କେହି ମନଇଚ୍ଛା ଉଡାଇପାରିବେନି ଡ୍ରୋନ୍ ; ସମ୍ବେଦନଶୀଳ ଅଞ୍ଚଳରେ ଲାଗିବ ଡ୍ରୋନ୍ ଜାମର୍

Published By : Prameya-News7 Bureau | September 12, 2018 IST

ଭୁବନେଶ୍ବର ୧୨|୯: ଆଉ ଏଣିକି ମନଇଚ୍ଛା କେହି ଡ୍ରୋନ୍ ଉଡ଼ାଇ ପାରିବେନି । ଡ୍ରୋନ୍ ଉଡ଼ାଇବାକୁ ହେଲେ ପୋଲିସର ଅନୁମତି ନେବାକୁ ପଡ଼ିବ । ଡ୍ରୋନ୍ ଉପରେ କଟକଣା ଲଗାଇବାକୁ ଆଗକୁ ଉନ୍ନତମାନର ଟେକ୍ନୋଲଜି ଆପଣାଇବ ପୋଲିସ ବିଭାଗ । ସମ୍ବେଦନଶୀଳ ଅଞ୍ଚଳରେ ଲାଗିବ ଡ୍ରୋନ୍ ଜାମର୍ । ଯାହା ଡ୍ରୋନ୍ ଉପରେ ନଜର ରଖିବ । ଯଦି ଡ୍ରୋନ୍ କ୍ୟାମେରାରେ କିଛି ବିସ୍ଫୋରକ ଥାଏ, ତେବେ ଜାମର୍ ତାକୁ ପ୍ରତିହତ କରିବ । ଜାପାନ ଟେକ୍ନୋଲଜିରେ ନିର୍ମିତ ଆରୋନିଆ ଏଜି କମ୍ପାନୀର ଡ୍ରୋନ୍ କ୍ୟାମେରା ଜାମର୍ ର ଏକ ଡେମୋ ଡିଜିଙ୍କ କ୍ୟାମ୍ପ୍ ଅଫିସରେ ପ୍ରଦର୍ଶିତ ହୋଇଛି । ଜାମର ଲାଗିଥିବା ୧୦ କିଲୋମିଟର ବ୍ୟାସାର୍ଦ୍ଧ କୌଣସି ଡ୍ରୋନ୍ କ୍ୟାମେରା କାର୍ଯ୍ୟ କରିବ ନାହିଁ । ବିସ୍ପୋରକ ଖଞ୍ଜା ଯାଇଥିଲେ, ଜାମର୍ ତାକୁ ଚିହ୍ନଟ କରିବ । ଏପରିକି ନିସ୍ତେଜ ମଧ୍ୟ କରିଦେବ । କିଛି ଦିନ ତଳେ ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ ମଡୁରୋ ଏକ ପରେଡ୍ ପରିଦର୍ଶନ କରୁଥିବା ବେଳେ ଗ୍ରାଉଣ୍ଡରେ ପଡ଼ିଥିଲା ୩ଟି ଡ୍ରୋନ୍ କ୍ୟାମେରା । ଯେଉଁଥିରେ ବିସ୍ପୋରକ ପଦାର୍ଥ ଥିଲା । ବିଭିନ୍ନ ଆତଙ୍କବାଦୀ ସଂଗଠନ ଏବେ ଡ୍ରୋନ୍ ମାଧ୍ୟମରେ ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଗୁଇନ୍ଦା ବିଭାଗ ପାଖରେ ଏହି ସୂଚନା ଥିବା ବେଳେ ଖୁବ୍ ଶୀଘ୍ର କେନ୍ଦ୍ର ସରକାର ଜାରି କରିବାକୁ ଯାଉଛନ୍ତି ଆଡଭାଇଜାରୀ । ତେବେ ରାଜ୍ୟର କିଛି ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ଡ୍ରୋନ୍ ଜାମର୍ ଲଗାଇବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି ପୋଲିସ ବିଭାଗ। ଜାପାନ ଜ୍ଞାନ କୌଶଳରେ ନିର୍ମିତ ଡ୍ରୋନ୍ ଜାମର୍ ଏବେ କେବଳ ଆମେରିକାର ହ୍ବାଇଟ୍ ହାଉସରେ ଲାଗିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.