AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁମ୍ୱାଇ: ଗୁଲମର୍ଗ ସ୍କିଂ ରିସର୍ଟରେ ହିମସ୍ଖଳନ, ଫସିଲେ ଅନେକ ବିଦେଶୀ ଟୁରିଷ୍ଟ
  • ||
  • ନବ ଦାସ ହତ୍ୟା ମାମଲା, ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ ଜେ.ପି ଦାସ କରିବେ ତଦନ୍ତର ତଦାରଖ
  • ||
  • ଭୁବନେଶ୍ୱର: ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି, ଟ୍ୱିନସିଟିର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ
  • ||
  • ବଜେଟ୍: ସୁନା-ରୁପା, ସିଗାରେଟ୍ ମହଙ୍ଗା, ଶସ୍ତା ହେଲା ଟିଭି ଉପକରଣ ଓ ସାଇକେଲ୍, ଖେଳନା
  • ||
  • ବଜେଟ୍‌ ଫୋକସ୍; ୨୦୪୭ ସୁଦ୍ଧା ଦୂର ହେବ ଏମିନିଆ, ଗ୍ରୀନ୍ ହାଇଡ୍ରୋଜେନ୍ ମିଶନ ଲକ୍ଷ୍ୟ
  • ||
  • ବଜେଟ୍‌ ଫୋକସ୍; ୨୦୪୭ ସୁଦ୍ଧା ଦୂର ହେବ ଏମିନିଆ, ଗ୍ରୀନ୍ ହାଇଡ୍ରୋଜେନ୍ ମିଶନ ଲକ୍ଷ୍ୟ
  • ||
  • ଢେଙ୍କାନାଳ: ରାସ୍ତାରେ ଓଲଟିପଡ଼ିଲା ଯାତ୍ରୀବାହୀ ଅଟୋ, ୯ ଆହତ
  • ||

ରଥଖଳାର ଦୁଇ ଶହ ଫୁଟ ପର୍ଯ୍ୟନ୍ତ ନିଷିଦ୍ଧାଞ୍ଚଳ, ଭକ୍ତ ନିବାସରେ ରହିବେ ମହାରଣା ସେବାୟତ

8/05/2020 at 2:54 PM

ପୁରୀ ୮|୫: ରଥଖଳାର ଦୁଇ ଶହ ଫୁଟ ପର୍ଯ୍ୟନ୍ତ ନିଷିଦ୍ଧାଞ୍ଚଳ । ଶ୍ରୀମନ୍ଦିର ଭକ୍ତ ନିବାସରେ ରହିବେ ସମସ୍ତ ସେବାୟତ । ସମସ୍ତଙ୍କର ନିୟମିତ ବ୍ୟବଧାନରେ କରାଯିବ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ । ଭକ୍ତ ନିବାସରେ ରହିବା, ଖାଇବା ସହ ସମସ୍ତ ବ୍ୟବସ୍ଥା କରାଯିବ । ଘରକୁ ଯିବେନାହିଁ ମହାରଣା ସେବାୟତ । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । ସଂକ୍ରମିତ ଆଶଙ୍କାକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି ।

ସୂଚନାଯୋଗ୍ୟ ଯେ ଆଜିଠାରୁ ଆରମ୍ଭ ହୋଇଛି ରଥ ନିର୍ମାଣ କାମ । ସକାଳ ୮ରୁ ଆରମ୍ଭ ହୋଇଛି ନିର୍ମାଣ କାମ । ଭୋଇ ସେବକମାନେ ସେମାନଙ୍କ କାମ ଆରମ୍ଭ କରିଛନ୍ତି । ରଥ ନିର୍ମାଣ ପାଇଁ କେନ୍ଦ୍ର ସରକାର  ଗ୍ରୀନ୍ ସିଗନାଲ୍ ଦେବା ପରେ କାମ ଆରମ୍ଭ ହୋଇଛି। 

ଗତକାଲି କେନ୍ଦ୍ର ସରକରଙ୍କ ଅନୁମତି ମିଳିବା ପରେ ଜିଲ୍ଲପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକରେ ରଥ ନିର୍ମାଣ ନେଇ ନିଷ୍ପତ୍ତି ନିଆଯାଇଛି । ସକାଳ ୮ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସବୁ ଦିନ ରଥ ଖରାରେ ରଥ ନିର୍ମାଣ କାମ ଚାଲିବ । ସାମାଜିକ ଦୂରତାରକ୍ଷାକୁ ବିଶେଷ ଗୁରୁତ୍ବ ଦିଆଯିବ ବୋଲି ଜଣାପଡିଛି ।

ତେବେ ରଥ ଖଳାରେ ଧାର୍ମିକ ଏକତ୍ରିକରଣ ହୋଇପାରିବ ନାହିଁ । ସାମାଜିକ ଦୂରତା ବଜାୟ ରଖି ହୋଇପାରିବ ରଥ ନିର୍ମାଣ କାମ । ତେବେ ରଥଯାତ୍ରା ହେବ କି ନାହିଁ ସେତେବେଳର ପରିସ୍ଥିତି ଦେଖି ନିଷ୍ପତ୍ତି ନେବେ ରାଜ୍ୟ ସରକାର ।

   Related Posts