କପିଲ୍‌ ଦେବଙ୍କ ଟିପ୍ପଣୀ ଉପରେ ଜବାବ ଦେଲେ ଜାଡ଼େଜା, କହିଲେ- ମତ ରଖନ୍ତୁ, ହେଲେ...

Published By : Prameya-News7 Bureau | August 01, 2023 IST

ନୂଆଦିଲ୍ଲୀ: ଭାରତୀୟ ଦଳର ତାରକା ଅଲରାଉଣ୍ଡର ରବୀନ୍ଦ୍ର ଜାଡ଼େଜାଙ୍କ ମତରେ ସମସ୍ତ ଖେଳାଳି ବହୁତ ପରିଶ୍ରମ କରୁଛନ୍ତି। ଖେଳାଳିଙ୍କ ନିକଟରେ କୌଣସି ପ୍ରକାରର ଗର୍ବ କିମ୍ବ ଅହଙ୍କାର ନାହିଁ। ନିକଟରେ ଭାରତୀୟ ଦଳର ପୂର୍ବତନ ଅଧିନାୟକ କପିଲ ଦେବ କହିଥିଲେ, ଭାରତୀୟ ଦଳର ଖେଳାଳି ବହୁତ ଗର୍ବୀ ଏବଂ ଅହଙ୍କାରୀ ହୋଇ ଗଲେଣି।

ସଂପ୍ରତି ଭାରତୀୟ ଦଳ ଓ୍ଵେଷ୍ଟଇଣ୍ଡିଜ ଗସ୍ତରେ ଅଛି। ରୋହିତ ଶର୍ମାଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ ଟେଷ୍ଟ ସିରିଜ୍‌କୁ ୧-୦ରେ ଜିତିଥିବା ବେଳେ ଦିନିକିଆ ସିରିଜ୍ ବର୍ତ୍ତମାନ ୧-୧ ବରାବର ସ୍ଥିତିରେ ରହିଛି। ଶୃଙ୍ଖଳାର ତୃତୀୟ ତଥା ନିର୍ଣ୍ଣାୟକ ଦିନିକିଆ ମ୍ୟାଚ୍ ଆଜି ଖେଳାଯିବ। ତୃତୀୟ ଦିନିକିଆ ପୂର୍ବରୁ ଯେବେ ରବୀନ୍ଦ୍ର ଜାଡ଼େଜାଙ୍କୁ ଏହି ପ୍ରଶ୍ନ କରାଗଲା, ଏହାର ଉତ୍ତର ସେ ବିନମ୍ରତାର ସହ ଦେଇଥିଲେ ମଧ୍ୟ ତାଙ୍କ ଠାରେ ଅସନ୍ତୋଷର ଭାବ ସ୍ପଷ୍ଟ ବାରି ହୋଇ ପଡ଼ୁଥିଲା।

कपिल देव के घमंड वाले बयान पर बिफरे रविंद्र जडेजा, कहा- अपनी बात रखो लेकिन टीम में ऐसा कुछ नहीं है

କ୍ରୀଡ଼ା ସାମ୍ବାଦିକ ବିମଲ କୁମାର ରବୀନ୍ଦ୍ର ଜାଡ଼େଜାଙ୍କୁ କପିଲ ଦେବଙ୍କ ବୟାନ ଉପରେ ପ୍ରଶ୍ନ କରିଥିଲେ। ଯାହାର ଉତ୍ତରରେ ଜାଡ଼େଜା କହିଛନ୍ତି, ଏମିତି ଟିପ୍ପଣୀ ସେହି ସମୟରେ ଆସେ ଯେବେ ଭାରତୀୟ ଦଳ ମ୍ୟାଚ୍ ହାରେ। ପୂର୍ବତନ ଖେଳାଳି ନିଜର ମତାମତ ରଖି ପାରିବେ। ହେଲେ ସେ ଯେଉଁଭଳି ଟିପ୍ପଣୀ କରିଛନ୍ତି, ଦଳରେ ସେମିତି କିଛି କଥା ନାହିଁ। ଦଳରେ କୌଣସି ଖେଳାଳି ଗର୍ବୀ ନୁହନ୍ତି। ପ୍ରତ୍ୟେକ ଖେଳାଳି କଠୋର ପରିଶ୍ରମ କରୁଛନ୍ତି ଏବଂ ଦଳ ପାଇଁ ଭଲ ପ୍ରଦର୍ଶନ କରିବାକୁ ଚାହୁଁଛନ୍ତି।

wp:heading {"level":4}

ଅଧିକ ପଢନ୍ତୁ- ସ୍ମିଥ୍‌ଙ୍କ କ୍ୟାଚ୍ ଛାଡିଲେ ବେନ୍ ଷ୍ଟୋକ୍ସ, କ୍ରିକେଟ୍ ପ୍ରେମୀଙ୍କୁ ମନେ ପଡ଼ିଲା ହର୍ଷଲ ଗିବ୍ସଙ୍କ ଭୁଲ

/wp:heading

ଜାଡ଼େଜା କହିଛନ୍ତି, ଅଧିନାୟକ ଏବଂ ଦଳ ପ୍ରବନ୍ଧକଙ୍କୁ ଜଣା ଯେ ଦଳରେ କଣ କମ୍ବିନେସନ ହେବା ଉଚିତ୍।  ସେମାନଙ୍କୁ ଜଣା ଯେ, ଚୂଡାନ୍ତ ଏକାଦଶ କେମିତି ରହିବା ଉଚିତ୍। ଆମେ ପୂର୍ବରୁ ନିଷ୍ପତ୍ତି ନେଇ ସାରିଛୁ ଯେ, ଏସିଆ କପ୍‌ରେ ଦଳର କମ୍ବିନେସନ କେମିତି ରହିବ। ଯେବେ ଆମେ ଏସିଆ କପ୍ ଏବଂ ବିଶ୍ଵକପ୍ ଖେଳିବାକୁ ମଇଦାନକୁ ଓହ୍ଲାଇବୁ ସେତେବେଳେ କୌଣସି ପରୀକ୍ଷା ନିରୀକ୍ଷା ହୋଇ ପାରିବ ନାହିଁ। ତେଣୁ ବର୍ତ୍ତମାନ ଯେଉଁ ପରୀକ୍ଷା ନିରୀକ୍ଷା ଏବଂ ପ୍ରୟୋଗ କରାଯାଉଛି ସେଥିରେ ଦଳର ଶକ୍ତି ଜଣା ପଡ଼ିବା ସହ ଦଳର ସନ୍ତୁଳନ ବଜାୟ ରଖିବାରେ ବେଶ ସହାୟକ ହୋଇ ପାରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.