଦର୍ଶାଯାଇଥିଲା। ଯାହା ବିରୋଧରେ ରାଧିକା ମାଡ୍ରାସ ହାଇକୋର୍ଟରେ ମାମଲା ରୁଜ୍ଜୁ କରିଥିଲେ।  ହେଲେ ମାମଲାକୁ କୋର୍ଟ ଖାରଜ କରିଦେଇଥିଲେ କୋର୍ଟ। ଏଥିସହ ୧୯୭୩ ତାମିଲନାଡୁ ଗଭରମେଣ୍ଟ ସର୍ଭ୍ୟାଣ୍ଟ କଣ୍ଡକ୍ଟ ରୁଲ୍ ଆଇନ ଅନୁସାରେ ଆକ୍ସନ ନେବା ଲାଗି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

କୋର୍ଟ କହିଛନ୍ତି କୌଣସି ସରକାରୀ କର୍ମଚାରୀ ନିଜର ଅଫିସ କାର୍ଯ୍ୟ ବେଳେ ବ୍ୟକ୍ତିଗତ ମୋବାଇଲ ଫୋନ ବ୍ୟବହାର କରିପାରିବେ ନାହିଁ ।  ଯେଉଁମାନେ ଏହି ନିୟମକୁ ଉଲ୍ଲଙ୍ଘନ କରିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇପାରିବେ ଉଚ୍ଚ କର୍ତ୍ତୃପକ୍ଷ  ।  ଯଦି କୌଣସି ଜରୁରୀ କଥା ଅଛି ଥିବ ତେବେ ଉଚ୍ଚ କର୍ତ୍ତୁପକ୍ଷଙ୍କ ଠାରୁ ଅନୁମତି ନେବାକୁ ପଡ଼ିବ।  କାର୍ଯ୍ୟାଳୟରେ ନିଜର ବ୍ୟକ୍ତିଗତ ମୋବାଇଲ ଫୋନକୁ ସୁଇଚ ଅଫ କିମ୍ବା ସାଇଲେଣ୍ଟ କିମ୍ବା ଭାଇବ୍ରେସନ ମୋଡରେ କ୍ଲୋକରୁମରେ ଜମା ଦେବେ କର୍ମଚାରୀ । ତୁରନ୍ତ ସମସ୍ତ ସରକାରୀ କାର୍ଯ୍ୟାଳୟକୁ ସର୍କୁଲାଲ ଜାରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

   Related Posts