ସମଲେଶ୍ବରୀ ମନ୍ଦିରରେ ଦର୍ଶନ କଟକଣା : ଧାଡି ଦର୍ଶନରେ ପରସ୍ପରଠୁ ୧ମିଟର ଦୂରରେ ରହିବେ ଶ୍ରଦ୍ଧାଳୁ, ୨ଟି ସ୍ଥାନରେ ଥର୍ମାଲ ସ୍କ୍ରିନିଂ

Published By : Prameya-News7 Bureau | March 17, 2020 IST

ସମ୍ବଲପୁର ୧୭।୩: କରୋନା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସଚେତନ କରିଥିବା ବେଳେ ସମ୍ବଲପୁରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । କରୋନା ପାଇଁ ସମ୍ବଲପୁର ସମଲେଶ୍ବରୀ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ କଟକଣା ଲାଗୁ ହୋଇଛି । ଗମ୍ଭୀରା ଭିତରୁ ଦର୍ଶନ ବନ୍ଦ କରିବା ସହ କାନ୍ଥବାଡ, ରେଲିଂ ଦ୍ବାର ନ ଛୁଇଁବା, ପାର୍ଶ୍ବ ଦେବାଦେବୀଙ୍କୁ ନ ଛୁଇଁବା ପାଇଁ ପରାମର୍ଶ ଦେବା ସହ କଟକଣା ଲାଗିଛି ।  ଡିଜିଟାଲ ନନ୍ ଟଚ୍ ଥର୍ମୋମିଟରରେ ଟେଷ୍ଟ ହେବେ ଶ୍ରଦ୍ଧାଳୁ । ଧାଡି ଦର୍ଶନରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ୧ ମିଟର ଦୂରତା ରହିବ । ବେଶୀ ଲୋକ ଏକା ସାଙ୍ଗରେ ନଯିବା ସହ ୨ଟି ସ୍ଥାନରେ ଥର୍ମାଲ ସ୍କ୍ରିନିଂ କରାଯିବା । ଅଡିଓ ମାଧ୍ୟମରେ ସଚେତନତାର ବାର୍ତ୍ତା ଦିଆଯିବ । ସରକାରଙ୍କ ଅନ୍ୟାଦେଶ ଲାଗୁ କରାଯିବା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ ।

{"id":239825,"sizeSlug":"large"}

ସେପଟେ ମାର୍ଚ୍ଚ ୧୫ରୁ ୩୧ ପର୍ଯ୍ୟନ୍ତ ସମ୍ବଲପୁରରେ ସମସ୍ତ ମଲ୍ ଓ ସୁପରମାର୍କେଟ ବନ୍ଦ କରାଯାଇଛି । ତେବେ ଗତକାଲି ସନ୍ଧ୍ୟାରେ ସହରର ଗୋଟିଏ ମଲ ଖୋଲିଥିବାବେଳେ ଏନଫୋର୍ସମେଣ୍ଟ ସ୍କ୍ବାର୍ଡ ଧରିଥିଲା । ଏହି ସପିଂ ମଲକୁ ୫୦ ହଜାର ଫାଇନ୍ କରାଯାଇଛି । ସେପଟେ ସମସ୍ତ ସ୍କୁଲ କଲେଜ ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିବା ସହ ଧାର୍ମିକ ସ୍ଥଳୀରେ କିଭଳି ସଚେତନ ହେବେ ସେନେଇ ବିଭିନ୍ନ ସଚେତନମୂଳକ ପଦକ୍ଷେପ ନେବା ପାଇଁ ପରାମର୍ଶ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.