ବାତ୍ୟା ‘ମୋକା’ ଭୟରେ ସହର ଛାଡିଲେ ସୀତୱେ ବାସିନ୍ଦା

Published By : Prameya-News7 Bureau | May 13, 2023 IST

ସୀତୱେ ୧୩।୫: ସାମୁଦ୍ରିକ ବାତ୍ୟା ‘ମୋକା’ ମିଆଁମାର ରାଖାଇନ୍ ରାଜ୍ୟର ସୀତୱେ ଉପରେ ପ୍ରକୋପ କରିବ। ପାଣିପାଗ ସମ୍ପର୍କିତ ସତର୍କତା ସୂଚନା ମିଳିବା ପରେ ସୀତୱେ ସହର ଶନିବାର ଖାଲି ହୋଇଯାଇଛି। ବାତ୍ୟା ପ୍ରକୋପରୁ ବର୍ତ୍ତିବା ପାଇଁ ଲୋକେ ସହର ଛାଡି ପଳାୟନ କରିଛନ୍ତି। ସରକାର ମଧ୍ୟ କେନ୍ଦ୍ରୀୟ ମିଆଁମାରର ସହରାଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛନ୍ତି। ଏହା ଛଡା ସରକାର ରାଖାଇନ୍ ର ଗ୍ରାମାଞ୍ଚଳମାନଙ୍କରୁ ୩୦ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ  ପହଞ୍ଚାଇଛନ୍ତି।

wp:html /wp:html

ବାତ୍ୟା ବାଂଲାଦେଶ ଓ ମିଆଁମାର ସୀମାବର୍ତ୍ତି ଉପକୂଳରେ ଭୂ-ଭାଗକୁ ପ୍ରବେଶ କରିବ। ଏଣୁ ବାଂଲାଦେଶରେ ମଧ୍ୟ ଲୋକଙ୍କୁ ସୁରକ୍ଷିତ ସ୍ଥାନ ଓ ସାମୂଦାୟିକ କେନ୍ଦ୍ରମାନଙ୍କୁ ସ୍ଥାନାନ୍ତର କରାଯାଇଛି। ଲୋକଙ୍କୁ ତଳିଆ ଅଞ୍ଚଳରୁ ଓ କଚ୍ଚା ଘରୁ ସୁରକ୍ଷିତ ସ୍ଥାନକୁ ଚାଲିଯିବା ପାଇଁ କୁହାଯାଇଛି। ଏହି ସାମୁଦ୍ରିକ ବାତ୍ୟା ଦକ୍ଷିଣ-ପୂର୍ବ ବାଂଲାଦେଶ ଓ ଉତ୍ତର ମ୍ୟାଁମାର ଉପକୂଳରେ କକ୍ସ ବଜାର ଓ କ୍ୟାୟୁକପ୍ୟୁ ଦେଇ ଅତି ଭୀଷଣ ସାମୁଦ୍ରିକ ବାତ୍ୟା ଭାବେ ଭୂ-ଭାଗକୁ ପ୍ରବେଶ କରିବ। ଉପକୂଳରେ ପ୍ରବେଶ କାଳରେ ପବନର ବେଗ ଘଣ୍ଟାପ୍ରତି ୧୮୦ରୁ ୧୯୦ କିଲୋମିଟର ଓ ୨୧୦ କିଲୋମିଟର ବେଗର ଝଟକା ଅନୁଭୂତ ହେବ।

wp:html /wp:html

ଏଣୁ ସାମୁଦ୍ରିକ ବାତ୍ୟା ମୋକା ଦକ୍ଷିଣ-ପୂର୍ବ ବାଂଲାଦେଶ ଓ ଉତ୍ତର ମ୍ୟାଁମାରରେ ଲକ୍ଷଲକ୍ଷ ଲୋକଙ୍କ ଜୀବନ ପ୍ରତି ବିପଦ ହୋଇ ଉଭା ହୋଇଛି। ଏଣୁ ମ୍ୟାଁମାର ପକ୍ଷରୁ ସାରା ଦେଶରେ ଏମାର୍ଜେନ୍ସୀ ରେସ୍ପନ୍ସ ପ୍ରିପ୍ୟର୍ଡନେସ୍ ପ୍ଲାନ୍ କାର୍ଯ୍ୟକାରୀ କରାଯାଇଥିବା ବେଳେ ପ୍ରଭାବିତ ହେବାକୁ ଥିବା ଅଞ୍ଚଳକୁ ଉଦ୍ଧାରକାରୀ ଦଳ ଓ ବାହନ ପଠାଯାଇଛି।

wp:html /wp:html

ବାଂଲାଦେଶର କୋକ୍ସ ବଜାର କେବଳ ଘନ ଜନବହୁଳ ଅଞ୍ଚଳ ନୁହେଁ କୁଟୁପାଲଙ୍ଗ ଶରଣାର୍ଥୀ କ୍ୟାମ୍ପ ଲାଗି ମଧ୍ୟ ଜଣାଶୁଣା। ଏଠାରେ ମ୍ୟାଁମାର ରୋହିଙ୍ଗ୍ୟାରୁ ଚାଲିଆସିଥିବା ୭ ଲକ୍ଷରୁ ଅଧିକ ଲୋକେ ଶରଣ ନେଇଛନ୍ତି। ଏଣୁ ମୋକା ଏବେ ଶରଣାର୍ଥୀଙ୍କ ଲାଗି ବିପଦ ଭାବେ ଉଭା ହୋଇଛି। ତେବେ ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ ସରକାର ପରାମର୍ଶ ଦେବା ସହ କେତେକ ସ୍ଥଳରେ ବିପଦପୂର୍ଣ୍ଣ ଅଞ୍ଚଳରେ ଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ପହଞ୍ଚା ଯାଇଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.