ଡିଏସ୍‌ପି ସ୍ତରରେ ବଡଧରଣର ଅଦଳବଦଳ...

Published By : Prameya-News7 Bureau | August 25, 2020 IST

ଭୁବନେଶ୍ୱର ୨୫।୦୮: ରାଜ୍ୟରେ ଡିଏସ୍ ପି ସ୍ତରରେ ଅଦଳବଦଳ କରାଯାଇଛି। ୨୫ ଜଣ ଡିଏସ୍ ପିଙ୍କୁ ନୁଆ ସ୍ଥାନକୁ ହୋଇଛି ଟ୍ରାନସଫର।  ବିଜୁ ପଟ୍ଟନାୟକ ପୁଲିସ ଏକାଡେମୀରେ ଟ୍ରେନିଂ ନେଉଥିବା ୮ଜଣ ଡିଏସପିଙ୍କୁ ବିଭିନ୍ନ ଜିଲାକୁ ଟ୍ରାନସଫର କରାଯାଇଥିବା ବେଳେ ୧୭ ଜଣ ଡିଏସପି ଅନ୍ୟତ୍ର ବଦଳି କରାଯାଇଛି ।

ଖୋର୍ଦ୍ଧାରୁ ବାଲେଶ୍ବରକୁ ବଦଳି ହୋଇଛନ୍ତି ଅନୁପ କାନୁନ୍ ଗୋ । ସେହିପରି ଭଦ୍ରକ ଧାମନଗର ଏସ୍ ଡିପିଓ ଭାବେ ଅଶୋକ ଦାସଙ୍କୁ ବଦଳି କରାଯାଇଛି। ବିଧାନସଭାର ସୁରକ୍ଷା ଅଧିକାରୀ ଭାବେ ଗୋପାଳ କୃଷ୍ଣ ବେହେରା, ରାଉରକେଲାର ପାନପୋଷ ଏସ୍ ଡିପିଓ ଭାବେ ଶାନ୍ତା ନୂତନ ସମାଦ , ବରଗଡ଼ ଏସ୍ ଡିପିଓ ଭାବେ ଦୀପକ କୁମାର ଗୋଚ୍ଛାୟତ ଏବଂ ନବରଙ୍ଗପୁରର ପାପଡ଼ାହାଣ୍ଡି ଏସ୍ ଡିପିଓ ଭାବେ ଆଦିତ୍ୟ ସେନଙ୍କୁ ବଦଳି କରାଯାଇଛି।

 ସେହିପରି ଭୁବନେଶ୍ବର କମିସନରେଟ ପୁଲିସରେ କାମ କରୁଥିବା ଡିଏସପି ତଥା ଏସିପି ରବିନ୍ଦ୍ର ନାଥ ଶତପଥୀଙ୍କୁ ଅନୁଗୁଳ ଆଇୟୁସିଏଡବ୍ଲୁ କୁ ଟ୍ରାନସଫର କରାଯାଇଛି। ଭୁବନେଶ୍ବର କ୍ରାଇମ୍  ବ୍ରାଞ୍ଚ ଏସ୍ ଟିଏଫ୍ ର ଡିସିପି ଭାବେ ମନୋଜ ରାଉତଙ୍କ ବଦଳି ହୋଇଛି। ସେହିପରି ପାନପୋଶ ଡିଏସପି ଅସୀମ ପଣ୍ଡାଙ୍କୁ ମଧ୍ୟ ରାଉଲକେଲା ପିସିଆର ସେଲକୁ ଟ୍ରାନସଫର ହୋଇଛି। ଏନେଇ ଓଡିଶା ପୋଲିସ ପକ୍ଷରୁ ବଦଳି ପାଇଁ ନୋଟିଫିକେସନ ଜାରି କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.