ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ୪ ଡାକ୍ତରଙ୍କ ଇସ୍ତଫା, ଖବର ଜାଣିବା ପରେ ମେଡିକାଲର ପରିଦର୍ଶନ କଲେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି
Published By : Prameya-News7 Bureau | November 01, 2018 IST
କୋରାପୁଟ;୧/୧୧- ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ୪ ଡାକ୍ତରଙ୍କ ଇସ୍ତଫା । ୪ ଜଣ ଭେଷଜ ବିଶେଷଜ୍ଞ ଡାକ୍ତର ଏକ ସାଙ୍ଗରେ ଇସ୍ତଫା ଦେଲେ । ବାଓମେଟ୍ରିକରେ ଉପସ୍ଥାନ କମ ଥିବା ଦର୍ଶାଇ ଦରମା ବନ୍ଦ କରିଥିଲେ ଡିନ୍ । ଦରମା ବନ୍ଦ ପ୍ରତିବାଦରେ ଡାକ୍ତର ଦେଲେ ଇସ୍ତଫା । ଉଦ୍ଦେଶ୍ୟମୂଳକ ଭାବେ ଦରମା ବନ୍ଦ କରାଯାଇଥିବା ଅଭିଯୋଗ । ସେପଟେ ଇସ୍ତଫାପତ୍ର ହସ୍ତଗତ ହୋଇନଥିବା କହିଲେ ମେଡିକାଲ କଲେଜ ଡିନ୍ କୃଷ୍ଣ ଚନ୍ଦ୍ର ବିଶ୍ବାଳ । ଏହାର ବିକଳ୍ପ ବ୍ୟବସ୍ଥା କରାଯିବ ବୋଲି କହିଲେ ଡିନ୍ । ଖବର ଜାଣିବା ପରେ ମେଡିକାଲର ପରିଦର୍ଶନ କଲେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ।